Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଝି ନଈରେ ଓଲଟିଲା ଡଙ୍ଗା; ଭୟଙ୍କର ଚିତ୍କାରରେ କମ୍ପିଲା ଗଙ୍ଗା ଘାଟ

Accident

Boat Accident / ମଝି ନଈରେ ଓଲଟିଲା ଡଙ୍ଗା; ଭୟଙ୍କର ଚିତ୍କାରରେ କମ୍ପିଲା ଗଙ୍ଗା ଘାଟ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମଝି ନଈରେ ଓଲଟିଲା ଡଙ୍ଗା; ଭୟଙ୍କର ଚିତ୍କାରରେ କମ୍ପିଲା ଗଙ୍ଗା ଘାଟ
Boat Accident

Key Points

ବିହାର ଉମାନାଥ ଗଙ୍ଗା ଘାଟରେ ଭୟଙ୍କର ଦୁର୍ଘଟଣା
ମଝି ନଈରେ ଓଲଟି ପଡ଼ିଲା ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା
କେମିତି ଘଟିଲା ଦୁର୍ଘଟଣା ? ଜାଣନ୍ତୁ...
ବିହାର ସମସ୍ତିପୁର ଜିଲ୍ଲା ନିକଟ ଉମାନାଥ ଗଙ୍ଗା ଘାଟରେ ଭୟଙ୍କର ଦୁର୍ଘଟଣା । ମଝି ନଈରେ ବୁଡ଼ିଗଲା ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା । ଗୁରୁବାର ସକାଳେ ଏହି ଛାତିଥର ଦୁର୍ଘଟଣା ଘଟିଥିବାବେଳେ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ଏଯାବତ୍ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଉଦ୍ଧାରକାରୀ ଟିମ ଓ ପୋଲିସ ପହଞ୍ଚି ନିଖୋଜ ଯାତ୍ରୀଙ୍କୁ ପାଣି ଭିତରେ ଖୋଜୁଛି । ହଠାତ୍ ମଝି ନଈରେ ଡଙ୍ଗାଟି ଓଲଟି ପଡ଼ିଥିବାବେଳେ ଯାତ୍ରୀଙ୍କ ଆର୍ତ୍ତ ଚିତ୍କାର ଘାଟ କମ୍ପିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସ୍ଥାନୀୟ ପ୍ରଶାସନର କହିବାନୁସାରେ, ଡଙ୍ଗାରେ ମୋଟ ୧୪ ଜଣ ଯାତ୍ରୀ ନଦୀ ପାର ହେଉଥିଲେ । ଏହି ହୃଦୟବିଦାରକ ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ସବୁଦିନ ପରି ସ୍ଥାନୀୟ ଚାଷୀମାନେ ନଦୀର ସେପାରିରେ ଚାଷ କରିଥିବା ପୋଟଳକୁ ତୋଳି ନଦୀ ପାର ହେଉଥିଲେ । କୁହାଯାଉଛି ଯେ ଛୋଟ ଡଙ୍ଗାରେ ପ୍ରାୟ ୧୪ ଜଣ ଯାତ୍ରୀ ବସିଥିଲେ । କ୍ଷମତାଠାରୁ ଅଧିକ ଯାତ୍ରୀ ହେବା କାରଣରୁ ଡଙ୍ଗାଟି ନଦୀ ମଝିକୁ ଯାଇ ହଠାତ୍ ନିୟନ୍ତ୍ରଣ ହରାଇଥିଲା । ଏହାପରେ ଦେଖୁ ଦେଖୁ ଡଙ୍ଗାଟି ଓଲଟି ପଡ଼ିଥିଲା ।

  • ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ
୧୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁଘଟିଥିବାବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ସହିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (SDRF)ର ସ୍ଵତନ୍ତ୍ର ଦଳ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜୁଛନ୍ତି । ଏହି ଦୁର୍ଘଟଣା ସକାଳ ପ୍ରାୟ ୫.୪୫ଟାରେ ଘଟିଥିଲା । ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନେ ପାଟନା ଜିଲ୍ଲା ବାରହ ପୋଲିସ ଷ୍ଟେସନ ଅଧୀନ ମାସୁମଗଞ୍ଜ ଅଞ୍ଚଳର ବୋଲି ଜଣାପଡ଼ିଛି । ଅନ୍ୟପଟେ ପାଟନା ଜିଲ୍ଲା ପ୍ରଶାସନ ଓ ସମସ୍ତିପୁର ଜିଲ୍ଲା ପ୍ରଶାସନ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

  • କେମିତି ଘଟିଲା ଅଘଟଣ ?
ଡଙ୍ଗାରେ ବସିଥିବା ଯାତ୍ରୀମାନେ ଦିଆରା ଅଞ୍ଚଳର କୃଷି କ୍ଷେତ୍ରରୁ ପନିପରିବା ଅମଳ କରିବା ପାଇଁ ଗୁରୁବାର ବଡି ଭୋରରୁ ନଦୀ ପାର ହୋଇଥିଲେ । ନଦୀ ସେପାରିରେ ଚାଷ କରିଥିବା ପୋଟଳ ତୋଳି ଉମାନାଥ ଘାଟକୁ ଫେରୁଥିବା ସମୟରେ ଡଙ୍ଗାଟି ନଦୀ ମଝିରେ ନିୟନ୍ତ୍ରଣ ହରାଇଥିଲା । ଅନ୍ୟପଟେ କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଡଙ୍ଗାଟି ନଦୀ ମଝିରେ ପ୍ରବଳ ପବନ ଓ ଯାନ୍ତ୍ରିକ ତ୍ରୁଟିର ମଧ୍ୟ ସମ୍ମୁଖୀନ ହୋଇଥିଲା । ମୋହିଉଦ୍ଦିନ ନଗର ସର୍କଲ ଅଫିସର ବ୍ରିଜେଶ କୁମାର ଦ୍ୱିବେଦୀ ନିଶ୍ଚିତ କରିଛନ୍ତି ଯେ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ଡଙ୍ଗା ବୁଡ଼ିର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୋଲିସ ତଦନ୍ତ କରୁଛି ।

ପଢନ୍ତୁ ଏହି ଖବର: ନଦୀରେ ଶାମୁକା ଖୋଜୁ ଖୋଜୁ ଗୋଟିଏ ପରିବାରର ୭ ମହିଳାଙ୍କ ସହ ୮ ମୃତ, ୨ ନିଖୋଜ

ଡଙ୍ଗା ବୁଡ଼ି ଘଟଣା ସମ୍ପର୍କରେ ଜଣାପଡ଼ିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କ ପରିବାର ଲୋକେ ଘାଟ ପାଖରେ ଜମା ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ଅଧିକାରୀ ଓ ଜିଲ୍ଲା ପ୍ରଶାସନର କର୍ମଚାରୀ ମାନେ ଉପସ୍ଥିତ ଅଛନ୍ତି । ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar Boat Capsize: 2 Dead, Several Missing After Boat Overturns in Ganga River Near Patna | Argus News