Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha / 'ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ ବାତ୍ୟା, ଜିରୋ କାଜୁଆଲିଟି ଲକ୍ଷ୍ୟ'

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
'ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ ବାତ୍ୟା, ଜିରୋ କାଜୁଆଲିଟି ଲକ୍ଷ୍ୟ'

Key Points

ବାତ୍ୟ `ମୋନ୍ଥା' ମୁକାବିଲା ନେଇ ପ୍ରସ୍ତୁତ ଅଛନ୍ତି ସରକାର । ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ବ ମନ୍ତ୍ରୀଙ୍କ ସୂଚନା । ରେଡ ଆଲର୍ଟ ଥିବା ୮ ଜିଲ୍ଲାରେ ୨୮, ୨୯ ଏବଂ ୩୦ ତାରିଖ ସ୍କୁଲ ଛୁଟି।
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ମୋନ୍ଥା । ଆଜି ସାମୁଦ୍ରିକ ଝଡ଼ବାତ୍ୟା, ଆସନ୍ତାକାଲି ନେବ ‘ଭୀଷଣ ବାତ୍ୟା’ର ରୂପ । IMD ସୂଚନା ଅନୁସାରେ- ଗୋପାଳପୁରରୁ ୭୯୦ କିମି, କାକିନାଡ଼ାରୁ ୬୨୦ କିମି, ବିଶାଖାପାଟଣାରୁ ୬୫୦ କିମି, ଚେନ୍ନାଇଠାରୁ ୫୬୦ କିମି, ପୋର୍ଟବ୍ଲେୟାରଠାରୁ ୮୧୦ କିମି ଦୂରରେ ରହିଛି ବାତ୍ୟା । ଭୀଷଣ ବାତ୍ୟା ରୂପ ନେଇ କାକିନାଡ଼ା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।

ସେପଟେ ବାତ୍ୟାକୁ ନେଇ ପ୍ରେସମିଟ୍‌ କରି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବାତ୍ୟାର ଗତି ବଢ଼ୁଥିବାରୁ ଏହାର ପ୍ରଭାବ କମିବ । ରେଡ୍‌ ଆଲର୍ଟ ଜାରି ହୋଇଥିବା ୮ ଜିଲ୍ଲାରେ ୨୮, ୨୯ ଓ ୩୦ ତାରିଖରେ ସ୍କୁଲ ଛୁଟି । ସେହିପରି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାରେ ୨୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ଏପର୍ଯ୍ୟନ୍ତ ୨୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନନ୍ତରିତ କରାସରିଛି । ସମସ୍ତ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୱାରୀ ପ୍ରସ୍ତୁତି ନେଇ ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ରାଡାରରେ ଦେଖାଗଲା ବାତ୍ୟା 'ମୋନ୍ଥା'ର ବାହ୍ୟବଳୟ; ଉପକୂଳରେ ତୀବ୍ର ବୃଷ୍ଟିପାତ ସହ ଝଟ୍‌କା ପବନ


ସେ ଆହୁରି କହିଛନ୍ତି, ପଞ୍ଚାୟତଠାରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ସରିଛି । ଲୋକଙ୍କ ସୁରକ୍ଷା ପାଇଁ ସରକାରୀ ଅଧିକାରୀ, ଅଙ୍ଗନବାଡି, ଆଶା ଦିଦି ପହଞ୍ଚି ସାରିଛନ୍ତି । ବାତ୍ୟାର ଗତି ବଢ଼ି ବଢ଼ି ଚାଲୁଛି । ଆଜି ମଧ୍ୟାହ୍ନ ରିପୋର୍ଟ ଅନୁସାରେ ଅବପାତର ଗତି ଘଣ୍ଟାପ୍ରତି ୧୮ କିଲୋମିଟର ରହିଛି । ବିଶେଷଜ୍ଞଙ୍କ ଅନୁସାରେ, ଗତି ଯେତେ ବଢିବ ଏହାର ପ୍ରଭାବ କମିବ । ଯାହା ଶୁଭ ସୂଚନା । ବାତ୍ୟା ଏବେ ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂରରେ ଅଛି । ଏହା ମାଲକାନଗିରି କ୍ରସ୍‌ କରି ଛତିଶଗଡ଼ ଯିବ । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଅଧିକ ପ୍ରଭାବିତ ହେବ ।

ସେହିପରି ଛତିଶଗଡ଼ ପଟେ ଅଧିକ ବର୍ଷା ହୋଇପାରେ । ଯାହାଫଳରେ ମହାନଦୀକୁ ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଉଛି । ସେପଟେ SRC ଆଜି କୋଷ୍ଟ ଗାର୍ଡ ସହ କଥା ହେବେ । ଆନ୍ଧ୍ରପ୍ରଦେଶ କେତୋଟି ଟ୍ରଲର ଓଡ଼ିଶା ପଟେ ରହିଛି ସେନେଇ କୋଷ୍ଟଗାର୍ଡ ସହ ଆଲୋଚନା ହେବ । ବିଚଳିତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲଟି ସହ ବାତ୍ୟାକୁ ବିଦା କରିବା ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ବାତ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ । କଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ପଳେଇ ଆସନ୍ତୁ । ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ଦିଅନ୍ତୁ । ସେହିପରି ପ୍ରବଳ ବର୍ଷା ଯୋଗୁଁ ସହରର ଯେଉଁ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ରହିଛି, ସେଠି ଆଗୁଆ ପମ୍ପ ସେଟ୍‌ ରଖିବାକୁ କୁହାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyclone Montha to Cross via Malkangiri Toward Chhattisgarh, Odisha on High Alert | Argus News