Road Accident / ରାଜଧାନୀ ରାଜରାସ୍ତାରେ ଛାତିଥରା ଦୁର୍ଘଟଣା, ୫ଶହ ମିଟର ଯାଏଁ କାରକୁ ଘୋଷାଡ଼ି ନେଲା ଟ୍ରକ
·3 months ago·2 min read

Key Points
ରାଜଧାନୀ ଭବନେଶ୍ବରରେ ଦୁର୍ଘଟଣାର ଛାତି ଥରା ଦୃଶ୍ୟ
ସୀମା ଟପିଲା ରାସ୍ ଡ୍ରାଇଭିଙ୍ଗ। କାରକୁ ଘୋଷାଡ଼ି ନେଲା ଟ୍ରକ୍
ସୀମା ଟପିଲା ରାସ୍ ଡ୍ରାଇଭିଙ୍ଗ। କାରକୁ ଘୋଷାଡ଼ି ନେଲା ଟ୍ରକ୍
ବାରମ୍ବାର ପଳାଶୁଣୀ ଓଭରବ୍ରିଜରେ ଭୟଙ୍କର ଦୁର୍ଘଟଣା ଘଟୁଛି। ବହୁ ଧନଜୀବନ ଅକାରଣରେ ହାନୀ ହେଉଛି। ଏହି ଜାତୀୟ ରାଜପଥରୁ ପ୍ରାୟତଃ ୧୪ଟି ଜିଲ୍ଲାକୁ ସଂଯୋଗ ହୋଇଛି। କିନ୍ତୁ ବାରମ୍ବାର ଟ୍ରାଫିକ ଅବ୍ୟବସ୍ଥା ଯୋଗୁ ଲୋକେ କେତେବେଳେ ଜାମରେ ଫସୁଛନ୍ତି। ଆଉ କେତେବେଳେ ନିରିହ ଜୀବନ ଚାଲିଯାଉଛି। ପୁଣି ରାଜଧାନୀ ଭବନେଶ୍ବରରେ ଦୁର୍ଘଟଣାର ଛାତି ଥରା ଦୃଶ୍ୟ। ସୀମା ଟପିଲା ରସ୍ ଡ୍ରାଇଭିଙ୍ଗ। କାରକୁ ଘୋଷାଡ଼ି ନେଲା ଟ୍ରକ୍। ସତ୍ୟବିହାର ଛକରୁ ପାହାଳ ରାସ୍ତାକୁ ଘୋଷାଡ଼ି ନେଲା। ୫ଶହ ମିଟର ପର୍ଯ୍ୟନ୍ତ କାରକୁ ଘୋଷାଡ଼ି ନେଲା ଟ୍ରକ୍।
ତେବେ ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଦୁଇ ଜଣ। ସାମାନ୍ୟ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇନଥିଲା। ଲୋକେ ପାଟି କରିବାରୁ କାରକୁ ଘୋଷାଡ଼ି ନେଇଥିଲା । ତେବେ ବ୍ରିଜ୍ ଉପରେ ରହି ଯାଇଥିଲା କାର୍ , ଖସି ପଳାଇ ଥିଲା ଟ୍ରକ୍ । ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚିଥିଲା। ଏହାପରେ ଟ୍ରକକୁ ଗୋଡ଼ାଇ ଧରିଥିଲା ମଞ୍ଚେଶ୍ଵର ଥାନା ପୋଲିସ। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚାଲିଛି।
ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ବେଳେ ରସୁଲଗଡ଼ ପଟୁ ଏକ ହାଇୱା କଟକ ଆଡକୁ ଯାଉଥିଲା । କୁଆଖାଇ ସେତୁ ଆରମ୍ଭ ପୂର୍ବରୁ ଏକ କାର୍ ହାଇୱାକୁ ଓଭର୍ଟେକ୍ କରିଥିଲା । କାର୍ଟି ହାଇୱା ସାମ୍ନାକୁ ଚାଲି ଆସିଥିଲା । ତେବେ ଦ୍ରୁତ ଗତିରେ ଥିବା ହାଇୱା କାରକୁ ଧକ୍କା ଦେଇଥିଲା । କାର୍ଟି ବୁଲିଯାଇଥିଲା । ହାଇୱା ଚାଳକ ଭୟରେ ଗାଡ଼ିର ବେଗ ବଢ଼ାଇ ଦେଇଥିଲା । ଫଳରେ କାରକୁ ବହୁ ଦୂରକୁ ଠେଲି ନେଇଥିଲା । ପୋଲ ପାର ହେବା ପରେ ହାଇୱା ଚାଳକ ଗାଡ଼ିର ଦିଗ ବଦଳାଇ ଦେବାରୁ କାର୍ ଖସି ଯାଇଥିଲା। ବାଟରେ ଯାଉଥିବା ଲୋକ ଏ ଦୃଶ୍ୟ ଦେଖି ପୁଲିସ୍କୁ ଫୋନ୍ କରିଥିଲେ । ପିସିଆର ଭ୍ୟାନ୍ ତୁରନ୍ତ ନଖରା ପୁଲିସ୍କୁ ଜଣାଇଥିଲା । ନଖରା ପୁଲିସ୍ ଉକ୍ତ ହାଇୱାକୁ ଧରିଥିଲା । ଚାଳକକୁ ପୁଲିସ ଅଟକ ରଖିଛି । କାର୍ ଭିତରେ ଥିବା ବାପା ଝିଅ ଭୟଭିତ ହୋଇଯାଇଥିଲେ । ସେମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ୪୮ ଘଣ୍ଟାରେ ୧୮ ମୃତ୍ୟୁ, ବିଷାକ୍ତ ମଦ ନେଲା ଜୀବନ
ସେପଟେ ଚନ୍ଦ୍ରଶେଖରପୁରରେ ବାଇକୁ ଧକ୍କା ଦେଇଛି କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି ...ଘଟଣାସ୍ଥଳରୁ କାର ଚାଳକ ଫେରାର ହୋଇ ଯାଇଛି।
ସେପଟେ ଚନ୍ଦ୍ରଶେଖରପୁରରେ ବାଇକୁ ଧକ୍କା ଦେଇଛି କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି ...ଘଟଣାସ୍ଥଳରୁ କାର ଚାଳକ ଫେରାର ହୋଇ ଯାଇଛି।
Related Topics
Explore more stories