Videos
|
International

Port Fire / ହୁତୁହୁତୁ ହୋଇ ଜଳିଗଲା ବନ୍ଦରରେ ଛିଡ଼ା ହୋଇଥିବା କାର୍ଗୋ ଜାହାଜ, ୨୫ ଜଣ ଜୀବନ୍ତ ଦଗ୍ଧ

Sushanta Sahoo
Browse all articles by Sushanta Sahoo
·23 mins ago·2 min read
ହୁତୁହୁତୁ ହୋଇ ଜଳିଗଲା ବନ୍ଦରରେ ଛିଡ଼ା ହୋଇଥିବା କାର୍ଗୋ ଜାହାଜ, ୨୫ ଜଣ ଜୀବନ୍ତ ଦଗ୍ଧ
25 Killed as Cargo Ship Catches Fire

Key Points

ପାଣି ଭିତରେ ନିଆଁ । ଜଳିଗଲା ବନ୍ଦରରେ ଛିଡ଼ା ହୋଇଥିବା ମାଲବାହୀ ଜାହାଜ । ଦେଖୁ ଦେଖୁ ଚାଲିଗଲା ୨୫ ଜଣଙ୍କ ଜୀବନ । ଗୁରୁବାର ସକାଳେ ଚୀନର ପୂର୍ବଭାଗରେ ଥିବା କ୍ଵିଙ୍ଗଡାଓ ପୋର୍ଟରେ ଏହି ଅଘଟଣ ଘଟିଛି ।
ନୂଆଦିଲ୍ଲୀ: ବନ୍ଦର ଭିତରେ ଛିଡ଼ା ହୋଇଥିବା ମାଲବାହୀ ଜାହାଜରେ ନିଆଁ ଲାଗିଲା । ଦେଖୁ ଦେଖୁ ଚାଲିଗଲା ୨୫ ଜଣଙ୍କ ଜୀବନ । ଗୁରୁବାର ସକାଳେ ଚୀନର ପୂର୍ବଭାଗରେ ଥିବା କ୍ଵିଙ୍ଗଡାଓ ପୋର୍ଟରେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ, ମାଲବାହୀ ଜାହାଜଟି ମରାମତି ପାଇଁ ସେଠାରେ ଥିବାବେଳେ ସେଥିରେ ପ୍ରାୟ ୪୨ ଜଣ ଥିଲେ ।

ସୂଚନା ଅନୁସାରେ, ଦିନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ଜାହାଜରେ ହଠାତ୍ ନିଆଁ ଲାଗି ଯାଇଥିଲା । ମଧ୍ୟାହ୍ନ ସାଢ଼େ ୨ଟା ସୁଦ୍ଧା ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି । ଜାହାଜରୁ ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ପୁଟିନଙ୍କ ପରେ କନଫର୍ମ କଲେ ଜିନପିଙ୍ଗ; BRICSରେ ସାମିଲ୍ ହେବା ପାଇଁ ଭାରତ ଆସିବେ 

ମରାମତି ପାଇଁ ଆସିଥିଲା, ଜଳିଗଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଗ୍ନିକାଣ୍ଡକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବନ୍ଦରରେ ମରାମତି ପାଇଁ ଛିଡ଼ା ହୋଇଥିବା ଜାହାଜରେ କିଭଳି ଓ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିନପିଙ୍ଗ ।

ଚୀନର ସରକାରୀ ମିଡିଆ ସେୟାର୍ କରିଥିବା ଫଟୋ ଅନୁସାରେ, ଜାହାଜରେ ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ପତାକା ରହିଛି । ମାଲବାହୀ ଜାହାଜର ନାଁ ଓସେନ୍ ମେଲୋଡି ବୋଲି ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସର୍ଚ୍ଚ ଅପରେସନକୁ ଗୁରୁତ୍ଵ ଦିଆଯାଇଛି ।

କ୍ଵିଙ୍ଗଡାଓ ବେଇହାଇ ହେଉଛି ଚୀନର ଏକ ବୃହତ ଜାହାଜ କାରଖାନା । ଯାହାକୁ ଚୀନର ଷ୍ଟେଟ ସିପବିଲ୍ଡିଂ କର୍ପୋରେସନ ପରିଚାଳନା କରିଥାଏ । ଏହି କାରଖାନା ୩୩୦ ହେକ୍ଟରରେ ୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ତେବେ ଅଗ୍ନିକାଣ୍ଡ ନେଇ କାରଖାନା ପକ୍ଷରୁ କୌଣସି ତତ୍‌କ୍ଷଣାତ୍ ପ୍ରତିକ୍ରିୟା ମିଳିପାରି ନାହିଁ ।

ଜାହାଜର ଗତିବିଧି ଉପରେ ନଜର ରଖୁଥିବା ଟ୍ରାକିଂ ପ୍ଲାଟଫର୍ମ ଅନୁସାରେ, ଓସେନ୍ ମେଲୋଡି ଜାହାଜ ଅଗଷ୍ଟ ୩୧ ତାରିଖରେ କ୍ଵିଙ୍ଗଡାଓରେ ପହଞ୍ଚିଥିଲା । ଓସେନ୍ ମେଲୋଡି ଆସନ୍ତା ରବିବାର କ୍ଵିଙ୍ଗଡାଓ ଛାଡ଼ିବାର ଥିଲା । ତା' ପୂର୍ବରୁ ଶୁକ୍ରବାର ଜାହାଜରେ ନିଆଁ ଲାଗି ୨୫ ଜଣଙ୍କ ଜୀବନ ଯାଇଛି ।

ଏଥିସହ ପଢ଼ନ୍ତୁ: ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ, ୨ ବାଂଲାଦେଶୀ ସୈନିକ ମୃତ…. ଅଧିକାରୀ ଗୁରୁତର 

ନିଆଁ ଲାଗି ଜଳି ଯାଇଥିବା ଓସେନ୍ ମେଲୋଡି ଜାହାଜର ମାଲିକାନା ଚୀନର କମ୍ପାନୀ ହୁଇଲି ସିପିଂ ପାଖରେ ରହିଥିବା ବେଳେ ଏହାର ପରିଚାଳନା ୟୁୟାଙ୍ଗକୁନପେଙ୍ଗ ସାଂଘାଇ ସିପ୍ ମ୍ୟାନେଜମେଣ୍ଟ କରୁଥିଲା । ମାତ୍ର ଗୋଟିଏ ମାସ ଭିତରେ ଚୀନରେ ଏଭଳି ଦ୍ଵିତୀୟ ଅଘଟଣ ଘଟିଛି ।

ଏହା ପୂର୍ବରୁ ଅଗଷ୍ଟ ୧୩ ତାରିଖରେ ହୁହାଇର ସିପୟାର୍ଡରେ ଏକ ଜାହାଜରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ଅଗ୍ନିଶମ କର୍ମଚାରୀ ପ୍ରାଣ ହରାଇଥିଲେ । ଆଉ ଏବେ କ୍ଵିଙ୍ଗଡାଓରେ ଓସେନ୍ ମେଲୋଡି ଜାହାଜରେ ଅଗ୍ନିକାଣ୍ଡ ୨୫ ଜଣଙ୍କ ଜୀବନ ନେଇଛି ।