|
logo
Live
Argus News App
GET APP

Argus News - ୭ ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଲା ସିକନ୍ଦର; ବାଂଲାଦେଶୀ ଲିଙ୍କ୍‌ରେ ମାଡ଼ି ବସିଲା ପୋଲିସ

Crime

Crime In Odisha / ୭ ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଲା ସିକନ୍ଦର; ବାଂଲାଦେଶୀ ଲିଙ୍କ୍‌ରେ ମାଡ଼ି ବସିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·4 months ago·2 min read
୭ ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଲା ସିକନ୍ଦର; ବାଂଲାଦେଶୀ ଲିଙ୍କ୍‌ରେ ମାଡ଼ି ବସିଲା ପୋଲିସ

Key Points

୭ ଦିନର ଲୁଚକାଳି ଖେଳ ପରେ ସିକନ୍ଦରଙ୍କୁ ଧରିଛି ପୋଲିସ । ତା'କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ । ସିକନ୍ଦରକୁ ଗିରଫ ସହ ତା' ଠାରୁ ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ।
ଜଗତସିଂହପୁର: ବାଂଲାଦେଶୀଙ୍କୁ ଜଗତସିଂହପୁର ଜିଲ୍ଲାରେ ବେଆଇନ୍ ଭାବେ ଥଇଥାନ ମାମଲାରେ ପୋଲିସକୁ ସଫଳତା ମିଳିଛି । ବାଂଲାଦେଶୀଙ୍କୁ ବେଆଇନ୍ ଥଇଥାନର ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଗିରଫ କରିଛି ଜଗତସିଂହପୁର ପୋଲିସ । ଯାଜପୁରରୁ ସିକନ୍ଦରଙ୍କୁ ଧରିବାରେ ସଫଳ ହୋଇଛି ଜଗତସିଂହପୁର ପୋଲିସ ।

ପୋଲିସର ରେଡ୍ ପରଠୁ ଫେରାର୍ ଥିଲା ସିକନ୍ଦର । ୭ ଦିନର ଲୁଚକାଳି ଖେଳ ପରେ ସିକନ୍ଦରଙ୍କୁ ଧରିଛି ପୋଲିସ । ତା'କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ । ସିକନ୍ଦରକୁ ଗିରଫ ସହ ତା' ଠାରୁ ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ଖୋର୍ଦ୍ଧାରୁ ସିକନ୍ଦରର ସାନ ଭାଇ ଅବଦୁଲ ମୋତାଲିଫ ଖାନକୁ ପୋଲିସ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ବାଂଲାଦେଶୀଙ୍କ ସର୍ଦ୍ଦାର ସାଜିଥିଲା ସିକନ୍ଦର; ଜଗତସିଂହପୁର ଆଣି କରୁଥିଲା ଥଇଥାନ

ବେହେରାମପୁର ଅଞ୍ଚଳରେ ସରକାରୀ ଜାଗାରେ ବେଆଇନ୍ ଭାବେ ଘର ନିର୍ମାଣ କରି ବାଂଲାଦେଶୀଙ୍କୁ ଥଇଥାନ କରିଥିଲା ସିକନ୍ଦର । ସେହି ବେଆଇନ୍ ଘରେ ଚଳାଇଥିଲା ମଦ୍ରାସା । ୟୁପି ଏବଂ ବିହାରରୁ ପିଲା ଆଣି ମଦ୍ରାସାରେ ପଢ଼ାଉଥିଲା । ଏଥିପାଇଁ ବିଦେଶରୁ ଆସୁଥିଲେ ଫଣ୍ଡିଂ ।

ସିକନ୍ଦରକୁ ଯାଜପୁରରୁ ଗିରଫ ପରେ ପୋଲିସ ତାକୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି । ସିକନ୍ଦର ପ୍ରଥମେ କୃଷ୍ଣାନନ୍ଦପୁର ପରେ ତେଣ୍ଡାକୁଡ଼ା, କେନ୍ଦ୍ରାପଡ଼ା ହୋଇ ଯାଜପୁର ଯାଇଥିଲା । ସେ ୨ଟି ମୋବାଇଲ୍ ରଖିଥିବା ବେଳେ ଗୋଟିଏ ମୋବାଇଲ୍ ସେ ଅନ୍ କରିଥିଲା । ଆଉ ମୋବାଇଲ୍ ଅନ୍ କରିବା ଫଳରେ ପୋଲିସ ଟ୍ରାକ୍ କରି ସିକନ୍ଦରକୁ ଧରିବାରେ ସଫଳ ହୋଇଛି ।

ସେପଟେ ବେହେରାମପୁର ଅଞ୍ଚଳରେ ପୋଲିସ ଆଜି ଛାନଭିନ୍ କରିବା ସହ ଦୁଇ ଜଣଙ୍କୁ ଉଠାଇ ନେଇଛି । ପୋଲିସ ଉଠାଇ ନେଇଥିବା ୨ ଜଣଙ୍କ ମଧ୍ୟରେ ଜଣେ ସିକନ୍ଦର ପୁଅ ଓ ଅନ୍ୟଜଣେ ଜଣେ ତାର ସହଯୋଗୀ ବୋଲି ସୂଚନା ମିଳିଛି । ସିକନ୍ଦର ପୁଅ ପାଖରୁ ଏକ ଲାପଟପ୍ ଜବତ କରିଛି ପୋଲିସ ।

ପୂର୍ବରୁ ମର୍ଚ୍ଚାଣ୍ଟ ନ୍ୟାଭିରେ ଥିବା ସିକନ୍ଦର ୫ଟି ଦେଶରୁ ଅର୍ଥ ଆଣି ବେହେରାମପୁର ମଦ୍ରାସା ଚଳାଉଥିଲା । ସୋମବାର ବେହେରାମପୁର ବସ୍ତିରେ ମାଟିରେ ମିଶିଥିଲା ବାଂଲାଦେଶୀଙ୍କ ମଦ୍ରାସା । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗା ଯାଇଥିଲା ୧୦ ବଖରା ଘର । ସେପଟେ ସାତପୁରା ଧନିପୁରରେ ବାଂଲାଦେଶୀଙ୍କ ୭ ବେଆଇନ୍ ନିର୍ମାଣ ଉପରେ ବୁଲଡୋଜର ବୁଲି ସବୁ ମାଟିରେ ମିଶାଇ ଦେଇଥିଲା ।

ଏଥିସହ ପଢ଼ନ୍ତୁ: ବାଂଲାଦେଶୀଙ୍କ ୧୭ ବେଆଇନ୍ ନିର୍ମାଣ ଭାଙ୍ଗିଲା ପ୍ରଶାସନ; ମୁଖ୍ୟ ଅଭିଯୁକ୍ତ ସିକନ୍ଦର ସହ ୩୦ ଫେରାର୍

ମୁଖ୍ୟ କାର୍ପଟଦାର ସିକନ୍ଦରକୁ ଧରିବାକୁ ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା । ଶେଷରେ ଯାଜପୁରରୁ ଧରାପଡ଼ିଛି ସିକନ୍ଦର । ତେବେ ବାଂଲାଦେଶରୁ ବାଂଲାଦେଶୀ କେଉଁ ରାସ୍ତାରେ ଆସୁଥିଲେ ଜଗତସିଂହପୁର ? ଜଳପଥରେ ନା ସ୍ଥଳ ପଥରେ ସେମାନଙ୍କୁ ଜଗତସିଂହପୁର ଅଣାଯାଇଛି ସେନେଇ ତଦନ୍ତ କରୁଛି ପୋଲିସ ।

ନକଲି ଆଧାର କାର୍ଡ ନେଇ ପୋଲିସ ତନାଘନା ଚଳାଇଛି । ପଶ୍ଚିମବଙ୍ଗରେ ନାଁ ଓଡ଼ିଶାର କେଉଁଠି ନକଲି ଆଧାର ତିଆରି ହୋଇଛି ସେ ନେଇ ଛାନଭିନ୍ କରାଯାଉଥିବା ଏସ୍‌ପି କହିଛନ୍ତି । ଆବଶ୍ୟକ ସ୍ଥଳେ ତଦନ୍ତ ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime In Odisha: ୭ ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଲା ସିକନ୍ଦର; ବାଂଲାଦେଶୀ ଲିଙ୍କ୍‌ରେ ମାଡ଼ି ବସିଲା ପୋଲିସ | Argus News