OpenAI Office: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଖୋଲିବ OpenAI ଅଫିସ, ଆରମ୍ଭ ହେଲାଣି ନିଯୁକ୍ତି ପ୍ରକ୍ରିୟା

Key Points
ଭାରତରେ ପ୍ରବେଶ କରିବ OpenAI । ଚଳିତ ବର୍ଷ ଶେଷ ସୁଦ୍ଧା ଦିଲ୍ଲୀରେ କରିବ ଅଫିସ୍ । ଏଥିପାଇଁ ଆରମ୍ଭ ହୋଇସାରିଲାଣି ନିଯୁକ୍ତି ପ୍ରକ୍ରିୟା ।
ଭାରତରେ ଖୋଲିବ ChatGPT ଅଫିସ୍ । ChatGPTର ମୂଳ କମ୍ପାନୀ OpenAI ଗତ ଶୁକ୍ରବାର କହିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ନୂଆଦିଲ୍ଲୀରେ ଏହାର ପ୍ରଥମ କାର୍ଯ୍ୟାଳୟ ଖୋଲିବ। ଉପଭୋକ୍ତା ସଂଖ୍ୟା ଦୃଷ୍ଟିରୁ ଭାରତ କମ୍ପାନୀର ଦ୍ୱିତୀୟ ସର୍ବବୃହତ ବଜାର । ତେଣୁ କମ୍ପାନୀ ଭାରତରେ ଏହାର ଉପସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି । ଯେଉଁଥିପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ପ୍ରଥମ ଅଫିସ୍ ଖୋଲିବାକୁ ଯାଉଛି OpenAI ।
ତେବେ ଦିଲ୍ଲୀରେ କେଉଁ ସ୍ଥାନରେ କାର୍ଯ୍ୟାଳୟ ହେବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ତଥାପି, OpenAI ଭାରତରେ ସ୍ଥାନୀୟ ଟିମକୁ ନିଯୁକ୍ତି ଦେବା ମଧ୍ୟ ଆରମ୍ଭ କରିଛି । ଏହି ଟିମ୍ ସ୍ଥାନୀୟ ଅଂଶୀଦାର, ସରକାର, ବ୍ୟବସାୟ, ଡେଭଲପର ଏବଂ ଶିକ୍ଷାନୁଷ୍ଠାନ ସହିତ ସମ୍ପର୍କକୁ ସୁଦୃଢ଼ କରିବ।
📱 Get Argus News App
✨OpenAI CEO ସାମ୍ ଅଲ୍ଟମ୍ୟାନ୍ କହିଛନ୍ତି, 'ଭାରତରେ AI ପାଇଁ ଉତ୍ସାହ ଏବଂ ସୁଯୋଗର ସ୍ତର ଅବିଶ୍ୱସନୀୟ । ଭାରତରେ ଏକ ବିଶ୍ୱସ୍ତରୀୟ AI ଲିଡର ହେବା ପାଇଁ ସମସ୍ତ ଆବଶ୍ୟକୀୟ ଉପାଦାନ ଅଛି। ଏଥିରେ ଟେକ୍ ପ୍ରତିଭା, ବିଶ୍ୱସ୍ତରୀୟ ଡେଭଲପର ଇକୋସିଷ୍ଟମ ଏବଂ ଭାରତରେ AI ମିଶନରେ ସରକାରୀ ସମର୍ଥନ ଅନ୍ତର୍ଭୁକ୍ତ ବୋଲି ଅଲ୍ଟମ୍ୟାନ୍ କହିଛନ୍ତି ।
କମ୍ପାନୀ କହିଛି ଯେ ଉପଭୋକ୍ତା ଦୃଷ୍ଟିରୁ ଭାରତ ଆମେରିକା ପରେ ଏହାର ଦ୍ୱିତୀୟ ସର୍ବବୃହତ ବଜାର ଏବଂ ଦ୍ରୁତତମ ବୃଦ୍ଧି ପାଉଥିବା ବଜାର ମଧ୍ୟରୁ ଅନ୍ୟତମ । ଗତ ଗୋଟିଏ ବର୍ଷରେ, ଭାରତରେ ChatGPTର ସାପ୍ତାହିକ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ଚାରି ଗୁଣରୁ ଅଧିକ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, ଭାରତ OpenAI ଡେଭଲପରମାନଙ୍କ ପାଇଁ ଶ୍ରେଷ୍ଠ ୫ ବଜାର ମଧ୍ୟରୁ ଗୋଟିଏ।
we are opening our first office in india later this year! and i'm looking forward to visiting next month.
— Sam Altman (@sama) August 22, 2025
ai adoption in india has been amazing to watch--chatgpt users grew 4x in the past year--and we are excited to invest much more in india!
OpenAI ଅନୁଯାୟୀ, ଭାରତରେ ଏକ କାର୍ଯ୍ୟାଳୟ ଖୋଲିବା IndiaAI ମିଶନକୁ ସମର୍ଥନ କରିବା ଏବଂ 'ଭାରତ ପାଇଁ ଏବଂ ଭାରତ ସହିତ' AI ନିର୍ମାଣ ପାଇଁ ସରକାରଙ୍କ ସହିତ କାମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କମ୍ପାନୀ କହିଛି ଯେ ଏହି ପଦକ୍ଷେପ ଏହାର ବ୍ୟବହାରକାରୀଙ୍କୁ ଉତ୍ତମ ସେବା ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରିବ। ସେହି ସମୟରେ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କମ୍ପାନୀର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏହି ପଦକ୍ଷେପ ଭାରତରେ ଡିଜିଟାଲ୍ ଏବଂ AI ଇନୋଭେସନକୁ ଆହୁରି ତ୍ୱରାନ୍ୱିତ କରିବ।