Virat Kohli Vijay Hazare Trophy / ବିଜୟ ହଜାରେ ଟ୍ରଫିରେ ତୃତୀୟ ମ୍ୟାଚ୍ ଖେଳିବେ କୋହଲି ! ସାମ୍ନାକୁ ଆସିଲା ମ୍ୟାଚ୍ ତାରିଖ
·6 months ago·2 min read

Key Points
ଫ୍ୟାନ୍ସଙ୍କ ପାଇଁ ଖୁସି ଖବର
ବିଜୟ ହଜାରେରେ ଆଉ ଏକ ମ୍ୟାଚ୍ ଖେଳିପାରନ୍ତି କୋହଲି
ଜାନୁଆରୀ ୬ରେ ରେଳବାଇ ବିପକ୍ଷରେ ଖେଳିବେ

ଅନ୍ତର୍ଜାତୀୟ ପରେ ଏବେ ବିଜୟ ହଜାରେ ଟ୍ରଫିରେ ଦମଦାର ଫର୍ମରେ ରୋହିତ ଶର୍ମା ଓ ବିରାଟ କୋହଲି । ଘରୋଇ ଟୁର୍ଣ୍ଣାମେଣ୍ଟରେ ଉଭୟଙ୍କ ବ୍ୟାଟିଂକୁ କ୍ରିକେଟ୍ ପ୍ରେମୀ ଭରପୂର ଉପଭୋଗ କରିଛନ୍ତି । ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିଲେ । ଦ୍ୱିତୀୟ ମ୍ୟାଚରେ ବିରାଟ ୭୭ ରନ୍ କରିଥିବା ବେଳେ ରୋହିତ କିନ୍ତୁ ଗୋଲ୍ଡେନ ଡକ୍ରେ ଆଉଟ୍ ହୋଇଥିଲେ । ଏବେ ପ୍ରଶ୍ନ ହେଉଛି ଯେ ରୋହିତ ଏବଂ ବିରାଟଙ୍କୁ ପୁଣି ବିଜୟ ହଜାରେ ଟ୍ରଫିରେ ଖେଳୁଥିବାର ନଜର ଆସିବେ କି ?
ବିରାଟ ଆଉ ଏକ ମ୍ୟାଚ୍ ପାଇଁ ପ୍ରସ୍ତୁତ !
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ରୋହିତ ଶର୍ମାଙ୍କ ପରି ବିରାଟ କୋହଲି ମଧ୍ୟ ମୂଳତଃ ବିଜୟ ହଜାରେ ଟ୍ରଫିରେ କେବଳ ଦୁଇଟି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସେ ଏବେ ଜାନୁଆରୀ ୬ ତାରିଖରେ ରେଳବାଇ ବିପକ୍ଷ ମ୍ୟାଚରେ ଖେଳିପାରନ୍ତି । ବିରାଟ ଚଳିତ ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚ୍ରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୧୦୧ ବଲ୍ରେ ୧୩୧ ରନ୍ର ଦମଦାର ଇନିଂସ ଖେଳିଥିଲେ । ଏହା ପରେ ଦ୍ବିତୀୟ ମ୍ୟାଚ୍ରେ ୭୭ ରନ୍ କରି ଆଉଟ୍ ହୋଇଥିଲେ ।
ଜାନୁଆରୀ ୬ ତାରିଖରେ ବିରାଟ କୋହଲି ଦିଲ୍ଲୀ ଦଳ ପାଇଁ ଖେଳିବେ କି ନାହିଁ ତାହା ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଉପରେ ନିର୍ଭର କରିବ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେଉଛି । ସେପଟେ ବିରାଟ ଏପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ୨୦୨୫-୨୬ର ଦୁଇଟି ମ୍ୟାଚରେ ୨୦୮ ରନ୍ କରିଛନ୍ତି ।
ରୋହିତ ଶର୍ମାଙ୍କ ବିଷୟରେ କ’ଣ ଅପଡେଟ୍ ଅଛି ?
ସେହିପରି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କୁ ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଆଉ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ । ସେ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍ ପରେ ଘରକୁ ଚାଲିଯାଇଛନ୍ତି। ରୋହିତ ସିକ୍କିମ୍ ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ । ସେ ୯୪ ବଲ୍ରେ ୧୮ ଚୌକା ଓ ୯ ଛକା ସହାୟତାରେ ୧୫୫ ରନ କରିଥିଲେ । କିନ୍ତୁ ଉତ୍ତରାଖଣ୍ଡ ବିପକ୍ଷରେ ଖାତା ଖୋଲିପାରି ନଥିଲେ। ରିପୋର୍ଟ ଅନୁଯାୟୀ, ରୋହିତ ଘରକୁ ଫେରିଛନ୍ତି ଏବଂ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA) ଖୁବ୍ ଶୀଘ୍ର ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିପାରେ । ମୁମ୍ବାଇର ପରବର୍ତ୍ତୀ ମ୍ୟାଚ୍ ଡିସେମ୍ବର ୨୯ ତାରିଖରେ ଛତିଶଗଡ଼ ବିପକ୍ଷରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories