Coal Mine Blast / ହଠାତ୍ ବଡ଼ ଧମାକା; ଚୀନରେ ୯୦ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ
·3 months ago·2 min read

Key Points
ଚୀନର ଏକ କୋଇଲା ଖଣିରେ ବିସ୍ଫୋରଣ
୯୦ ଜଣ ଶ୍ରମିକଙ୍କ ମୃତ୍ୟୁ, ଏବେ ବି ଅନେକ ନିଖୋଜ

ଚୀନର ଏକ କୋଇଲା ଖଣିରେ ଗ୍ୟାସ୍ ବିସ୍ଫୋରଣରେ ଏଯାବତ ୯୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଉତ୍ତର ଚୀନର ଶାଂକ୍ସି ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୭ଟା ୨୯ରେ ଏହି ଅଘଟଣ ଘଟିଛି । ଦୁର୍ଘଟଣା ସମୟରେ ଖଣିରେ ୨୪୭ ଜଣ ଶ୍ରମିକ କାମ କରୁଥିଲେ । ପ୍ରଥମରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଅନେକ ଶ୍ରମିକ ନିଖୋଜ ଥିବା କୁହାଯାଉଛି ।
ଏହି ଦୁର୍ଘଟଣାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚିନ୍ତା ପ୍ରକଟ କରିଥିବାବେଳେ ଉଦ୍ଧାର କାର୍ଯ୍ୟକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଆହତମାନଙ୍କର ଚିକିତ୍ସା ସହିତ ଫସି ରହିଥିବା ଶ୍ରମିକଙ୍କୁ ବୈଜ୍ଞାନିକ ଉପାୟରେ ଯଥାଶୀଘ୍ର ଖୋଜିବା ଏବଂ ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପ୍ରୟାସ ଉପରେ ଜିନପିଙ୍ଗ ଗୁରୁତ୍ୱାରୋପ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଦୁର୍ଘଟଣା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ଵିତ କରିଥିବାବେଳେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଦୁର୍ଘଟଣା ଗ୍ୟାସ୍ ବିସ୍ଫୋରଣରୁ ହୋଇଛି । ଚୀନରେ ପୂର୍ବରୁ ଏପରି ଅନେକ କୋଇଲା ଖଣି ଦୁର୍ଘଟଣା ଘଟୁଥିଲା । ଗତ ୨୦୦୦ ମସିହାଠାରୁ ଦୃଢ ସତର୍କତାମୂଳକ ପଦକ୍ଷେପ ନେବାପରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା । କିନ୍ତୁ ଏବେ ପୁଣିଥରେ ବଡ଼ ଧରଣର ବିସ୍ଫୋରଣରେ ଅନେକ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

- ଶାଂକ୍ସି କୁହାଯାଏ କୋଇଲା ରାଜଧାନୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ
- ପୂର୍ବରୁ ବି ଯାଇଛି ଅନେକ ଜୀବନ
Related Topics
Explore more stories