Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Yashasvi Jaiswal Hospitalised / ହଠାତ୍‌ ବିଗିଡ଼ିଲା ଜୟସ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ହଠାତ୍‌ ବିଗିଡ଼ିଲା ଜୟସ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି
Yashasvi Jaiswal

Key Points

ମ୍ୟାଚ୍ ପରେ ଅସୁସ୍ଥ ହେଲେ ଜୟସ୍ବାଲ
ହସ୍ପିଟାଲରେ ଭର୍ତ୍ତି ହେଲେ ଜୟସ୍ବାଲ
ବିଶ୍ରାମ ନେବାକୁ ଡାକ୍ତର ଦେଲେ ପରାମର୍ଶ
ହଠାତ୍‌ ବିଗିଡ଼ିଗଲା ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା । ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜୟସ୍ବାଲ ପୁଣେଇ ସୟଦ ମୁସ୍ତାକ ଅଲି ଟ୍ରଫିରେ ରାଜସ୍ଥାନ ବିପକ୍ଷରେ ମୁମ୍ବାଇ ପାଇଁ ଖେଳୁଥିଲେ । ମୁମ୍ବାଇ ଏହି ରୋମାଞ୍ଚକର ମ୍ୟାଚ୍‌କୁ ତିନି ୱିକେଟରେ ଜିତିଥିଲା । ମୁମ୍ବାଇ ୨୧୭ ରନର ଲକ୍ଷ୍ୟକୁ ପିଛା କରିବା ସମୟରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ୧୬ ବଲ୍‌ରେ ୧୫ ରନ୍ କରିଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜୟସ୍ୱାଲଙ୍କୁ ଗ୍ୟାଷ୍ଟ୍ରୋଏଣ୍ଟେରାଟିସ୍ ସମସ୍ୟା ଯୋଗୁଁ ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଜୟସ୍ୱାଲ ମ୍ୟାଚ୍‌ ସାରା ପେଟରେ କଷ୍ଟ ଅନୁଭବ କରୁଥିଲେ ଏବଂ ମ୍ୟାଚ୍‌ ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଥିଲା। ହସ୍ପିଟାଲ୍‌ରେ ତାଙ୍କର ଅଲ୍ଟ୍ରାସାଉଣ୍ଡ ଏବଂ ସିଟି ସ୍କାନ କରାଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଔଷଧ ଜାରି ରଖିବାକୁ ଏବଂ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା ।

ମ୍ୟାଚ୍ ବିଷୟରେ ଯଦି କହିବା ତାହାଲେ, ଅଜିଙ୍କ୍ୟ ରାହାଣେଙ୍କ ଅପରାଜିତ ୭୨ ରନ୍ ଏବଂ ସରଫରାଜ ଖାନଙ୍କ ୨୨ ବଲ୍‌ରେ ୭୩ ରନ୍ ମୁମ୍ବାଇ ସୟଦ ମୁସ୍ତାକ ଅଲି ଟ୍ରଫିର ସୁପର ଲିଗ୍ ଗ୍ରୁପ୍ ବି' ମ୍ୟାଚ୍‌ରେ ରାଜସ୍ଥାନକୁ ତିନି ୱିକେଟରେ ପରାସ୍ତ କରିବାରେ ସାହାଯ୍ୟ କରିଥିଲା ।

SMATରେ ଯଶସ୍ୱୀ ଜୟସ୍ୱାଲଙ୍କ ପ୍ରଦର୍ଶନ କିପରି ଥିଲା ?

ଯଶସ୍ୱୀ ଜୟସ୍ୱାଲ ସୟଦ ମୁସ୍ତାକ ଅଲି ଟ୍ରଫିରେ ତିନୋଟି ମ୍ୟାଚ୍ ଖେଳି ୧୪୫ ରନ୍ କରିଥିଲେ । ସେ ୧୬୮.୬ ଷ୍ଟ୍ରାଇକ୍ ରେଟରେ ୧୪୫ ରନ୍ ସ୍କୋର କରିଛନ୍ତି । ଜୟସ୍ୱାଲ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଶେଷ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । SMATରେ ମଧ୍ୟ ତାଙ୍କର ପ୍ରଦର୍ଶନ ବେଶ୍‌ ଭଲ ଥିଲା ।

ଯଶସ୍ୱୀ କ’ଣ ବିଜୟ ହଜାରେ ଟ୍ରଫିରେ ଖେଳିବେ ?

ଭାରତର ପରବର୍ତ୍ତୀ ODI ସିରିଜ୍ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଯଶସ୍ୱୀ ଜୟସ୍ୱାଲ ଏହା ପୂର୍ବରୁ ନିଜକୁ ଭଲ ଫର୍ମରେ ରଖିବାକୁ ଚାହିଁବେ । ସେ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ବଜାୟ ରଖିବାକୁ ମଧ୍ୟ ଲକ୍ଷ୍ୟ ରଖିବେ । କାରଣ ଗିଲ୍ ଏବେ ODI ଦଳକୁ ଫେରିବେ । ଫଳସ୍ୱରୂପ ଜୟସ୍ୱାଲ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେଉଥିବା ବିଜୟ ହଜାରେ ଟ୍ରଫିରେ ଅଂଶଗ୍ରହଣ କରିପାରନ୍ତି। ରୋହିତ ଶର୍ମା ମଧ୍ୟ ବିଜୟ ହଜାରେ ଟ୍ରଫିରେ କିଛି ମ୍ୟାଚ୍‌ ଖେଳିବେ ବୋଲି ପୂର୍ବରୁ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌କୁ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yashasvi Jaiswal Hospitalised After Sudden Health Scare | Argus News