Accident / ଭୋଜି ଖାଇ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ୩ ଶିଶୁ ମୃତ, ୩ ଗୁରୁତର
·1 day ago·2 min read

Key Points
ଦୁର୍ଘଟଣାରେ ୩ ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଭୋଜି ଖାଇ ୬ ଜଣ ଶିଶୁଙ୍କ ସହ ପରିବାର ଲୋକେ ପିକଅପ୍ ଭ୍ୟାନ୍ରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।
ଟିଟିଲାଗଡ଼: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ତିନି ତିନୋଟି ଜୀବନ । ଦୁର୍ଘଟଣାରେ ୩ ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଭୋଜି ଖାଇ ୬ ଜଣ ଶିଶୁଙ୍କ ସହ ପରିବାର ଲୋକେ ପିକଅପ୍ ଭ୍ୟାନ୍ରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।
ଟିଟିଲାଗଡ଼ ଥାନା ମାରଲାଡ଼ ନିକଟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଭୋଜି ଖାଇ ପରିବାର ଲୋକେ ପିକଅପ୍ ଭ୍ୟାନରେ ଲେସୁନବାହାଲି ଗାଁରୁ ଫେରୁଥିଲେ । ମାରଲାଡ଼ ନିକଟରେ ପିକଅପ୍ ଭ୍ୟାନ୍ ଆଗକୁ ଏକ ବାଇକ୍ ଚାଲି ଆସିଥିଲା ।
ଏଥିସହ ପଢ଼ନ୍ତୁ: ଗୁପଚୁପ୍ ଖାଇବା ହେଲା କାଳ….ଜଣେ ପିଲାର ମୃତ୍ୟୁ ସହ ୧୭ଜଣ ଗୁରୁତର
ସେହି ସମୟରେ ପିକଅପ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ର ଡ୍ରାଇଭର୍ ଫେରାର୍ ହୋଇ ଯାଇଛି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ୨ ଜଣଙ୍କୁ ବଲାଙ୍ଗିର ମେଡିକାଲ୍ ସ୍ଥାନାନ୍ତରଣ କରାଯାଇଛି ।
ଗୋଟିଏ ପରିବାରର ୩ ଜଣ ଛୁଆଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଟିଟିଲାଗଡ଼ ହସ୍ପିଟାଲ୍ ପରିସର କାନ୍ଦ ବୋବାଳିରେ ଫାଟି ପଡ଼ୁଛି । ଛୁଆଙ୍କୁ ହରାଇ ମେଡିକାଲ୍ରେ ମୂର୍ଚ୍ଛା ଯାଉଛନ୍ତି ମାଆ ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଟିଟିଲାଗଡ଼ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ପୋଲିସ ଖବର ପାଇ ଛାନଭିନ୍ ଆରମ୍ଭ କରିଛି । ତେବେ, ପିକଅପ୍ ଭ୍ୟାନ୍ଟି ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଆଶଙ୍କା କରାଯାଉଛି ।
ଏଥିସହ ପଢ଼ନ୍ତୁ: ନୟାଗଡ଼ରେ ଓଲଟିଲା ବସ, ୨୦ ଗୁରୁତର
ସେପଟେ ନୟାଗଡ଼ରେ ଓଲଟିଛି ଯାତ୍ରୀବାହୀ ବସ । ନୟାଗଡ଼ ବାଲୁଗାଁ ନିକଟ ଖେଡ଼ପଡ଼ା ଠାରେ ବସ୍ ଓଲଟିବାରୁ ୨୦ ଜଣ ଗୁରୁତର ହୋଇଛନ୍ତି । ଭାପୁର ରାକମାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଘରୋଇ ବସରେ ୫୦ ଜଣ ଯାତ୍ରୀ ଥିଲେ । ୨୦ ଜଣ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ଭାପୁର ରାକମାରୁ ନୟାଗଡ଼ ଆସୁଥିବା ଘରୋଇ ବସ ବେବି ଖେଡ଼ପଡ଼ା ନିକଟରେ ଭାରସ୍ୟମ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories