Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Christmas Celebrated / କାହିଁକି ଏହି ଦେଶରେ ଜାନୁଆରୀ ୭ରେ ହୁଏ ଖ୍ରୀଷ୍ଟମାସ ?

Banajyotshna Ray
Browse all articles by Banajyotshna Ray
·6 months ago·3 min read
କାହିଁକି ଏହି ଦେଶରେ ଜାନୁଆରୀ ୭ରେ ହୁଏ ଖ୍ରୀଷ୍ଟମାସ ?
Christmas Celebrated on January 7

Key Points

ଏହି ଦେଶରେ ଡିସେମ୍ବର ୨୫ରେ ପାଳନ ହୁଏନି ଖ୍ରୀଷ୍ଟମାସ
ଜାନୁଆରୀ ୭ରେ ପାର୍ଟି ଏବଂ ଖ୍ରୀଷ୍ଟମାସ ପାଳନ

ଆଜି ହେଉଛି ଡିସେମ୍ୱର ୨୫ ଅର୍ଥାତ୍‌ ଖ୍ରୀଷ୍ଟମାସ। ଏହାସହ ଆଜିର ଦିନକୁ ବଡ଼ ଦିନ ବୋଲି ମଧ୍ୟ କୁହାଯାଏ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଭାଟିକାନ୍ ସିଟିରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବେଶ୍ ଧୂମଧାମରେ ଆୟୋଜିତ ହେଉଛି ଖ୍ରୀଷ୍ଟମାସ । ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ କରି ବଡ଼ଦିନ ଉତ୍ସବ ଆରମ୍ଭ କରିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କିନ୍ତୁ ଆପଣ ଜାଣନ୍ତି କି ଏମିତି ଏକ ଦେଶ ରହିଛି ଯେଉଁଠି ଡିସେମ୍ୱର ୨୫ ନୁହେଁ, ବରଂ ଜାନୁଆରୀ ୭ରେ ପାଳନ ହୁଏ ଖ୍ରୀଷ୍ଟମାସ।

ଆଜି ସମସ୍ତ ଚର୍ଚ୍ଚରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । କେକ୍ ଖାଇବା ସହ ଯୀଶୁଙ୍କୁ ପୂଜା କରନ୍ତି ଶ୍ରଦ୍ଧାଳୁ । କିନ୍ତୁ ଋଷରେ ଆଜି ଏହା ପାଳନ କରାଯାଏ ନାହିଁ। କାହିଁକି ଜାଣନ୍ତି କି ? ଋଷରେ ଜାନୁଆରୀ ୭କୁ ସେଠାକାର ଲୋକେ ଖ୍ରୀଷ୍ଟମାସ ଭାବେ ପାଳନ କରନ୍ତି । ତେବେ ଏହି ଦିନ ସନ୍ଧ୍ୟାରେ ସବୁ ଷ୍ଟ୍ରିଟ୍ ଲାଇଟର ଆଲୁଅ କମିଯାଏ । ସବୁ ଜାଗା ଶୂନଶାନ୍ ହୋଇଯାଏ । ଛୁଟି ଦିନ କୌଣସି ପାର୍ଟି ନୁହେଁ ବରଂ ନିସ୍ତବ୍ଧ ଲାଗିଥାଏ ।

ଜାନୁଆରୀ ୭ର ପୂର୍ବ ସନ୍ଧ୍ୟାରେ ସମସ୍ତ ଲୋକେ କେକ୍ ପ୍ରସ୍ତୁତ କରିଥାନ୍ତି । ଏହାସହ ସୁସ୍ୱାଦୁ ଖାଦ୍ୟ ରାନ୍ଧନ୍ତି । ଏଥିରେ କୌଣସି ଆମିଷ ବ୍ୟବହାର ହୋଇନଥାଏ । ଭଗବାନଙ୍କ ଉଦ୍ଦେଶ୍ୟରେ ସମସ୍ତ ଖାଦ୍ୟ ଅର୍ପଣ ହୁଏ । ଆକାଶରେ ସନ୍ଧ୍ୟାର ପ୍ରଥମ ତାରା ଦୃଶ୍ୟମାନ ନହେଲା ଯାଏଁ କେହିହେଲେ ଖାଆନ୍ତି ନାହିଁ । ମଧ୍ୟରାତ୍ରରେ ସମସ୍ତ ଲୋକ ରାସ୍ତାରେ ମହମବତୀ ଜାଳିଥାନ୍ତି । ପ୍ରାଚୀନ ମନ୍ତ୍ର ଉଚ୍ଚାରଣ କରି ଭଗବାନଙ୍କୁ ପୂଜା କରନ୍ତି । ପ୍ରବଳ ଶୀତ ଏବଂ ବରଫ ପାଲଟିଥିବା ସହରରେ ସେମାନେ ଶୋଭାଯାତ୍ରା କରନ୍ତି । ଜାନୁଆରୀ ୭ର ପରଦିନ ଅର୍ଥାତ ଜାନୁଆରୀ ୮ ସନ୍ଧ୍ୟାରେ ସମସ୍ତେ ଏକାଠି ହୋଇ ପାର୍ଟି କରନ୍ତି । ଏହି ଦିନକୁ ସେଠାରେ ଭିଆଟକି କୁହାଯାଏ । ପରିବାରର ସମସ୍ତ ସଦସ୍ୟ ଚା ଏବଂ କଫି ପିଇ କାହାଣୀ ଶୁଣନ୍ତି । ଶିଶୁମାନେ ସହରରେ ଗୀତ ଗାଇ ବୁଲିଥାନ୍ତି । ମିଠା ଏବଂ କେକ୍ ବଣ୍ଟନ ହୁଏ । ପରେ ପରିବାରର ସବୁ ସଦସ୍ୟ ଏକାଠି ରାତ୍ରୀ ଭୋଜନ କରିଥାନ୍ତି ।

ଜାନୁଆରୀ ୭ କାହିଁକି ?

ଇତିହାସକୁ ଦେଖିଲେ ଋଷିଆ ବହୁ ପ୍ରାଚୀନ କ୍ୟାଲେଣ୍ଡରକୁ ଅନୁସରଣ କରିଥାଏ । ସେତେବେଳେ ସମସ୍ତ ଖ୍ରୀଷ୍ଟିଆନ ଦେଶ ଜୁଲିଆନ କ୍ୟାଲେଣ୍ଡରକୁ ଫଲୋ କରୁଥିଲେ । ୧୫୮୨ରେ ୟୁରୋପ ଗ୍ରିଗୋରିଆନ କ୍ୟାଲେଣ୍ଡରକୁ ଗ୍ରହଣ କରିଥିଲା । ଯାହା ପୂର୍ବ ପ୍ରଚଳିତ କ୍ୟାଲେଣ୍ଡରରେ ଅନେକ ଛୋଟବଡ ପରିବର୍ତ୍ତନ କରିଥିଲା । କିନ୍ତୁ ଋଷିଆର ପୁରୁଣା ପରମ୍ପରାରେ ବିଶ୍ୱାସ କରୁଥିବା ଚର୍ଚ୍ଚ ପୁରୁଣା କ୍ୟାଲେଣ୍ଡରରେ ହିଁ ବିଶ୍ୱାସ କରିବା ପାଇଁ ନାଗରିକଙ୍କୁ କହିଥିଲେ । ସେତେବେଳେର ଏହି ନିଷ୍ପତ୍ତିର ପ୍ରଭାବ ଆଜି ବି ଋଷିଆରେ ପଡୁଛି । ଦୈନନ୍ଦିନ ଜୀବନରେ ମସ୍କୋ ଗ୍ରିଗୋରିଆନ କ୍ୟାଲେଣ୍ଡର ବ୍ୟବହାର କରିଥାଏ । କିନ୍ତୁ ଚର୍ଚ୍ଚ ଜୁଲିଆନ୍ କ୍ୟାଲେଣ୍ଡରରେ ସମସ୍ତ ପର୍ବ ପାଳନ କରେ । ଉଭୟ କ୍ୟାଲେଣ୍ଡର ମଧ୍ୟରେ ବ୍ୟବଧାନ ହେଉଛି ୧୩ ଦିନ । ତେଣୁ ବଡଦିନ ମଧ୍ୟ ୧୩ ଦିନ ଘୁଞ୍ଚିଯାଏ । ଅର୍ଥାତ ଯେବେ ଋଷିଆ ଡିସେମ୍ବର ୨୫ ପାଳନ କରିବ ସେତେବେଳେ ସାରା ବିଶ୍ୱ ଜାନୁଆରୀ ୭ରେ ପହଁଟି ସାରିଥିବ । ଜାନୁଆରୀ ୭କୁ ଋଷବାସୀ ନିରବ ଭାବେ ପର୍ବ ପାଳନ କରନ୍ତି ।

ଏଥିସହ ପଢ଼ନ୍ତୁ: ଏପଷ୍ଟେଇନ୍ ଫାଇଲ୍ସ ରହସ୍ୟ, ମୁଖ୍ୟ ଅଭିଯୁକ୍ତ ସହ ବିମାନ ଯାତ୍ରା କରୁଥିଲେ ଟ୍ରମ୍ପ୍

ସେପଟେ ଆଜି ଖ୍ରୀଷ୍ଟମାସକୁ ନେଇ ଭୁବନେଶ୍ୱରର ସତ୍ୟନଗର କ୍ୟାଥୋଲିକ୍ ଚର୍ଚ୍ଚ ଓ ୟୁନିଟ୍-୪ ୟୁନିଅନ ଚର୍ଚ୍ଚ ସମେତ ୩୫ରୁ ଅଧିକ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳିତ କରିଛନ୍ତି ଶ୍ରଦ୍ଧାଳୁ । କ୍ୟାଥୋଲିକ୍ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମବିଧି ପାରମ୍ପରିକ ଭାବରେ ସମ୍ପନ୍ନ ହୋଇଥିଲା । ଯୀଶୁଙ୍କ ଜନ୍ମ ପୂର୍ବରୁ ବଳିଦାନ ଯଜ୍ଞ ହେବା ପରେ ପରିସରରେ ନିର୍ମିତ ଅସ୍ଥାୟୀ ମେଣ୍ଢାଶାଳରୁ ଫାଦର୍ ନବଜାତ ଯୀଶୁଙ୍କ ମୂର୍ତ୍ତିକୁ ଆଣିଥିଲେ । ଖ୍ରୀଷ୍ଟଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇଯାଇଥିଲେ । ସମସ୍ତ ଭାଷାରେ ବାଇବେଲ ପଢ଼ାଯାଇଥିଲା । ଶିଶୁ ଯୀଶୁଙ୍କୁ ଗୋଲାପ ଫୁଲ ଦିଆଯାଇଥିବା ଓ ମହମବତୀ ଜାଳି ତାଙ୍କ ସ୍ୱାଗତ କରାଯାଇଥିଲା । ଏଥିସହ ମେଣ୍ଢାଶାଳରେ କେକ୍ କଟାଯିବା ସହ ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Christmas Celebrated | Christmas is celebrated on January 7th by many Orthodox Christians | Argus News | Argus News