Virat Kohli Test Comeback / ଟେଷ୍ଟ କ୍ରିକେଟକୁ ପୁଣି ଫେରିବେ କି ବିରାଟ କୋହଲି ? ବିସିସିଆଇ ସଚିବ ଦେଲେ ବଡ଼ ବୟାନ
·7 months ago·2 min read

Key Points
ଅବସରରୁ ପୁଣି ଟେଷ୍ଟକୁ ଫେରିବେ କି କୋହଲି
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଚର୍ଚ୍ଚା ଆରମ୍ଭ
ବିସିସିଆଇ ସଚିବ ଦେଲେ ବଡ଼ ବୟାନ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳ ୦-୨ରେ ପରାଜୟ ବରଣ କରିଥିଲା । ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଦଳ ଭାରତରେ ଟେଷ୍ଟ ସିରିଜ୍କୁ କ୍ଲିନ୍ ସୁଇପ୍ କରିବାରେ ସଫଳ ହୋଇଥିଲା । ଆଉ ଏହି ଶୋଚନୀୟ ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଓ ଚୟନକର୍ତ୍ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ବିସିସିଆଇ ବିରାଟ କୋହଲିଙ୍କୁ ଟେଷ୍ଟ କ୍ରିକେଟକୁ ପୁଣି ଥରେ ଫେରିବା ପାଇଁ ରାଜି କରାଇ ପାରେ ବୋଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା ।
ଆଉ ଏସବୁ ମଧ୍ୟରେ ବିସିସିଆଇର ସଚିବ ଦେବଜିତ ସାଇକିଆ ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ଆଲୋଚନାରେ ସାଇକିଆ କହିଛନ୍ତି, ବିରାଟ କୋହଲିଙ୍କୁ ନେଇ ଯାହା ଚର୍ଚ୍ଚା ହେଉଛି ତାହା କେବଳ ଏକ ଗୁଜବ । ମୁଁ ଏ ବିଷୟରେ କୋହଲିଙ୍କ ସହ କଥା ହୋଇନାହିଁ । ଗୁଜବକୁ ନେଇ ଆଲୋଚନା କରନ୍ତୁ ନାହିଁ । ଏପରି କିଛି ହୋଇନାହିଁ ।
ସେହିପରି କ୍ରିକବଜ୍ ରିପୋର୍ଟରେ ଦାବି କରାଯାଇଛି ଯେ ବିରାଟ କୋହଲିଙ୍କ ନିକଟକୁ ଯାଇ ତାଙ୍କୁ ଟେଷ୍ଟ ଅବସର ପ୍ରତ୍ୟାହାର କରିବାକୁ ଅନୁରୋଧ କରିବାର ଚିନ୍ତାଧାରା ବୋର୍ଡ ମଧ୍ୟରେ ପ୍ରସାରିତ ହେବା ଆରମ୍ଭ ହୋଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ନିକଟରେ ଅବସର ନେଇଥିବା ଜଣେ ଖେଳାଳି ତାଙ୍କ ଟେଷ୍ଟ କ୍ୟାରିୟରର ପୁନର୍ବିଚାର କରିବାକୁ ଇଚ୍ଛୁକ ହୋଇପାରନ୍ତି । ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୦-୨ରେ ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଦଳର ବିଫଳତାକୁ ଏକ ଟ୍ରାଞ୍ଜିସନ୍ ଫେଜ୍ ବୋଲି କହିଛନ୍ତି ।
କୋହଲି କେବେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ ?
ବିରାଟ କୋହଲି ଜୁନ୍ ୨୦୧୧ରେ କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ପ୍ରଥମ ଇନିଂସରେ ସେ ୪ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ୍ କରିଥିଲେ । ପ୍ରାରମ୍ଭିକ ମ୍ୟାଚ୍ରେ ଖରାପ ପରେ ସେ ଆଉ କେବେ ପଛକୁ ଫେରିନଥିଲେ । ଆଉ ଶେଷରେ ଟେଷ୍ଟ କ୍ରିକେଟ୍ରେ ଦମଦାର ବ୍ୟାଟିଂ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
କୋହଲିଙ୍କ ଶେଷ ଟେଷ୍ଟ ଜାନୁଆରୀ ୨୦୨୫ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା। ତାଙ୍କ ଟେଷ୍ଟ କ୍ୟାରିୟରରେ ବିରାଟ କୋହଲି ୧୨୩ଟି ମ୍ୟାଚ୍ ଖେଳି ୪୬.୮୫ ହାରରେ ୯,୨୩୦ ରନ୍ କରିଥିଲେ। କୋହଲି ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ କରିଥିଲେ । ସେ ୭ଟି ଦ୍ୱିଶତକ ମଧ୍ୟ କରିଥିଲେ।
ତାଙ୍କୁ ଆଧୁନିକ ଟେଷ୍ଟ କ୍ରିକେଟରେ ସବୁଠାରୁ ନିର୍ଭରଯୋଗ୍ୟ ଏବଂ ଶକ୍ତିଶାଳୀ ବ୍ୟାଟସମ୍ୟାନ୍ ଭାବରେ ବିବେଚନା କରାଯାଏ। କୋହଲିଙ୍କ ଆଗ୍ରହ, ଫିଟନେସ୍ ଏବଂ ବ୍ୟାଟିଂ ଶ୍ରେଣୀ ପ୍ରଶଂସକମାନଙ୍କୁ ଟେଷ୍ଟ କ୍ରିକେଟ୍ ସହିତ ଜଡ଼ିତ ରଖିଥିଲା । କ୍ରିକେଟ କିମ୍ବଦନ୍ତୀ ସାର୍ ଭିଭିଆନ୍ ରିଚାର୍ଡସ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ କୋହଲି ଯୁବପିଢ଼ିଙ୍କ ମଧ୍ୟରେ ଟେଷ୍ଟ କ୍ରିକେଟ୍ ପାଇଁ ଏକ ନୂଆ ଆକର୍ଷଣ ସୃଷ୍ଟି କରିଛନ୍ତି ।
ଅଧିନାୟକ ଭାବରେ ବିରାଟ କୋହଲିଙ୍କ ଦମଦାର ରେକର୍ଡ ରହିଛି । କୋହଲି ୬୮ଟି ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ, ଯେଉଁଥିରୁ ଭାରତ ୪୦ଟିରେ ବିଜୟୀ ହୋଇଥିଲା । ଯେତେବେଳେ କୋହଲି ଅଧିନାୟକତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଭାରତ ଟେଷ୍ଟ ରାଙ୍କିଂରେ ସପ୍ତମ ସ୍ଥାନରେ ଥିଲା । କିଛି ବର୍ଷ ମଧ୍ୟରେ ସେ ଦଳକୁ ଏକ ନମ୍ବର ସ୍ଥାନକୁ ନେଇଥିଲେ ଏବଂ ଦୀର୍ଘ ସମୟ ପାଇଁ ଶୀର୍ଷରେ ବଜାୟ ରଖିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories