Cyclone / ବଳ ଗୋଟାଉଛି ବାତ୍ୟା 'ଫିନା'; ଘଣ୍ଟା ପ୍ରତି ୨୦୫ କିଲୋମିଟର ବେଗରେ ପବନ
·7 months ago·2 min read

Key Points
'ଫିନା' ପ୍ରଭାବରେ ଘଣ୍ଟା ପ୍ରତି ୨୦୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ବାତ୍ୟା ଡରୱିନ୍ ଅତିକ୍ରମ ବେଳେ ପବନର ବେଗ ଆହୁରି ବଢ଼ିପାରେ । ସତର୍କତାମୂଳକ ପଦକ୍ଷେପ ଭାବେ ଡରୱିନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶନିବାର ବନ୍ଦ ରଖାଯାଇଛି ।
ନୂଆଦିଲ୍ଲୀ: ଟ୍ରପିକାଲ୍ ସାଇକ୍ଲୋନ୍ 'ଫିନା' ଆହୁରି ଶକ୍ତିଶାଳୀ ହେଉଛି । କାଟେଗୋରୀ ୩କୁ ଆସିବା ସହ 'ଫିନା'ର ପ୍ରଭାବ ବଢ଼ିଛି । ଉତ୍ତର ଅଷ୍ଟ୍ରେଲିଆର ଡରୱିନରେ ପ୍ରବଳ ବର୍ଷା ସହ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି ।
ବାତ୍ୟା 'ଫିନା' ଡରୱିନ୍ ମୁହାଁ ହେବା ସହ ପ୍ରଭାବ ଦେଖିବାକୁ ମିଳିଛି । ଡରୱିନ୍ ସହ ପାଲମେରଷ୍ଟନ ଏବଂ ତିୱି ଦ୍ଵୀପ ଆଲର୍ଟରେ ରହିଛି । ଡରୱିନରେ ଲୋକଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳ କରାଯାଇଛି । ଲୋକଙ୍କୁ ଘରେ ରହିବା ପାଇଁ ପ୍ରଶାସନ ନିବେଦନ କରିଛି ।
ଏଥିସହ ପଢ଼ନ୍ତୁ: ଲଘୁଚାପ ପାଇଁ ରାଜ୍ୟରେ ବଦଳିବ କି ପାଗ ? ଆଗାମୀ ୭ ଦିନ ପାଇଁ କ'ଣ ରହିଛି ପାଣିପାଗ ବିଭାଗର ପୂର୍ବାନୁମାନ
ଅଷ୍ଟ୍ରେଲିଆନ୍ ବ୍ୟୁରୋ ଅଫ୍ ମେଟ୍ରୋଲୋଜି (BOM) ମଧ୍ୟ ଡରୱିନ୍ ପାଇଁ ଚେତାବନୀ ଜାରି କରିଛି । ପାଗ ବିଗୁଡ଼ୁଥିବାରୁ ଲୋକଙ୍କ ପାଇଁ ଶନିବାର ରାତି ବିପଜ୍ଜନକ ହେବାକୁ ଯାଉଛି । ବାତ୍ୟା ଫିନା ବଳ ଗୋଟାଇ ଶନିବାର ସକାଳେ ଭାନ ଡାଇମେନ ଗଲ୍ଫ , ମଧ୍ୟାହ୍ନରେ ଦକ୍ଷିଣ ଟିପ୍ ଅଫ୍ ମେଲଭିଲେ ଦ୍ଵୀପ ଅତିକ୍ରମ କରିଛି ।
ଶନିବାର ବିଳମ୍ବିତ ସନ୍ଧ୍ୟାରେ ବାତ୍ୟା 'ଫିନା' ଡରୱିନ୍ ଅତିକ୍ରମ କରିବ ବୋଲି ଆକଳନ କରିଛି ଅଷ୍ଟ୍ରେଲିଆନ୍ ବ୍ୟୁରୋ ଅଫ୍ ମେଟ୍ରୋଲୋଜି । ଏବେ ସୁଦ୍ଧା ୫୦୦ ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖା ଯାଇଥିବା ସ୍ଥାନୀୟ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି । ରାତି ୧୨ଟା ପର୍ଯ୍ୟନ୍ତ ପାଗ ଏଭଳି ଅଶାନ୍ତ ରହିବା ଆଶଙ୍କା କରାଯାଉଛି ।
'ଫିନା' ପ୍ରଭାବରେ ଘଣ୍ଟା ପ୍ରତି ୨୦୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ବାତ୍ୟା ଡରୱିନ୍ ଅତିକ୍ରମ ବେଳେ ପବନର ବେଗ ଆହୁରି ବଢ଼ିପାରେ । ସତର୍କତାମୂଳକ ପଦକ୍ଷେପ ଭାବେ ଡରୱିନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶନିବାର ବନ୍ଦ ରଖାଯାଇଛି । ସମସ୍ତ ବିମାନ ବାତିଲ୍ କରାଯାଇଛି ।
ଏଥିସହ ପଢ଼ନ୍ତୁ: ୭ ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଲା ସିକନ୍ଦର; ବାଂଲାଦେଶୀ ଲିଙ୍କ୍ରେ ମାଡ଼ି ବସିଲା ପୋଲିସ
ଡରୱିନ୍ର ଜନ ସଂଖ୍ୟା ୧ ଲକ୍ଷ ୪୦ ହଜାର । ଏହା ପୂର୍ବରୁ ଡରୱିନ୍ ବାତ୍ୟା 'ଟ୍ରାସି'ର ଭୟାବହତା ଦେଖିଥିଲା । ୧୯୭୪ ଖ୍ରୀଷ୍ଟମାସ ଦିନ ଡରୱିନ୍ରେ ମାଡ଼ ହୋଇଥିଲା ବାତ୍ୟା 'ଟ୍ରାସି' । ଯେଉଁଥିରେ ୬୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକି ଅଷ୍ଟ୍ରେଲିଆ ଇତିହାସରେ ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ।
ଏବେ ବାତ୍ୟା 'ଫିନା' ଡରୱିନ୍ ମୁହାଁ ହୋଇଥିବା ବେଳେ ରୋୟାଲ୍ ଡରୱିନ୍ ହସ୍ପିଟାଲ୍ରେ ପ୍ରଭାବ ଦେଖିବାକୁ ମିଳିଛି । ହସ୍ପିଟାଲ୍ର ପ୍ରଥମ ମହଲାରେ ଥିବା ସିଲିଂ ଖସି ପଡ଼ିଛି । ଏବେ ବାତ୍ୟା 'ଫିନା' ଘଣ୍ଟାପ୍ରତି ୮ କିଲୋମିଟର ବେଗର ପଶ୍ଚିମ-ଦକ୍ଷିଣ ଦିଗରେ ଗତି କରୁଛି । ଏବେ ଡରୱିନ୍ ଠାରୁ ୫୦ କିଲୋମିଟର ଦୂରରେ ରହିଛି ବାତ୍ୟା 'ଫିନା' ।

Category 3 Cyclone Fina hits Darwin, Australia, delivering heavy rainfall and strong, destructive winds. Emergency warnings are in effect as local authorities prepare for potential impact. #CycloneFina #DarwinStorm #WeatherAlert #Australiapic.twitter.com/J0zWeuQk8r
— Layla Khalifa (@Layla1160977) November 22, 2025
ଏବେ ବାତ୍ୟା 'ଫିନା' ଡରୱିନ୍ ମୁହାଁ ହୋଇଥିବା ବେଳେ ରୋୟାଲ୍ ଡରୱିନ୍ ହସ୍ପିଟାଲ୍ରେ ପ୍ରଭାବ ଦେଖିବାକୁ ମିଳିଛି । ହସ୍ପିଟାଲ୍ର ପ୍ରଥମ ମହଲାରେ ଥିବା ସିଲିଂ ଖସି ପଡ଼ିଛି । ଏବେ ବାତ୍ୟା 'ଫିନା' ଘଣ୍ଟାପ୍ରତି ୮ କିଲୋମିଟର ବେଗର ପଶ୍ଚିମ-ଦକ୍ଷିଣ ଦିଗରେ ଗତି କରୁଛି । ଏବେ ଡରୱିନ୍ ଠାରୁ ୫୦ କିଲୋମିଟର ଦୂରରେ ରହିଛି ବାତ୍ୟା 'ଫିନା' ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories