Firecracker Blast / ଅହମ୍ମଦାବାଦର ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ମୃତ
·1 month ago·2 min read

Key Points
ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ଅଘଟଣ ଘଟିଛି
ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି

ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ଅଘଟଣ ଘଟିଛି। ସ୍ଥାନୀୟ ରାମୋଲ-ଗାତ୍ରଦ ରୋଡ୍ରେ ଅବସ୍ଥିତ ଏକ ବାଣ ତିଆରି କାରଖାନାରେ ଶନିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ RAF ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ସୂଚନା ଅନୁଯାୟୀ, ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ, ଦେଖୁଦେଖୁ କାରଖାନାଟି ଜଳିପୋଡ଼ି ରଖାର ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ରାପିଡ୍ ଆକ୍ସନ୍ ଫୋର୍ସ (RAF) ର ଯବାନମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯବାନମାନେ ବିଲ୍ଡିଂ ମଧ୍ୟରୁ ୮ ଜଣଙ୍କର ମୃତଦେହ ଉଦ୍ଧାର କରିବା ସହ ଭିତରେ ଫସି ରହିଥିବା ଏବଂ ଆହତ ହୋଇଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଆଣିଥିଲେ।
ଏହାସହ ପଢ଼ନ୍ତୁ: ବଡ଼ ଧରଣର ରେଳ ଦୁର୍ଘଟଣା; ସ୍କୁଲ୍ ଭ୍ୟାନ୍କୁ ୫୦ ଫୁଟ୍ ଘୋଷାଡ଼ି ନେଲା ଟ୍ରେନ୍, ୩ ମୃତ
ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳକୁ ଆସି ବହୁ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ବର୍ତ୍ତମାନ କାରଖାନା ପରିସରକୁ ଥଣ୍ଡା କରିବା ପାଇଁ (Cooling operations) ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ, ଆହତ ହୋଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଅହମ୍ମଦାବାଦର ମେହମଦପୁରା ଅଞ୍ଚଳରେ ଥିବା ଟ୍ୟାଲେଣ୍ଟ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ପରବର୍ତ୍ତୀ ସମୟରେ, କାରଖାନା ଭିତରେ ଗଚ୍ଛିତ ବିସ୍ଫୋରକ ଯୋଗୁଁ ବିସ୍ଫୋରଣ ଘଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଲୋକଙ୍କ ପାଇଁ ଶୋକବ୍ୟକ୍ତ କରିବା ସହିତ ଓ ପୀଡ଼ିତ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହିତ ଆହତଙ୍କ ପାଇଁ ୫୦,୦୦୦ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
- ଅନୁକମ୍ପା ସହାୟତା ଘୋଷଣା

Related Topics
Explore more stories