Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡ୍ୟାମ୍‌ରେ ବଡ଼ ଦୁର୍ଘଟଣା; ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍ ବୁଡ଼ିଗଲା

Accident

Boat Capsizes / ଡ୍ୟାମ୍‌ରେ ବଡ଼ ଦୁର୍ଘଟଣା; ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍ ବୁଡ଼ିଗଲା

Sushanta Sahoo
Browse all articles by Sushanta Sahoo
·55 mins ago·2 min read
ଡ୍ୟାମ୍‌ରେ ବଡ଼ ଦୁର୍ଘଟଣା; ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍ ବୁଡ଼ିଗଲା
Tourist Boat Capsizes in Bargi Dam

Key Points

  • ୩୦ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍ ବୁଡ଼ିଗଲା
  • ମଧ୍ୟପ୍ରଦେଶ ଜବଲପୁରର ବାର୍‌ଗି ଡ୍ୟାମ୍‌ରେ ଅଘଟଣ
  • ୪ ଜଣଙ୍କ ମୃତଦେହ ଉଦ୍ଧାର, ଏକାଧିକ ନିଖୋଜ
  • ଉଦ୍ଧାରକାରୀ ଦଳ ଦ୍ଵାରା ୧୫ ଉଦ୍ଧାର, ମେଡିକାଲ୍‌ରେ ଭର୍ତ୍ତି
ଭୋପାଳ: ବାର୍‌ଗି ଡ୍ୟାମ୍‌ରେ ବଡ଼ ଅଘଟଣ । ବୁଡ଼ିଗଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍ । ମଧ୍ୟପ୍ରଦେଶ ଜବଲପୁରର ବାର୍‌ଗି ଡ୍ୟାମ୍‌ରେ ବୋଟ୍ ବୁଡ଼ିଯାଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଯାତ୍ରୀ ନିଖୋଜ ରହିଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ସୂଚନା ଅନୁସାରେ, ବାର୍‌ଗି ଡ୍ୟାମ୍‌ରେ ଚାଲୁଥିବା ଯନ୍ତ୍ରଚାଳିତ ବୋଟ୍‌ରେ ଭରପୂର ଯାତ୍ରୀ ଥିଲେ । ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ବୋଟ୍ ଆଗକୁ ବଢ଼ୁଥିଲା । ନର୍ମଦା ନଦୀର ପଛୁଆ ପାଣି ସୁଅକୁ କାଟି ବୋଟ୍ ଆଗକୁ ବଢ଼ୁଥିବା ବେଳେ ବହିଥିଲା ପବନ ।

ଏଥିସହ ପଢ଼ନ୍ତୁ: ରୋଷେଇ ବେଳେ ଭୟଙ୍କର ଗ୍ୟାସ ବିସ୍ଫୋରଣ: ଗୋଟିଏ ପରିବାରର ୭ ଜଣ ଗୁରୁତର 

ଆଉ ଦେଖୁ ଦେଖୁ ଡ୍ୟାମ୍‌ରେ ଓଲଟି ପଡ଼ିଥିଲା ବୋଟ୍‌ଟି । ଜବଲପୁର ଜିଲ୍ଲାପାଳ ରାଘବେନ୍ଦ୍ର ସିଂହ ବୋଟ୍ ବୁଡ଼ି ଘଟଣାକୁ ସ୍ପଷ୍ଟ କରିଛନ୍ତି । ଏହି ଦୁର୍ଘଟଣାରେ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ୧୫ ଜଣଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି ।

ଉଦ୍ଧାର କାର୍ଯ୍ୟ ଜାରି

ସୂଚନା ଅନୁସାରେ, ଉଦ୍ଧାରକାରୀ ଦଳ ଦ୍ଵାରା ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିଛନ୍ତି । ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏକାଧିକ ନିଖୋଜ ଅଛନ୍ତି । ଏବେ ସୁଦ୍ଧା ୪ ଜଣଙ୍କ ମୃତଦେହ ମିଳିଛି ।

ଏଥିସହ ପଢ଼ନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣା: ଚଳନ୍ତା କାର ନିଆଁ ପିଣ୍ଡୁଳାରେ ପରିଣତ…ଜଣେ ଝିଅ ସମେତ ୫ଜଣ ଜୀବନ୍ତ ଦଗ୍ଧ 

୪ ଜଣଙ୍କ ମୃତ୍ୟୁ ହୋଇଥିବା ଜବଲପୁର ଜିଲ୍ଲାପାଳ ରାଘବେନ୍ଦ୍ର ସିଂହ ସ୍ପଷ୍ଟ କରିଛନ୍ତି । ଏକାଧିକ ଲୋକ ଆହତ ହୋଇଥିବା ବେଳେ ନିଖୋଜଙ୍କୁ ଖୋଜାଖୋଜି ଚାଲିଛି । ପ୍ରଶାସନ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ଵ ଦେଉଥିବା କହିଛନ୍ତି ଜିଲ୍ଲାପାଳ ।


ମୁଖ୍ୟମନ୍ତ୍ରୀଙ୍କ ଶୋକ


ଜବଲପୁର ବାର୍‌ଗି ଡ୍ୟାମ୍‌ରେ ବୋଟ୍ ବୁଡ଼ିଯିବାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ଏକ୍ସ ପୋଷ୍ଟରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଝଡ଼ ତୋଫାନ ଯୋଗୁଁ ବୋଟ୍ ବୁଡ଼ି ଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଜାରି ରଖିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bargi Dam Boat Accident: 4 Dead, Several Missing in Jabalpur | Argus News | Argus News