Mohammed Siraj / 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'

Key Points
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଖେଳୁଥିବା ବେଳେ ଗୋଟିଏ ସିଜିନ୍ରେ ସିରାଜଙ୍କ ପରଫରମାନ୍ସ ଖରାପ ଚାଲିଥିଲା । ତାଙ୍କ ପ୍ରଦର୍ଶନ ସେତେ ଆଖିଦୃଶିଆ ହୋଇପାରୁନଥିଲା ।
ଧୋନୀଙ୍କ ପାଇଁ ନାଁ କରିଛନ୍ତି ସିରାଜ। ହଁ ଆମେ କହୁଛୁ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ କଥା । ଯଶପ୍ରିତ ବୁମରାହଙ୍କ ପରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଦ୍ରୁତ ବୋଲର ଭାବରେ ତାଙ୍କୁ ବିବେଚନା କରାଯାଏ । ସାରା ବିଶ୍ୱରେ ଏବେ ତାଙ୍କର ଖୁବ୍ ନାଁ ରହିଛି । ଭାରତୀୟ ଖେଳାଳି ଭାବେ ସାରା ବିଶ୍ୱ ତାଙ୍କୁ ଜାଣୁଛି । ହେଲେ ଆପଣ କେବେ ଭାବିଛନ୍ତି କି, ମହମ୍ମଦ ସିରାଜଙ୍କ ଏତେ ବଡ଼ ନାଁ ପଛରେ ରହିଛି ମହେନ୍ଦ୍ର ସିଂହ ଧୋନୀଙ୍କ ହାତ ।
ମହମ୍ମଦ ସିରାଜଙ୍କ ଗରିବିରୁ ଧନୀ ହେବା ଏକ ପ୍ରେରଣାଦାୟକ କାହାଣୀ । ହାଇଦ୍ରାବାଦରୁ ଆସିଥିବା, ଜଣେ ଅଟୋ-ରିକ୍ସା ଡ୍ରାଇଭରଙ୍କ ପୁଅ ସିରାଜ ଟ୍ରୋଲିଂଠାରୁ ଆରମ୍ଭ କରି ଆର୍ଥିକ କଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ପଛରେ ପକାଇଥିଲେ । ଆଉ ତାଙ୍କର ଏହି ସଫଳତା ପଛରେ ରହିଛି ଏମଏସ ଧୋନିଙ୍କ ଏକ ସରଳ ପରାମର୍ଶ ।
ଏହାସହ ପଢ଼ନ୍ତୁ:- ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଖେଳୁଥିବା ବେଳେ ଗୋଟିଏ ସିଜିନ୍ରେ ସିରାଜଙ୍କ ପରଫରମାନ୍ସ ଖରାପ ଚାଲିଥିଲା । ତାଙ୍କ ପ୍ରଦର୍ଶନ ସେତେ ଆଖିଦୃଶିଆ ହୋଇପାରୁନଥିଲା । ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଥିଲା । ଏହା ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ, ସେ ଏକ ସାକ୍ଷାତକାର ସମୟରେ ମଧ୍ୟ ଏକଥା ଉଠାଇଥିଲେ । କହିଥିଲେ ଗୋଟିଏ ମୁହୂର୍ତ୍ତରେ ଫ୍ୟାନ୍ସମାନଙ୍କର ମନୋଭାବ ପରିବର୍ତ୍ତନ ହୋଇଯାଏ । ଯେଉଁମାନେ ତାଙ୍କୁ ଭଲ ବୋଲର ବୋଲି କହୁଥିଲେ, ସେମାନେ ଏବେ ଖରାପ ବୋଲି କହିଲେଣି । ଏମିତିକି ଖରାପ ପ୍ରଦର୍ଶନ ଯୋଗୁଁ କିଛି ଲୋକ କହିଥିଲେ 'ଖେଳ ଛାଡ଼ି ତୁମ ବାପାଙ୍କ ସହିତ ଅଟୋ ଚଲାଅ' ।
ଏଭଳି ଅପମାନ ସିରାଜଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଆଉ ଏମିତି ସମୟରେ ଏମଏସ ଧୋନିଙ୍କ ଏକ ସରଳ ପରାମର୍ଶ, ସିରାଜଙ୍କ ପାଇଁ ମାନସିକ ସ୍ତରରେ ଏକ ସ୍ଥିରତା ଆଣିଥିଲା । ଏହାପରେ ସେ ନିଜ ପାଇଁ ଶକ୍ତି ଜୁଟାଇପାରିଥିଲେ । ଧୋନୀ ତାଙ୍କୁ କହିଥିଲେ, 'କାହା କଥାରେ ଏମିତି ପ୍ରଭାବିତ ହୁଅ ନାହିଁ କି ଭାଙ୍ଗି ପଡ଼ ନାହିଁ । ଯେତେବେଳେ ତୁମେ ଭଲ ଖେଳିବ, ସାରା ଦୁନିଆ ତୁମ ସହିତ ରହିବ, ଏବଂ ଯେତେବେଳେ ତୁମେ ଖରାପ ଖେଳିବ, ସେତେବେଳେ ଏଇ ଦୁନିଆ ତୁମକୁ ଗାଳି ଦେବ ।'
ଧୋନୀଙ୍କ ଏଭଳି ପରାମର୍ଶ ସିରାଜଙ୍କ ମନରେ ନୂଆ ଆଶା ସଂଚାର କରିଥିଲା । ବାରମ୍ବାର ଏହି କଥା ତାଙ୍କ କାନରେ ଗୁଞ୍ଜରଣ ହେଲା । ମନ ଭିତରେ ଏକ ଶକ୍ତି ଜାଗ୍ରତ ହେଲା । ଯାହା ଦ୍ୱାରା ସେ ସେଭଳି ପରିସ୍ଥିତିରୁ ବାହାରି ପୁଣି ଫର୍ମକୁ ଫେରିଥିଲେ । ବାହ୍ୟ ପ୍ରଶଂସା କିମ୍ବା ସମାଲୋଚନା ପ୍ରତି ଧ୍ୟାନ ଦେବା ବନ୍ଦ କରି କେବଳ ତାଙ୍କ ଖେଳ, ତାଙ୍କ ସାଥୀ ଖେଳାଳି ଏବଂ ପରିବାରର ମତାମତ ଉପରେ ଧ୍ୟାନ ଦେଲେ । ଆଉ ତା'ପରଠୁ ବଦଳିଗଲା ସିରାଜଙ୍କ ମିଜାଜ୍ ।
📱 Get Argus News App
✨ଏହାସହ ପଢ଼ନ୍ତୁ:- ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...
ସିରାଜଙ୍କ ପାଖରେ ଟଙ୍କା ଅଭାବ ଥିବାରୁ ସେ କେବେ ଭାରତ ପାଇଁ ଖେଳିବା କଥା ସ୍ୱପ୍ନରେ ବି ଭାବି ନଥିଲେ । ଟେନିସ୍-ବଲ୍ କ୍ରିକେଟରୁ ସେ ଯାହା ରୋଜଗାର କରୁଥିଲେ ତାହା ସେ ତାଙ୍କ ପିତାମାତାଙ୍କୁ ଦେଉଥିଲେ । ଯେତେବେଳେ ସେ ଚାରମିନାର କ୍ରିକେଟ କ୍ଲବର ମାଲିକଙ୍କୁ ଭେଟିଥିଲେ ସେତେବେଳେ ତାଙ୍କର ପ୍ରତିଭାର ପ୍ରଥମେ ଚିହ୍ନଟ ହୋଇଥିଲା । ଯିଏ ତାଙ୍କର ଆର୍ଥିକ ଅସୁବିଧା ଦେଖି ତାଙ୍କୁ ମାଗଣା ତାଲିମ ଏବଂ ସ୍ପାଇକ୍ ଜୋତା ଯୋଗାଇ ଦେଇଥିଲେ । ତା'ପରେ, ରଣଜୀ ଟ୍ରଫି ସିଜିନ୍ ପୂର୍ବରୁ ନେଟ୍ସରେ ବୋଲିଂ କରୁଥିବା ସମୟରେ, ସେ ତତ୍କାଳୀନ ଭାରତୀୟ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅରୁଣ ହାଇଦ୍ରାବାଦର ପ୍ରଶିକ୍ଷକ ହେବା ପରେ ସିରାଜଙ୍କୁ ଟ୍ରେନିଂ ଦେଇଥିଲେ ଏବଂ ତାଙ୍କୁ ଦଳରେ ସାମିଲ କରିଥିଲେ । ସେହି ବର୍ଷ, ସିରାଜ ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ ।
Related Topics
Explore more stories