Videos
|
Accident

Bhubaneswar Road Accident / ରାଜଧାନୀରେ ଭୟଙ୍କର ଦୁର୍ଘଟଣା, ମର୍ସିଡିଜ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ରାଜଧାନୀରେ ଭୟଙ୍କର ଦୁର୍ଘଟଣା, ମର୍ସିଡିଜ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
Bhubaneswar Accident

Key Points

ରାଜଧାନୀରେ ବିଳାସପୂର୍ଣ୍ଣ କାର୍‌ର କରାଳ ରୂପ
ମର୍ସିଡିଜ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ
ପାଖାପାଖି ୧୦୦ ମିଟର ଘୋଷାଡ଼ି ନେଲା କାର୍

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ବର ଶାସ୍ତ୍ରୀନଗର ଛକରେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ମର୍ସିଡିଜ କାର୍ । ବାଇକ୍‌ ଧକ୍କା ଦେବା ପରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା କାର । ଯାହାଫଳରେ ଘଟଣାସ୍ଥଳରେ ହିଁ ବାଇକ୍‌ ଆରୋହୀଙ୍ ମୃତ୍ୟୁ ହୋଇଛି ।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ଜଣକ ହେଉଛନ୍ତି ନୂଆପଲ୍ଲୀ ନୂଆସାହିର ଦେବୀ ପ୍ରସାଦ ରାଉତରାୟ । ସେହିପରି ଦୁର୍ଘଟଣା ବେଳେ କାର ଚଳାଉଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ଖାରବେଳ ନଗର ଥାନା ପୋଲିସ ।

ଅଧିକ ପଢ଼ନ୍ତୁ: ମଧ୍ୟରାତ୍ରିରେ ପବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ୨୭ ଜଣଙ୍କର ଦୁଃଖଦ ମୃତ୍ୟୁ, ୬୦ରୁ ଅଧିକ ଆହତ


ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳରେ ଦାମୀ ମର୍ସିଡିଜ୍ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଯାହାଫଳରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଅତିରିକ୍ତ ଡିସିପି, ଦୁଇଟି ଜୋନର ଏସିପି, ୪ଟି ଥାନାର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହା ସହ ପୋଲିସ୍‌ ଉପରକୁ ଢେଲା ପଥର ମାଡ଼ କରିଥିଲେ ଉତ୍ୟକ୍ତ ଲୋକ ।

ଏହା ସହ ଯେମିତି ଭିଡ଼ ହିଂସା ନ ହୁଏ ସେଥିପାଇଁ ପୋଲିସ ତ୍ବରିତ ପଦକ୍ଷେପ ନେଇଥିଲା । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଲିସ ଟୋଇଂ କରି ଥାନାକୁ ଆଣିଥିଲା । ସେପଟେ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଆଜି ମୃତକଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bhubaneswar Mercedes Crash: Youth Killed After Luxury Car Drags Bike Rider 100 Meters | Argus News