Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Train Accident / ବଡ଼ ଧରଣର ରେଳ ଦୁର୍ଘଟଣା; ସ୍କୁଲ୍‌ ଭ୍ୟାନ୍‌କୁ ୫୦ ଫୁଟ୍ ଘୋଷାଡ଼ି ନେଲା ଟ୍ରେନ୍, ୩ ମୃତ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବଡ଼ ଧରଣର ରେଳ ଦୁର୍ଘଟଣା; ସ୍କୁଲ୍‌ ଭ୍ୟାନ୍‌କୁ ୫୦ ଫୁଟ୍ ଘୋଷାଡ଼ି ନେଲା ଟ୍ରେନ୍, ୩ ମୃତ
School Van Dragged 50 Feet, 3 Killed

Key Points

ସ୍କୁଲ୍ ଛୁଆଙ୍କୁ ନେଇ ଯାଉଥିବା ଭ୍ୟାନ୍‌କୁ ପିଟିଲା ଟ୍ରେନ । ୩ ଜଣ ଛାତ୍ରଙ୍କ ମୃତ୍ୟୁ, ଏକାଧିକ ଆହତ । ସକାଳ ପ୍ରାୟ ୭ଟା ସମୟରେ ଛୋଟ ଛୋଟ ସ୍କୁଲ୍ ଛୁଆଙ୍କୁ ନେଇ ସ୍କୁଲ୍ ଭ୍ୟାନ୍‌ଟି ଯାଉଥିଲା ।
କୋଲକାତା: ଶୁକ୍ରବାର ସକାଳୁ ସକାଳୁ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ସ୍କୁଲ୍ ଛୁଆଙ୍କୁ ନେଇ ଯାଉଥିବା ଭ୍ୟାନ୍‌କୁ ପିଟିଲା ଟ୍ରେନ । ୩ ଜଣ ଛାତ୍ରଙ୍କ ମୃତ୍ୟୁ, ଏକାଧିକ ଆହତ । ପଶ୍ଚିମବଙ୍ଗର ମୁର୍ଶିଦାବାଦର ବରହମପୁରରେ ଏହି ବଡ଼ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ସକାଳ ୭ଟାରେ ଏହି ଦୁର୍ଘଟଣା ହୋଇଛି । ବରହମପୁର ପୋଲିସ ଷ୍ଟେସନ ଅନ୍ତର୍ଗତ କର୍ଣ୍ଣସୁରବରନା ରେଳ ଫାଟକ ନିକଟରେ ଟ୍ରେନ୍‌, ସ୍କୁଲ୍ ଭ୍ୟାନକୁ ଧକ୍କା ଦେଇଛି । ସ୍କୁଲ୍‌ ଭ୍ୟାନ୍‌ରେ ପ୍ରାୟ ୧୭ ଜଣ ଛାତ୍ରଛାତ୍ରୀ ରହିଥିଲେ ।

ଏଥିସହ ପଢ଼ନ୍ତୁ: ଶାସ୍ତ୍ରୀନଗର ହିଟ ଆଣ୍ଡ ରନ୍‌ ଘଟଣାରେ ପୋଲିସର ବଡ଼ ଆକ୍ସନ...ବନ୍ଧାହେଲେ କିଲର୍ କାର୍ ଡ୍ରାଇଭର 

ରେଲୱେ ଫାଟକରେ ଟ୍ରେନ୍, ସ୍କୁଲ୍ ଭ୍ୟାନ୍‌କୁ ଧକ୍କା ଦେଇ ପ୍ରାୟ ୫୦ ଫୁଟ୍ ଦୂରକୁ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି । ସ୍କୁଲ୍ ଭ୍ୟାନ୍‌ର ସମ୍ମୁଖ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ମଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

କେମିତି ଘଟିଲା ଦୁର୍ଘଟଣା ?

ସକାଳ ପ୍ରାୟ ୭ଟା ସମୟରେ ଛୋଟ ଛୋଟ ସ୍କୁଲ୍ ଛୁଆଙ୍କୁ ନେଇ ସ୍କୁଲ୍ ଭ୍ୟାନ୍‌ଟି ଯାଉଥିଲା । ରେଲୱେ ଫାଟକ ପଡ଼ି ନଥିବାରୁ ସ୍କୁଲ୍ ଭ୍ୟାନ୍ ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିଲା । ସେହି ସମୟରେ ଟ୍ରାକ୍‌ରେ ଆସୁଥିବା ଟ୍ରେନ୍‌, ସ୍କୁଲ୍ ଭ୍ୟାନ୍‌କୁ ଧକ୍କା ଦେଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ଛାତ୍ର ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ପୋଲିସ ଓ ରେଲୱେର ବରିଷ୍ଠ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ରେଲୱେ ଦେଲା ତଦନ୍ତ ନିର୍ଦ୍ଦେଶ

ଦୁର୍ଘଟଣାକୁ ପୂର୍ବତଟ ରେଲୱେ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି । ଦୁର୍ଘଟଣାସ୍ଥଳକୁ ପୂର୍ବତଟ ରେଲୱେ ପକ୍ଷରୁ ଏକ ଟିମ୍ ପଠା ଯାଇଛି । କେଉଁ ପରିସ୍ଥିତିରେ ଟ୍ରେନ୍ ଆସିବା ବେଳେ ଫାଟକ ପଡ଼ିନଥିଲା ଟିମ୍ ତାର ତଦନ୍ତ କରିବ ।

ଏଥିସହ ପଢ଼ନ୍ତୁ: ଆଜିଠୁ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍; ହେବନି ପ୍ରଦୂଷଣ 

ଗେଟ୍‌ମ୍ୟାନ୍ ଓ ସୁପରଭାଇଜର ନିଲମ୍ବିତ

ମୁର୍ଶିଦାବାଦର ରେଲୱେ କ୍ରସିଂରେ ଟ୍ରେନ୍ ଓ ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପୂର୍ବତଟ ରେଲୱ ଆରମ୍ଭ କରିଛି । ଏହି ଦୁର୍ଘଟଣା ପାଇଁ ରେଲୱେ କ୍ରସିଂରେ ଡ୍ୟୁଟିରେ ଥିବା ଗେଟ୍ୟାନ୍ ସହ ସୁପରଭାଇଜରଙ୍କୁ ତତ୍‌କ୍ଷଣାତ ନିଲମ୍ବିତ କରାଯାଇଛି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରେଲୱେର ବରିଷ୍ଠ ଅଧିକାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored