|
logo
Live
Argus News App
GET APP

Argus News - ଏଥର ଲଞ୍ଚ ହେବନି ଆଇଫୋନ ୧୮; ଖପ୍ପା ଆପଲ୍ ଲଭର

Technology

New iPhone Launch Delay / ଏଥର ଲଞ୍ଚ ହେବନି ଆଇଫୋନ ୧୮; ଖପ୍ପା ଆପଲ୍ ଲଭର

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·3 min read
ଏଥର ଲଞ୍ଚ ହେବନି ଆଇଫୋନ ୧୮; ଖପ୍ପା ଆପଲ୍ ଲଭର
No iPhone 18 in 2026

Key Points

ପରବର୍ତ୍ତୀ ନୂଆ ଆଇଫୋନ iphone 18କୁ ଚାହିଁ ବସିଛନ୍ତି ଆପଲ୍ ଲଭର
ହେଲେ ଏଥର ବଜାରକୁ ଆସିବନି ନୂଆ ଆଇଫୋନ ୧୮
ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟ ପାଇଁ ଆପଲ୍‌ର ବଡ଼ ନିଷ୍ପତ୍ତି
ପ୍ରତିବର୍ଷ ଆପଲ୍ ବାର୍ଷିକ ସେପ୍ଟେମ୍ବର ଇଭେଣ୍ଟରେ ପରବର୍ତ୍ତୀ ପିଢିର ନୂଆ ଆଇଫୋନକୁ ଲଞ୍ଚ କରିଥାଏ । ୨୦୨୫ ସେପ୍ଟେମ୍ବର ମାସରେ ଏକ ସ୍ବତନ୍ତ୍ର ଇଭେଣ୍ଟରେ ଆମେରିକୀୟ ଟେକ୍ ଜାଏଣ୍ଟ ଆପଲ୍ ଆଇଫୋନ ୧୭ ସହ ସହିତ ଆଇଫୋନ ୧୭ ସିରିଜକୁ ଲଞ୍ଚ କରିଥିଲା । କମ୍ପାନୀର ପରମ୍ପରା ମୁତାବକ ଏଥର ଆଇଫୋନ ୧୮ ଲଞ୍ଚ ହେବା କଥା । ହେଲେ କମ୍ପାନୀ ନିଜ ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଆପଲ୍ ଏଥର ପରବର୍ତ୍ତୀ ପିଢିର ଆଇଫୋନକୁ ଲଞ୍ଚ କରିବ ନାହିଁ ବୋଲି ଜଣାପଡ଼ିଛି ।

ସେପ୍ଟେମ୍ବର ମାସ ଆସିଲେ ଆଇଫୋନ ଲଭରଙ୍କ ମଧ୍ୟରେ ଉତ୍କଣ୍ଠା ଭରିଯାଏ । ନୂଆ ଆଇଫୋନ କିଣିବାକୁ ମୁମ୍ବାଇ, ଦିଲ୍ଲୀରେ ଥିବା ଆଇଫୋନ ଷ୍ଟୋର ଆଗରେ ସେଲ୍ ଆରମ୍ଭ ହେବା ଦିନର ମଧ୍ୟରାତ୍ରିରୁ ଗ୍ରାହକଙ୍କ ଲମ୍ବା ଲାଇନ ଲାଗେ । ଆଇଫୋନ ଲଭରମାନେ ପ୍ରତିବର୍ଷ ନୂଆ ଆଇଫୋନ ସହିତ ନିଜ ଆଇଫୋନକୁ ଅପଗ୍ରେଡ୍ କରନ୍ତି । ଏପରିକି ଏହି ଧାରାରେ ସେଲିବ୍ରିଟିମାନେ ମଧ୍ୟ ସାମିଲ । ୨୦୨୫ରେ ଆପଲ୍ ଲଞ୍ଚ କରିଥିବା ଆଇଫୋନ-୧୭ ସିରିଜର iPhone 17 Pro ଓ iPhone 17 Pro Maxରେ କସମିକ୍ ଅରେଞ୍ଜ ରଙ୍ଗ ବିକଳ୍ପ ଉପଲବ୍ଧ ଥିଲା । ଏହି ରଙ୍ଗର ଆଇଫୋନ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବେଶ ଚାହିଦା ରହିଥିଲା । ମାତ୍ର ଏଥର ଆପଲ୍‌ ଏକ ବଡ଼ ନିଷ୍ପତ୍ତି ନେଇ iPhone 18 ଲଞ୍ଚ କରିବ ନାହିଁ ବୋଲି ଜଣାପଡ଼ିଛି ।

କାହିଁକି ଆପଲ୍‌ ଲଞ୍ଚ କରିବନି ଆଇଫୋନ ୧୮ ?

ରିପୋର୍ଟ ଅନୁସାରେ, ଆପଲ୍ ଏହି ନିଷ୍ପତ୍ତି ମେମୋରୀ ଚିପ୍ ଓ ଅନ୍ୟ ସାମଗ୍ରୀର ବଢୁଥିବା ଦରଦାମ ଯୋଗୁଁ ନେଇଛି । କମ୍ପାନୀ ନିଜ ସଂଶୋଧନକୁ ଅପ୍ଟିମାଇଜ୍ କରିବାକୁ ଚାହୁଁଛି, ଯାହାଦ୍ବାରା ପ୍ରିମିୟମ ମଡେଲ୍ସରୁ ଅଧିକ ଲାଭ ମିଳିପାରିବ । ଆଇଫୋନ ସମ୍ପର୍କରେ ନିୟମିତ ବଡ଼ ଅପଡେଟ୍ ପ୍ରଦାନ କରୁଥିବା ବ୍ଲୁମର୍ଗର ମାର୍କ ଗୁରମନଙ୍କ ଅନୁଯାୟୀ, ଆପଲ୍ ଚଳିତ ବର୍ଷ ଆଇଫୋନ ୧୮ ଲଞ୍ଚ କରିବ ନାହିଁ । କମ୍ପାନୀ ୨୦୨୭ରେ iPhone 18e ସହିତ ଆଇଫୋନ ୧୮କୁ ଲଞ୍ଚ କରିପାରେ ।

ଫୋଲ୍ଡେବଲ୍ ଆଇଫୋନ ଉପରେ ଫୋକସ୍

ଆପଲ୍‌ର ଏହି ବଡ଼ ନିଷ୍ପତ୍ତି ପଛର ଅନ୍ୟ ଏକ କାରଣ ହେଉଛି କମ୍ପାନୀର ପ୍ରଥମ ଫୋଲ୍ଡେବଲ ଆଇଫୋନ । ଏହି ଫୋଲ୍ଡେବଲ ଆଇଫୋନକୁ ନିର୍ମାଣ କରିବା ଲାଗି ବ୍ୟୟବହୁଳ ଏବଂ ଅତ୍ୟାଧୁନିକ ଉପାଦାନର ଆବଶ୍ଯକତା ରହିଛି । ଆପଲ୍ ଚାହୁଁଛି ଏହି ଡିଭାଇସ ନିର୍ମାଣ ସମୟରେ କୌଣସି ଅସୁବିଧା ନହେଉ । ଏଣୁ କମ୍ପାନୀର ନିଜର ପୁରା ଧ୍ୟାନ ଏହା ଉପରେ ରଖିବାକୁ ଚାହୁଁଛି । ଏଣୁ ଚଳିତ ବର୍ଷ ବାର୍ଷିକ ସେପ୍ଟେମ୍ବର ଇଭେଣ୍ଟରେ କେବଳ ଆଇଫୋନ ୧୮ ପ୍ରୋ, ଆଇଫୋନ ୧୮ ପ୍ରୋ ମ୍ୟାକ୍ସ ଓ ଫୋଲ୍ଡେବଲ ଆଇଫୋନ ଲଞ୍ଚ ହୋଇପାରେ ।

ଆଇଫୋନ ୧୮ର ବିଶେଷତା

ଆପଲ୍ ଆଇଫୋନ ୧୮ ଲଞ୍ଚର ତାରିଖକୁ ବିଳମ୍ବ କରିଛି ସତ, ହେଲେ ଏହା କେଉଁ ବିଶେଷତା ସହ ଆସିବ ସେ ସମ୍ପର୍କରେ ତଥ୍ଯ ଆଗୁଆ ଲିକ୍ ହୋଇଛି । ବର୍ତ୍ତମାନ ଆଇଫୋନ ୧୭ ମଡେଲରେ 8GB RAM ରହୁଥିବାବେଳେ ଆଇଫୋନ ୧୮ରେ ୧୨GB ରାମ୍ ରହିପାରେ । ସେହିପରି ସେଲ୍ଫି ଓ ଭିଡିଓ କଲିଂ ଲାଗି ୧୮MP ବଦଳରେ ୨୪MP ଅପଗ୍ରେଡେଡ୍ ଫ୍ରଣ୍ଟ ସୁଟର୍ ମିଳିପାରେ ।

ଆପଲ୍‌ର ଆଗାମୀ ପ୍ରଡକ୍ଟ

ରିପୋର୍ଟ ଅନୁସାରେ, ଆପଲ୍ ନିକଟ ଭବିଷ୍ୟତରେ ୫ଟି ନୂଆ ମଡେଲ୍ ଲଞ୍ଚ କରିବାକୁ ଯାଉଛି । ସେଥିରେ ଆଇଫୋନ ଏୟାର ୨, ଷ୍ଟାଣ୍ଡାର୍ଡ ଆଇଫୋନ ୧୮ ଓ ୩ଟି ପ୍ରିମିୟମ ମଡେଲ୍ସ (୧୮ ପ୍ରୋ, ୧୮ ପ୍ରୋ ମ୍ଯାକ୍ସ ଓ ଆଇଫୋନ ଫୋଲ୍ଡ) ସାମିଲ । ଆଇଫୋନ ଏୟାର ୨ ଡିଭାଇସକୁ ବର୍ଷ ୨୦୨୭ରେ ଆଇଫୋନ-୧୯ ସିରିଜ ସହ ଲଞ୍ଚ କରିପାରେ ।

ଏଥିସହ ପଢନ୍ତୁ: ଆଇଫୋନ୍ ବ୍ୟବହାର କରୁଥିଲେ ସାବଧାନ ! ଆପଣଙ୍କ ଫୋନ୍ ବି ହୋଇଯିବ ହ୍ୟାକ୍
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New iPhone Launch Delay: ଏଥର ଲଞ୍ଚ ହେବନି ଆଇଫୋନ ୧୮; ଖପ୍ପା ଆପଲ୍ ଲଭର | Argus News