Videos
|
Accident

Road Accident / ଭୟଙ୍କର ସଡ଼କ ଦୁର୍ଘଟଣା: ନେଇଗଲା ୮ ଟା ଜୀବନ, ୩ ଆହତ

Banajyotshna Ray
Browse all articles by Banajyotshna Ray
·1 hour ago·1 min read
ଭୟଙ୍କର ସଡ଼କ ଦୁର୍ଘଟଣା: ନେଇଗଲା ୮ ଟା ଜୀବନ, ୩ ଆହତ
Road Accident

Key Points

ମହାରାଷ୍ଟ୍ରର ଭଣ୍ଡାରାରେ ବଡ଼ ସଡ଼କ ଦୁର୍ଘଟଣା
ଟ୍ରକ୍ ସହିତ ପିକ୍‌ଅପ୍ ଧକ୍କା; ୮ ଜଣଙ୍କ ମୃତ୍ୟୁ, ୩ ଆହତ
ଦୁର୍ଘଟଣା ନେଇଗଲା ଜୀବନ। ଆଖି ସାମ୍ନାରେ ଚାଲିଗଲା ଆଠ ଆଠଟା ଜୀବନ। ମହାରାଷ୍ଟ୍ରର ଭଣ୍ଡାରାରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ତିନି ଜଣ ଶିଶୁଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳେ ଏକ ପିକଅପ୍ ଟ୍ରକ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ନାଗପୁର-ରାୟପୁର ଜାତୀୟ ରାଜପଥର ପିମ୍ପଲଗାଓଁ ରାସ୍ତାରେ ଭାଉ ଢାବା ନିକଟରେ ଏହି ଧକ୍କା ହୋଇଥିଲା। ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସାକୋଲି ଉପ-ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।''

ଏଥିସହ ପଢ଼ନ୍ତୁ: ହୁତୁହୁତୁ ହୋଇ ଜଳିଗଲା ବନ୍ଦରରେ ଛିଡ଼ା ହୋଇଥିବା କାର୍ଗୋ ଜାହାଜ, ୨୫ ଜଣ ଜୀବନ୍ତ ଦଗ୍ଧ

ଏହି ଦୁର୍ଘଟଣା ବ୍ୟାପକ ଆତଙ୍କ ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ପୋଲିସ ଏବଂ ପ୍ରଶାସନକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବାହାର କରି ଡାକ୍ତରଖାନାକୁ ପଠାଇବା ଆରମ୍ଭ କରିଥିଲେ। ଏଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।'' ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି।

ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories