Accident / ଭକ୍ତଙ୍କୁ ରକ୍ଷା କଲେ ହନୁମାନ; ମାରି ଦେଇଥାନ୍ତା ବିରାଟ ପଥର !
·8 months ago·2 min read

Key Points
ବ୍ୟାଘ୍ରଦେବୀଙ୍କ ମନ୍ଦିରକୁ ଯିବା ପାହାଚରେ ବିରାଟ ପଥର ଖସି ଆସି ସମସ୍ତ ବ୍ୟାରିକେଡ୍ ନଷ୍ଟ କରି ଦେଇଛି । ବାତ୍ୟା 'ମୋନ୍ଥା' ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଏ ଅଘଟଣ ଘଟିଛି । ତେବେ ପଥର ଖସିବା ସମୟରେ କେହି ଶ୍ରଦ୍ଧାଳୁ ନ ଥିବାରୁ ବଡ଼ ଅଘଟଣ ଟଳି ଯାଇଛି ।
ଭଞ୍ଜନଗର (ଗଞ୍ଜାମ): ପଥର ଖସିଲା, ମନ୍ଦିରରେ ସୃଷ୍ଟି ହେଲା ଫାଟ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ସ୍ଥିତ ଉପର ବ୍ୟାଘ୍ରଦେବୀଙ୍କ ମନ୍ଦିରରୁ ଖସି ଆସିଛି ବିରାଟ ପଥର ଖଣ୍ଡ । ଫଳରେ ଭାଙ୍ଗି ଯାଇଛି ହନୁମାନ ମନ୍ଦିରର ପାଚେରୀ କାନ୍ଥ ।
ବ୍ୟାଘ୍ରଦେବୀଙ୍କ ମନ୍ଦିରକୁ ଯିବା ପାହାଚରେ ବିରାଟ ପଥର ଖସି ଆସି ସମସ୍ତ ବ୍ୟାରିକେଡ୍ ନଷ୍ଟ କରି ଦେଇଛି । ବାତ୍ୟା 'ମୋନ୍ଥା' ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଏ ଅଘଟଣ ଘଟିଛି । ତେବେ ପଥର ଖସିବା ସମୟରେ କେହି ଶ୍ରଦ୍ଧାଳୁ ନ ଥିବାରୁ ବଡ଼ ଅଘଟଣ ଟଳି ଯାଇଛି ।
ଏଥିସହ ପଢ଼ନ୍ତୁ: କାର୍ତ୍ତିକରେ ଶ୍ରୀଲିଙ୍ଗରାଜ ଉପାସ, ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁଙ୍କ ନୀତିକାନ୍ତି
ପଥର ଖସିବା ସମୟରେ କେହି ଶ୍ରଦ୍ଧାଳୁ ନଥିବାରୁ କାହାରି କିଛି କ୍ଷତି ହୋଇ ନାହିଁ । କିନ୍ତୁ ବିରାଟ ପଥର ଖଣ୍ଡଟି ଖସି ଆସି ଶନିଦେବଙ୍କ ମନ୍ଦିର କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି କରିଛି । ହନୁମାନଙ୍କ ମନ୍ଦିର ପାଚେରିକୁ ଲାଗି ଅଟକି ରହି ଯାଇଛି ପଥର ଖଣ୍ଡଟି ।
ଶ୍ରଦ୍ଧାଳୁଙ୍କ ବିଶ୍ୱାସ, ମା' ବ୍ୟାଘ୍ର ଦେବୀ ତାଙ୍କ ଭକ୍ତଙ୍କ କେବେ ଅନିଷ୍ଠ କରିବେ ନାହିଁ । ତେଣୁ ପଥର ଖଣ୍ଡଟିକୁ ବଜରଙ୍ଗ ବାଲି ଅଟକାଇ ଦେଇଛନ୍ତି । ପଥର ଖସି ଆସି ହନୁମାନଙ୍କ ମନ୍ଦିର କାନ୍ଥରେ ଲାଗିଥିବା ଖବର ପରେ ମନ୍ଦିରରେ ଶ୍ରଢାଳୁଙ୍କ ଭିଡ଼ ଲାଗିଛି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !
କିଭଳି ଓ କେଉଁ ଅବସ୍ଥାରେ ପଥର ଖସି ଆସିଲା ଦେଖିବା ପାଇଁ ଗୁରୁବାର ଦିନ ତମାମ୍ ଲୋକଙ୍କ ଭିଡ଼ ଜମିଛି । ପୁଣି ପାହାଡ଼ରୁ ପଥର ଖସିବାର ବିପଦ ଥିଲେ ମଧ୍ୟ ଲୋକ ଆଧ୍ୟାତ୍ମିକ ବିଶ୍ୱାସକୁ ଦୃଢ଼ କରି ଶ୍ରଦ୍ଧାଳୁ ପାହାଚ ଚଢ଼ି ଉପର ବ୍ୟାଘ୍ର ଦେବୀଙ୍କ ଦର୍ଶନ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: