Videos
|
Weather-calamities

Odisha Rain Alert / ବଙ୍ଗୋପସାଗରରେ ଲଘୁଚାପ: ୭ ଦିନ ଯାଏଁ ପ୍ରବଳ ବର୍ଷା, ଜାରି ହେଲା ଚେତାବନୀ

Santosh Kumar Sahoo
Browse all articles by Santosh Kumar Sahoo
·16 hours ago·2 min read
ବଙ୍ଗୋପସାଗରରେ ଲଘୁଚାପ: ୭ ଦିନ ଯାଏଁ ପ୍ରବଳ ବର୍ଷା, ଜାରି ହେଲା ଚେତାବନୀ
Heavy Rainfall

Key Points

ଓଡ଼ିଶାରେ ବର୍ଷାର ବଡ଼ ଆଲର୍ଟ
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା
୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଚେତାବନୀ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟ ତମାମ ଜାରି ରହିଛି ପ୍ରବଳ ବର୍ଷା । ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ସେହି ସମାନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିମି ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଦକ୍ଷିଣ ପଶ୍ଚିମ ଆଡକୁ ଢଳି ରହିଛି ।

ଏହାର ପ୍ରଭାବରେ ଆହୁରି ୨୪ ଘଣ୍ଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ସହ ୭ ଦିନ ଯାଏ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ । ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ଚେତାବନୀ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ: ସୃଷ୍ଟି ହେଲା ଲଘୁଚାପ; ଅଗଷ୍ଟ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା


ସେହିପରି ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଅବଶିଷ୍ଟ ୭ ଜିଲ୍ଲାରେ ବିଜୁଳି ଘଡ଼ିଘଡ଼ି ସହ ୩୦ ରୁ ୪୦ କିମି ଝଟକା ପବନ ସମ୍ଭାବନାକୁ ନେଇ ଚେତାବନୀ ଜାରି ହୋଇଛି ।



ପାଣିପାଗ କେନ୍ଦ୍ର ଅନୁସାରେ, ୮ ଓ ୯ ତାରିଖ ଦୁଇ ଦିନ ଓଡ଼ିଶା ଉପକୂଳ ଅଶାନ୍ତ ରହିବ । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ଘଣ୍ଟା ପ୍ରତି ୬୦ କିମି ବେଗରେ ଝଟ୍‌କା ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିଥିବାରୁ ଓଡ଼ିଶା ଉପକୂଳ ସମୁଦ୍ରକୁ ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: