Accident / ଚାନ୍ଦିପୋଷରେ ଭୟଙ୍କର ଦୁର୍ଘଟଣା: ୪ ମୃତ, ୨୦ରୁ ଅଧିକ ଆହତ

Key Points
ଚାନ୍ଦିପୋଷ ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଘରୋଇ ଯାତ୍ରୀବାହୀ ବସଟି ଏକ ହାଇୱା ଟ୍ରକ୍ ସହିତ ଧକ୍କା ଦେଇଥିଲା
ରାଉରକେଲା ସହରର ଚାନ୍ଦିପୋଷ ଥାନା ଅଞ୍ଚଳରେ ମର୍ମନ୍ତୁଦ ବସ୍- ହାଇଓ୍ବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର ଅତିକ୍ରମ କରି ଡାହାଣ ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା କରିଥିଲେ । ଏଥିରେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବସର ୨ ଡ୍ରାଇଭର, ହେଲ୍ପର ସମେତ ଟ୍ରକ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ୨୦ରୁ ଅଧିକ ଆହତ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଭୋଜି ଖାଇ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ୩ ଶିଶୁ ମୃତ, ୩ ଗୁରୁତର
ମୃତକ ଡ୍ରାଇଭର ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗ୍ରାମ ନନ୍ଦିପୁର ପଞ୍ଚାୟତ ମନ୍ଦାରଖଣ୍ଡ ଗ୍ରାମର ବସ ଡ୍ରାଇଭର ମାନସ ରଂଜନ ପଣ୍ଡା ଓରଫ ବୁବା (୩୫) । ତାଙ୍କର ବାପା, ମା, ବଡ଼ ଭଉଣୀ ଅଛନ୍ତି । ତାଙ୍କ ପରିବାର ଲୋକ ଘଟଣା ସ୍ଥଳରେ ଅଛନ୍ତି ।
ସେହିପରି ଅନ୍ୟ ଜଣେ ଡ୍ରାଇଭର ହେଉଛନ୍ତି ଗାଡିର ଦ୍ୱିତୀୟ ଚାଳକ ଭାବେ କ୍ୟାବିନରେ ଥିବା ଦଶରଥପୁର ବ୍ଲକ ମଲିକାପୁର ପଞ୍ଚାୟତ ପୁରୁଣାସାହି ଗ୍ରାମର ନିରଞ୍ଜନ ରାଉତ ଓରଫ ବାଇନ (୫୩) । ତାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଏହାଛଡା ହେଲ୍ପର ଜଣକ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ବଜରା ପାଟ ଗ୍ରାମର ଶିବ ପ୍ରସାଦ ନାୟକ (୫୨)ଙ୍କ ମୃତ୍ୟୁ ଘଟିଛି ।
ତାଙ୍କର ୨ ଝିଅ ଗୋଟେ ପୁଅ ଅଛନ୍ତି । ଘଟଣା ସ୍ଥଳରେ ବଡ଼ ପୁଅ ଏବଂ ଆତ୍ମୀୟ ସ୍ବଜନ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ କଣ୍ଡକ୍ଟର ଜଣକ ଗୁରୁତର ଆହତ ଅଛନ୍ତି । ଦୁର୍ଘଟଣାରେ ତାଙ୍କର ମୁଣ୍ଡ ଫାଟି ଥିବାବେଳେ ବାମ ହାତ ଭାଙ୍ଗିଯାଇଛି । ସେ ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ କଣ୍ଡକ୍ଟର ଅକ୍ଷୟ ଗେଡି (୪୭) । ଅନ୍ୟ ଆହତମାନେ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ସୂଚନା ମିଳିଛି ।
📱 Get Argus News App
✨Related Topics
Explore more stories