Videos
|
Odisha

Lingaraj Temple Dispute / କାର୍ତ୍ତିକରେ ଶ୍ରୀଲିଙ୍ଗରାଜ ଉପାସ, ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁଙ୍କ ନୀତିକାନ୍ତି

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
କାର୍ତ୍ତିକରେ ଶ୍ରୀଲିଙ୍ଗରାଜ ଉପାସ, ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁଙ୍କ ନୀତିକାନ୍ତି

Key Points

ମହାକାର୍ତ୍ତିକରେ ମହାବିଭ୍ରାଟ । ଶ୍ରୀଲିଙ୍ଗରାଜ ଉପାସ, ହବିଷ୍ୟାଳି ହନ୍ତସନ୍ତ । ସମର୍ଥା ନିଯୋଗ ସେବାୟତଙ୍କ ପାଇଁ ବନ୍ଦ ରହିଥିଲା ନୀତି।
ମହାକାର୍ତ୍ତିକରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ମହାବିଭ୍ରାଟ । ଦୁର୍ଭାଗ୍ୟଜନକ ଭାବେ ଧର୍ମ ମାସରେ ଗତକାଲି ଦିନ ସାରା ମହାପ୍ରଭୁଙ୍କୁ ଖାଡ଼ା ଉପାସ ରହିବାକୁ ପଡ଼ିଛି । ଆଜି ପ୍ରାୟ ୨୪ ଘଣ୍ଟା ପରେ ଶ୍ରୀ ଲିଙ୍ଗରାଜଙ୍କ ନୀତି ଆରମ୍ଭ ହୋଇଥିଲା। ତେବେ ପ୍ରଶ୍ନ ଉଠୁଛି କାହିଁକି ବାରମ୍ବାର ଉପାସ ରହିବେ ଠାକୁର ? କାହିଁକି ଅମାନିଆ ସେବାୟତଙ୍କ ଉପରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ ? କେବେ କଠୋର ଆଇନ୍ ପ୍ରଣୟନ କରିବ ମନ୍ଦିର ପ୍ରଶାସନ ?

ଦୁର୍ଭାଗ୍ୟଜନକ ଭାବେ ଧର୍ମ ମାସରେ ଗତକାଲି ଦିନ ସାରା ମହାପ୍ରଭୁଙ୍କୁ ଖାଡ଼ା ଉପାସ ରହିବାକୁ ପଡ଼ିଛି। ସମର୍ଥା ସେବାୟତଙ୍କ ନିଅଂଶ ପାଳି ନ ହେବାରୁ ପ୍ରଭୁଙ୍କ ବହୁ ନୀତି ବନ୍ଦ ହୋଇଯାଇଛି ଏବଂ ଶେଷରେ ଲିଙ୍ଗରାଜଙ୍କୁ ଉପାସରେ ରହିବାକୁ ପଡ଼ିଥିଲା । କେବଳ ମହାପ୍ରଭୁ ନୁହେଁ ତାଙ୍କ ସହ ହବିଷ୍ୟାଳି ମାନେ ମଧ୍ୟ ମହାପ୍ରଭୁଙ୍କ ପ୍ରସାଦ ନପାଇ ଉପାସରେ ରହିଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...


ଆଉ ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣମୀ ଆସୁଥିବା ବେଳେ ମହାପ୍ରଭୁ ଲିଙ୍ଗରାଜ ଉପାସ ରହିବାକୁ ନେଇ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବିମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବର୍ଷରେ ଏକାଧିକ ବାର ସେବାୟତ ମାନଙ୍କ ମଧ୍ୟରେ ବିବାଦ ଲାଗିରହୁଥିବା ବେଳେ ଠାକୁର ରାତି ରାତି କାହିଁକି ଉପାସ ରହିବେ ବୋଲି ପ୍ରଶ୍ନ ଉଠିଛି ।

ଏହା ପୂର୍ବରୁ ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତି ବନ୍ଦ ହୋଇଯାଇଥିଲା। ଫଳରେ ପ୍ରଭୁଙ୍କୁ ପଇତାଲାଗି ହୋଇପାରି ନଥିଲା। ରକ୍ଷାବନ୍ଧନ ପର୍ବରେ ସାଧାରଣ ଲୋକେ ପଇତା ପିନ୍ଧନ୍ତି, ଅଥଚ ପ୍ରଭୁ ଶ୍ରୀଲିଙ୍ଗରାଜ ପଇତା ପିନ୍ଧିପାରି ନଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ପ୍ରଭୁ ଲିଙ୍ଗରାଜଙ୍କ ଅନ୍ୟତମ ମୁଖ୍ୟ ନୀତି ବନ୍ଦ ହୋଇଯିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାଖୀ ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ପ୍ରଥା ଓ ପରମ୍ପରା ଅନୁସାରେ ଶିବ ପବିତ୍ରାରୋପଣ ନୀତି ପାଳିତ ହୋଇଥାଏ। ବିଧି ଅନୁସାରେ ପ୍ରଭୁଙ୍କୁ ପଇତାଲାଗି କରାଯାଇଥାଏ । କିନ୍ତୁ ଲିଙ୍ଗରାଜଙ୍କ ବଡ଼ୁ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦ ଏହି ବିଧି ପାଳନରେ ବାଧକ ସାଜିଛି।

ନିୟମ ଖିଲାପକାରୀ ତଥା ଉଲଙ୍ଘନକାରୀ ସେବାୟତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଆଗକୁ ଏଭଳି ପରିସ୍ଥିତି କେବେ ହେଲେ ଉପୁଜନ୍ତା ନାହିଁ ବୋଲି ମତ ପ୍ରକାଶ ପାଇଛି ।

Related Topics

Explore more stories