Liquor Death / ୪୮ ଘଣ୍ଟାରେ ୧୮ ମୃତ୍ୟୁ, ବିଷାକ୍ତ ମଦ ନେଲା ଜୀବନ
·3 months ago·2 min read

Key Points
ବିଷାକ୍ତ ମଦ ପିଇ ଅକାଳରେ ମୃତ୍ୟୁ
୪୮ ଘଣ୍ଟାରେ ଚାଲିଗଲା ୧୮ ଜୀବନ
ବେଆଇନ ମଦ ନେଟୱର୍କ ଉପରେ ଚଢାଉ
୪୮ ଘଣ୍ଟାରେ ଚାଲିଗଲା ୧୮ ଜୀବନ
ବେଆଇନ ମଦ ନେଟୱର୍କ ଉପରେ ଚଢାଉ
ମହାରାଷ୍ଟ୍ରର ପୁଣେ ଓ ପିମ୍ପରି-ଚିଞ୍ଚବଡ୍ ସହରରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା । ଏଯାବତ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ପ୍ରଥମରୁ ଏହାକୁ ପ୍ରାକୃତିକ କହୁଥିବା ପୋଲିସ ଏବେ ବିଷାକ୍ତ ମଦ ବିକୁଥିବା ଧାରା ଅନୁସାରେ ମାମଲା ରୁଜୁ କରିଛି ଏବଂ ୮ ଜଣଙ୍କୁ ପୋଲିସ ହେପାଜତକୁ ନେଇଛି । ପୋଲିସର କହିବାନୁସାରେ ମଦରେ ଜୀବନ ନେଉଥିବା ମିଥାନଲ ମିଶାଯାଇଥିଲା । ଏହାସହିତ ପୋଲିସ ୮ ଜଣ ମୃତକ ପରିବାରଙ୍କ ବୟାନ ମଧ୍ୟ ରେକର୍ଡ କରିଛି ।
- ଯୋଗେଶ ୱାନଖେଡେ ମୁଖ୍ୟ ସପ୍ଲାୟର
- ଏଠାକୁ କରୁଥିଲା ସପ୍ଲାଏ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମଦ ପ୍ରେମୀଙ୍କୁ ଝଟକା ଏବେ ମଦ କିଣିବା ହେଲା ମହଙ୍ଗା
ଅନ୍ୟ ଜଣେ ଅଭିଯୁକ୍ତ ବିକାଶ ସିଂହ ଏହି ପୂରା ଅଞ୍ଚଳରେ ବିଷାକ୍ତ ମଦ ବିକୁଥିଲା, ଯାହାକୁ ଯୋଗେଶ ଦ୍ଵାରା ସପ୍ଲାଏ କରାଯାଉଥିଲା । ଯୋଗେଶ ଯେଉଁ ଘରେ ରହୁଥିଲା, ସେଠାରୁ ଏହି ବେଆଇନ କାର୍ଯ୍ୟ କରୁଥିଲା । ଘଟଣାରେ ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନେ ବିକାଶ ସିଂହ ଠିକଣାକୁ ଆସି ବିଷାକ୍ତ ମଦ ପିଇଥିଲେ । ପୋଲିସ ଏହି ସ୍ଥାନକୁ ସିଲ୍ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

- ଏଯାବତ ବିଷାକ୍ତ ମଦ ପିଇ ୭ଜଣଙ୍କ ମୃତ୍ୟୁ ସ୍ପଷ୍ଟ
- କଠୋର କାର୍ଯ୍ୟାନୁଷ୍ଠାନ ପାଇଁ CMଙ୍କ ନିର୍ଦ୍ଦେଶ
Related Topics
Explore more stories