Road Accident / ରାଜପଥରେ ଚଢ଼ିଗଲା ଗାଡ଼ି, ଚାଲିଗଲା ୨ ଜଣଙ୍କ ଜୀବନ
·5 months ago·2 min read

Key Points
ଦୁର୍ଘଟଣାରେ ୨ ମୃତ
ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ

ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦେଖୁ ଦେଖୁ ଚାଲିଗଲା ଦୁଇଟି ଜୀବନ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ୨ ମୃତ l ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍କୁ ପଛପଟୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ।
କାର୍ରେ ଥିବା ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବରପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ରଖିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ଏହାସହ କେଉଁ ଗାଡ଼ିଟି କାରକୁ ଧକ୍କା ଦେଇଛି ତାହା ମଧ୍ୟ ଜଣାପଡିନାହିଁ। ପୋଲିସ ତଦନ୍ତ କରୁଥିବାବେଳେ ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଅନ୍ୟପଟେ ରାଜ୍ୟରେ ସାମାନ୍ୟ ଶୀତ କମିଥିଲେ ବି କୁହୁଡି ଜାରି ରହିଛି। ଯେଉଁ କାରଣରୁ ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଚଳିତ ବର୍ଷ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହୋଇଛି। ଏହାସହ କୁହୁଡି ଚାଦରରେ ଘୋଡେଇ ହୋଇ ରହିଥିଲା ରାଜଧାନୀ ଭୁବନେଶ୍ୱର। ଗତ କିଛି ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ଥଣ୍ଡା।
ଏଥିସହ ପଢ଼ନ୍ତୁ: ବ୍ୟାଙ୍କକୁ ପଛରେ ପକାଇଦେଲା ପୋଷ୍ଟ ଅଫିସ, TD ଯୋଜନାରେ ୫ ବର୍ଷରେ ମିଳିବ ଏତେ ଟଙ୍କା...
ଗତକାଲି ଆପଣ ଜାଣିଥିବେ ବ୍ଲାକସ୍ପଟ୍ ହୋଇଥିଲା ପଳାଶୁଣି । ରାଜଧାନୀ ଭୁବନେଶ୍ଵରର ପଳାଶୁଣି ପାଲଟିଛି ଦୁର୍ଘଟଣାର ହଟସ୍ପଟ୍ । ସବୁବେଳେ ଟ୍ରାଫିକ୍ ଭିଡ଼ ଲାଗି ରହୁଥିବା ପଳାଶୁଣିରେ ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା । ପଳାଶୁଣି ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଉପରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି । କାର୍ ଉପରେ ଆଉ ଏକ କାର୍ ଚଢ଼ି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ଜୀବନ । ଦୁଇ ଗାଡ଼ିରେ ଥିବା ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ କାର୍ ଦୁଇଟି କ୍ଷତିଗ୍ରସ୍ତ ହୋଇଛି ।
ପଳାଶୁଣି ହେଉଛି ରାଜଧାନୀର ଗେଟ୍ ୱେ । କଟକ ପଟୁ ରାଜଧାନୀ ଭୁବନେଶ୍ଵରକୁ ପଶିବା ଏବଂ ଭୁବନେଶ୍ଵରରୁ କଟକ, ଭଦ୍ରକ, କୋଲକାତା ଆଡ଼କୁ ଯିବା ପାଇଁ ପଳାଶୁଣି ଅତିକ୍ରମ କରିବାକୁ ପଡ଼େ । ସହର ବଢ଼ିବା ସହ ଜନସଂଖ୍ୟା ବଢ଼ି ଚାଲିଛି । ସେହି ଅନୁସାରେ, ପଳାଶୁଣିର ରାସ୍ତା ଉପରେ ଭିଡ଼ ବଢ଼ୁଛି ।
ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories