Gautam Gambhir silent on Gill / ଗିଲଙ୍କୁ କାହିଁକି ମିଳିଲାନି ସୁଯୋଗ, ଗମ୍ଭୀରଙ୍କୁ ପ୍ରଶ୍ନ କଲେ ସାମ୍ବାଦିକ...ଦେଖନ୍ତୁ କ'ଣ ମିଳିଲା ଉତ୍ତର
·6 months ago·2 min read

Key Points
ଗିଲ୍ଙ୍କୁ କାହିଁକି ମିଳିଲାନି T20 ବିଶ୍ବକପ୍ ସୁଯୋଗ?
ଗମ୍ଭୀର ରହିଲେ ନିରବ
ସତ କହିଲେ ସୂର୍ଯ୍ୟକୁମାର
ଗମ୍ଭୀର ରହିଲେ ନିରବ
ସତ କହିଲେ ସୂର୍ଯ୍ୟକୁମାର
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଏଥିପାଇଁ ଶନିବାର ଘୋଷଣା ହୋଇଛି ୧୫ ଜଣିଆ ଟିମ୍ ଇଣ୍ଡିଆ । ଶନିବାର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି ।
ଆଗାମୀ ଟି-୨୦ ବିଶ୍ବକପ୍ ଦଳରେ ଶୁବମନ ଗିଲ୍ଙ୍କୁ ଚୟନ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଗତ କିଛି ମ୍ୟାଚ୍ ଧରି ଶୁବମନ ଟି-୨୦ରେ ଭଲ ପ୍ରଦର୍ଶନ କରିପାରୁନଥିଲେ । ଯାହାଫଳରେ ତାଙ୍କୁ ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ଦଳରେ ସାମିଲ କରାଯାଇନାହିଁ । ଶୁବମନଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ମିଳିଛି । ଯିଏକି ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ଟ୍ରଫିରେ ଦମଦାର ପ୍ରଦର୍ଶନ କରି ଝାଡ଼ଖଣ୍ଡକୁ ପ୍ରଥମ ଥର ପାଇଁ ଚମ୍ପିଆନ୍ କରାଇଥିଲେ ।
ଗମ୍ଭୀର ମଧ୍ୟ କୌଣସି ପ୍ରତିକ୍ରିୟା ଦେଲେ ନାହିଁ
ଦଳ ଘୋଷଣାର କିଛି ଘଣ୍ଟା ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ତାଙ୍କୁ ସାମ୍ବାଦିକମାନେ ଘେରି ରହିଥିଲେ ଏବଂ ଗିଲଙ୍କ ବାଦ୍ ଦେବାର କାରଣ ଜାଣିବାକୁ ଗମ୍ଭୀରଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସେପଟେ କାହିଁକି ଟି-୨୦ ବିଶ୍ବକପ୍ ଦଳରେ ଗିଲ୍ଙ୍କୁ ଚୟନ କରାଗଲା ନାହିଁ ସେନେଇ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ଖରାପ ଫର୍ମ ପାଇଁ ଶୁଭମନ ଗିଲଙ୍କୁ ବାଦ ଦିଆଯାଇନାହିଁ । ଏହା ଦଳ କମ୍ବିନେସନ୍ ପାଇଁ କରାଯାଇଛି । ଆମେ ଶୀର୍ଷ କ୍ରମରେ ଜଣେ ୱିକେଟ କିପର ଚାହୁଁଥିଲୁ । ଏହା ଫର୍ମ ବିଷୟରେ ଆଦୌ ନୁହେଁ । ତାଙ୍କ ଦକ୍ଷତା ବିଷୟରେ କୌଣସି ସନ୍ଦେହ ନାହିଁ; ସେ ଜଣେ ମହାନ ଖେଳାଳି। ଦଳକୁ ରିଙ୍କୁ ସିଂହ ଏବଂ ୱାଶିଂଟନ୍ ସୁନ୍ଦର ମଧ୍ୟ ଆବଶ୍ୟକ ଥିଲା।"
ସୂର୍ଯ୍ୟକୁମାର ଆହୁରି କହିଛନ୍ତି, "ଦଳ ଭିତରେ ନମନୀୟତା ସୃଷ୍ଟି କରିବା ପାଇଁ, ଅନେକ ବିକଳ୍ପ ଖୋଲା ରଖିବା ଗୁରୁତ୍ୱପୂର୍ଣ୍ଣ ଥିଲା। ସେଥିପାଇଁ ଆମେ ଏହି ଦଳକୁ ଚୟନ କରିଥିଲୁ। ଗିଲଙ୍କ କ୍ଷମତା ଉପରେ କୌଣସି ପ୍ରଶ୍ନ ନାହିଁ।"
ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ସଞ୍ଜୁ ସାମସନ (ୱିକେଟକିପର), କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ, ରିଙ୍କୁ ସିଂହ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର ଏବଂ ଇଶାନ କିଷାନ (ୱିକେଟକିପର)
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories