Firecracker Blast / ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ବିଲ ସାରା ପଡ଼ିଛି ୧୮ ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ
·4 months ago·2 min read

Key Points
ବାଣ କାରଖାନାର ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତଦେହ ଗୁଡ଼ିକ ଆସି ବିଲରେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି । ନିକଟରେ ଥିବା ଅନେକ ଘର ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି ।
ବିଶାଖାପାଟଣା: ବାଣ ତିଆରି ଚାଲିଥିବା ବେଳେ ବଡ଼ ଧରଣର ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗମ୍ଭୀର ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶର କାକିନାଡ଼ା ଜିଲ୍ଲାର ସମାଲକୋଟର ବେତଲପଲେମରେ ଶନିବାର ଦ୍ଵି ପହରରେ ଏହି ବିସ୍ଫୋରଣ ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ବାଣ କାରଖାନାରେ ୨୦ରୁ ଅଧିକ ଶ୍ରମିକ କାମ କରୁଥିଲେ । ବିସ୍ଫୋରଣ ସମୟରେ ବାଣ ତିଆରି ଚାଲିଥିଲା । ଶ୍ରମିକ ମାନେ ବାଣ ଭିଡ଼ିବା କାମ ଜାରି ରଖିଥିବା ବେଳେ ହଠାତ୍ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଫଳରେ ଅନେକ ଶ୍ରମିକ କାରଖାନାରୁ ବାହାରି ପାରି ନଥିଲେ ।
ଏଥିସହ ପଢ଼ନ୍ତୁ: ବାରମ୍ବାର ମନ୍ତ୍ରୀ ଡାକୁଥିଲେ ବୈଠକ; ଆସୁନଥିଲେ କି ତଥ୍ୟ ଦେଉ ନଥିଲେ IAS ଅଧିକାରୀ, ତା'ପରେ...
ବିସ୍ଫୋରଣ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁ ଲିଭାଇବା ସହ ପୀଡ଼ିତକୁ ମେଡିକାଲ୍ ନିଆଯାଇଛି । ଅନେକ ଶ୍ରମିକଙ୍କ ଶରୀର ଅତ୍ୟଧିକ ଜଳି ଯାଇଛି ।
ବାଣ କାରଖାନାର ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତଦେହ ଗୁଡ଼ିକ ଆସି ବିଲରେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି । ନିକଟରେ ଥିବା ଅନେକ ଘର ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି । ଦିନ ପ୍ରାୟ ୨ଟା ସମୟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକ ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଶବ୍ଦ ୫ କିଲୋମିଟରରୁ ଅଧିକ ଦୂର ଯାଏ ଶୁଭିଥିଲା । ଯାହା ପରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ପ୍ରାଥମିକତା ଦେଇ ମେଡାକିଲ୍ ପଠାଇବା କାର୍ଯ୍ୟ ଆରମ୍ଭ କରିଥିଲେ ।
ଏଥିସହ ପଢ଼ନ୍ତୁ: ତାରେଣୀଗଡ଼ା ହତ୍ୟା ଉପରୁ ପରଦା ଉଠାଇଲା ପୋଲିସ; ପୁରୁଷ ବନ୍ଧୁ ସହ ଝାଡ଼ଖଣ୍ଡର ଯୁବକ ଗିରଫ
ପୋଲିସ ଅନୁସାରେ, "ବାଣ ବିସ୍ଫୋରଣ ବହୁତ ଶକ୍ତିଶାଳୀ ଥିଲା । ଏକାଧିକ ମୃତଦେହ ଖଣ୍ଡ ବିଖଣ୍ଡିତ ହୋଇ ନିକଟରେ ଥିବା ଚାଷ ଜମିରେ ଏଣେତେଣେ ପଡ଼ିଥିଲା ।" ସ୍ଥାନୀୟ ଲୋକେ ଧାନ ଭର୍ତ୍ତି କରୁଥିବା ଅଖା ଆଣି ମୃତଦେହ ଗୁଡ଼ିକୁ ନେଇଥିଲେ । ଖଣ୍ଡ ବିଖଣ୍ଡିତ ମୃତଦେହ ଖୋଜିବା ପାଇଁ ପୋଲିସ ଡ୍ରୋନ୍ ସହାୟତା ନେଇଛି ।
ଘଟଣାରେ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବା ଲାଗି ନିର୍ଦ୍ଦେଶ ଦେବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories