Bhubaneswar Road Accident / ରାଜଧାନୀରେ ଲୋକଙ୍କୁ ପିଟିଲା ବସ୍, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ
·1 hour ago·2 min read

Key Points
ସିଆରପି ଛକ ନିକଟରେ ଲୋକଙ୍କୁ ପିଟିଲା ବସ୍
ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଯାଉଥିବା ଲୋକଙ୍କ ଉପରେ ଚଢ଼ିଗଲା
ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃ*ତ୍ୟୁ
ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଯାଉଥିବା ଲୋକଙ୍କ ଉପରେ ଚଢ଼ିଗଲା
ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃ*ତ୍ୟୁ
ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସିଆରପି ଛକ ନିକଟରେ ଏକ ଦ୍ରୁତଗାମୀ ବସ୍ ରାସ୍ତାକଡ଼ରେ ଯାଉଥିବା ଲୋକଙ୍କ ଉପରେ ମାଡ଼ିଯିବାରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କର ଘଟଣାସ୍ଥଳରେ ମୃ*ତ୍ୟୁ ହୋଇଛି । ଏଥିସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବସ୍ଟି ବାଣୀବିହାର ପଟୁ ବରମୁଣ୍ଡା ଅଭିମୁଖେ ଦ୍ରୁତଗତିରେ ଯାଉଥିବା ବେଳେ ସିଆରପି ଛକ ନିକଟରେ ଭାରସାମ୍ୟ ହରାଇଥିଲା । ପ୍ରଥମେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କାର୍କୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ଟି କାର୍କୁ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ।
ଏହାପରେ ରାସ୍ତାକଡ଼ରେ ଚା' ପିଉଥିବା ଲୋକଙ୍କ ଉପରେ ବସ୍ଟି ମାଡ଼ିଯାଇଥିଲା । ଫଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା । କାର୍ରେ ଥିବା ଚାଳକଙ୍କ ସମେତ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ଘଟଣା ପରେ ବସ୍ଟିକୁ ଅଟକ ରଖାଯାଇଥିବା ବେଳେ ଦୁର୍ଘଟଣାର କାରଣ ଏବଂ ଡ୍ରାଇଭରଙ୍କ ଦାୟିତ୍ୱହୀନ ଗାଡ଼ି ଚାଳନା ସମ୍ପର୍କରେ ତଦନ୍ତ ଜାରି ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବିଳମ୍ବିତ ରାତିରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଉଭୟ ପାର୍ଶ୍ୱରୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଏବଂ ଏକ ବୋଲେରୋ ଗାଡ଼ି ଭିତରେ ମୁହାଁମୁହିଁ ଭୟଙ୍କର ଧକ୍କା ହୋଇଛି । ଧକ୍କାଟି ଏତେ ଜୋର୍ଦାର୍ ଥିଲା ଯେ ଉଭୟ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତା ମଧ୍ୟଭାଗରେ ଥିବା ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲେ । କେବଳ ସେତିକି ନୁହେଁ, ଘଟଣାସ୍ଥଳରେ ଥିବା ଏକ ଷ୍ଟ୍ରିଟ୍ ଲାଇଟ୍ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଲାଗିଥିବା ଏଆଇ କ୍ୟାମେରା ଖୁଣ୍ଟଟି ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି ।
Related Topics
Explore more stories