Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Road Accident / ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Rashmita Mishra
Browse all articles by Rashmita Mishra
·4 months ago·2 min read
ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
Road Accident

Key Points

ରାଜଧାନୀରେ ହିଟ୍‌ ଆଣ୍ଡ ରନ୍‌
ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ମହିଳାଙ୍କ ମୁଣ୍ଡ ଉପରେ ମାଡିଗଲା ଇନୋଭା କାର
ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି

ରାଜଧାନୀରେ ହିଟ ଆଣ୍ଡ ରନ । ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହିଳାଙ୍କ ମୁଣ୍ଡ ଉପରେ ମାଡିଗଲା ଇନୋଭା କାର । ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି । ପ୍ରଥମିକ ସୂଚନାନୁଯାୟୀ ଦୁର୍ଘଟଣା ଘଟାଇ ଇନୋଭା କାର ଫେରାର ହୋଇଯାଇଥିବା ସୂଚନା ମିଳିଛି । ମହିଳା ତାଙ୍କ ସ୍ୱାମୀ ଓ ଛୋଟ ପିଲା ଯାଉଥିବା ସମୟରେ ପଛ ପଟୁ ଦ୍ରୁତ ଗତି ରେ ଆସି ବାଇକକୁ ଧକ୍କା ଦେଇଥିଲା ଇନୋଭା କାର । ମହିଳା ଜଣଙ୍କ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ ଉପରେ ଇନୋଭା ଚଢାଇ ଫେରାର ହୋଇଯାଇଛି ଇନୋଭା କାର ।

ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ କଲେଜ ନିକଟରେ ଘଟିଛି ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଘଟଗାଁ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ସୁଲୋଚନା ବେହେରା ବୋଲି ଜଣାପଡିଛି । ସୁଲୋଚନା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣା ର ତଦନ୍ତ ଚଳାଇଛି ।

ସେପଟେ ପୁଣି ନେପାଳରୁ କାଠମାଣ୍ଡୁ ଯାଉଥିବା ବସର ଘଟିଛି ଭୟଙ୍କର ଦୁର୍ଘଟଣା । ନଦୀକୁ ଖସିଲା ଯାତ୍ରୀବାହି ବସ୍ । ୧୭ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ ମହିଳା ଥିବା ସୂଚନା ରହିଛି । ଘଟଣା ପରେ ସେଠାରେ ରେସକ୍ୟୁ ଅପରେସନ ଜୋରଦାର କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଯାତ୍ରିବାହୀ ବସଟି ଧାଡିଙ୍ଗରୁ ରାଜଧାନୀ କାଠମାଣ୍ଡୁକୁ ଯାତ୍ରୀମାନଙ୍କୁ ନେଇ ଯାଉଥିଲା । ତେବେ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ନଦୀକୁ ଖସିପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଯେହେତୁ ବିଳମ୍ୱିତ ରାତି ଥିଲା ସେନେଇ ଉଦ୍ଧାର କାର୍ଯ୍ୟେ ବିଳମ୍ୱ ହୋଇଥିଲା । ଏବେ ବି ସେଠାରେ ରେସ୍କ୍ୟୁ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ପ୍ରଶାସନ କହିଛି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଖରାପ ପାଗ କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣାର କାରଣ ହୋଇପାରେ । ସେପଟେ ଘଟଣାକୁ ନେଇ ସରକାର ମୃତକଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଆଶ୍ୱାସନା ଦେଇଛନ୍ତି।

ଏଥିସହ ପଢ଼ନ୍ତୁ:  ଦ୍ରୁତ ଗତିରେ ଆସି ମାଡ଼ିଗଲା କାର୍; ଡେଲିଭରି ବୟ ମୃତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Road Accident | Fatal Road Accident Near Bhubaneswar Court Shocks City | Argus News