Earthquake / ଅଧରାତିରେ ଶକ୍ତିଶାଳୀ ଭୂମିକମ୍ପ; ସମସ୍ତେ ଶୋଇଥିବା ବେଳେ ଭୁଶୁଡ଼ିଲା ବଡ଼ ବଡ଼ ଅଟ୍ଟାଳିକା
·1 month ago·2 min read

Key Points
ମଧ୍ୟରାତ୍ରୀରେ ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୀଷଣ ଭୂମିକମ୍ପରେ ୧୩ଟି ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ଯାଇଛି ।
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଭୂମିକମ୍ପ । ଶୋଇଥିବା ବେଳେ ଥରିଲା ଧରିତ୍ରୀ । ମଧ୍ୟରାତ୍ରୀରେ ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୀଷଣ ଭୂମିକମ୍ପରେ ୧୩ଟି ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ଯାଇଛି । ଖବର ଲେଖାଯିବା ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜାର ରହିଛି ଉଦ୍ଧାର କାର୍ଯ୍ୟ ।
ଚୀନର ଦକ୍ଷିଣପଶ୍ଚିମରେ ଗୁଆଁସିରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ପରେ ପ୍ରାୟ ୭ ହଜାରରୁ ଅଧିକ ଲୋକ ଉକ୍ତ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଉକ୍ତ ଅଞ୍ଚଳରେ ଟ୍ରେନ୍ ସହ ସଡ଼କରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଏଥିସହ ପଢ଼ନ୍ତୁ: ଆମେରିକା ଏୟାର ଶୋ’ରେ ଅଘଟଣ, ଦୁଇଟି ଫାଇଟର ଜେଟ୍ ମଧ୍ୟରେ ମୁହାଁମୁହିଁ ଧକ୍କା
ଚୀନର ସରକାରୀ ନ୍ୟୁଜ୍ ଏଜେନ୍ସି ଅନୁସାରେ. ଭୂମିକମ୍ପ ଗୁଆଁସି ପ୍ରଦେଶର ଲିଉଝୋଓ ସହରରେ ହୋଇଛି । ରାତି ପ୍ରାୟ ୧୨ଟା ୨୧ରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍କା । ରିକ୍ଟର ସ୍କେଲ୍ରେ ଭୂମକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜଙ୍କୁ ଖୋଜା ଚାଲିଛି ।
କେତେ କ୍ଷୟକ୍ଷତି ?
ଚୀନରେ ହୋଇଥିବା ଭୂମକମ୍ପରେ ୧୩ଟି ସୁଉଚ୍ଚ ଅଟ୍ଟାଳିକା ଧରାଶାୟୀ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ନଥିବା ପ୍ରଶାସନ କହିଛି ।
ସୁରକ୍ଷାକୁ ନଜରରେ ରଖି ରେଲୱେ ଅଧିକାରୀ ରେଳ ଧାରଣାର ଯାଞ୍ଚ କରୁଛନ୍ତି । ଫଳରେ ଟ୍ରେନ୍ ଯାତାୟାତ ପ୍ରଭାବିତ ହୋଇଛି । ତେବେ ଭୂମିକମ୍ପ ଫଳରେ ବିଦ୍ୟୁତ, ଫୋନ ଲାଇନ୍, ପାଣି, ଗ୍ୟାସ୍ ଆଦି ବିତରଣ ପ୍ରଭାବିତ ହୋଇ ନାହିଁ ।
ଭୂମିକମ୍ପ ବେଳର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି । ଯେଉଁଥିରେ ଦେଖା ଯାଉଛି ଲୋକେ ଭୂମିକମ୍ପ ପରେ ଜୀବନ ବଞ୍ଚାଇବାକୁ ବଡ଼ ବଡ଼ ଅଟ୍ଟାଳିକାରୁ ଖୋଲା ସ୍ଥାନକୁ ଦୌଡ଼ି ଆସୁଛନ୍ତି ।
ଉଦ୍ଧାରକାରୀ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଭଗ୍ନାଂଶ ତଳେ ଜୀବନ ସନ୍ଧାନ ଚାଲିଛି । ସର୍ଚ୍ଚ ଅପରେସନ୍ରେ ୩୦୦ କର୍ମଚାରୀଙ୍କ ସହ ୫୧ଟି ବଡ଼ ବଡ଼ ଗାଡ଼ି ସାମିଲ୍ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ; ହଠାତ୍ ହୁତୁହୁତୁ ହୋଇ ଜଳିଲା ବଗି
କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ ?
ପୃଥିବୀ ପୃଷ୍ଠରେ ରହିଥିବା ସାତଟି ଟେକଟୋନିକେ୍ ପ୍ଲେଟ୍ (Tectonic Plates of Earth) ସବୁବେଳେ ଗତିଶୀଳ ଅବସ୍ଥାରେ ରହିଥାଏ । ଯେଉଁଠିରେ ଏହି ପ୍ଲେଟ ପରସ୍ପର ସହ ଧକ୍କା ହୋଇଥାନ୍ତି, ସେତେବେଳେ ଏହାକୁ ଜୋନ ଫଲ୍ଟ (Zone Fault) କୁହାଯାଏ ।
ବାରମ୍ବାର ଧକ୍କା ହେବା କାରଣରୁ ପ୍ଲେଟ ନିଜର କୋଣ ପରିବର୍ତ୍ତନ କରିଥାଏ । ଯେତେବେଳେ ଏଥିରେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ଏହି ପ୍ଲେଟ ଭାଙ୍ଗିବା ଆରମ୍ଭ କରେ । ଏହାର ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ରାସ୍ତା ଖୋଜିଥାଏ । ଯାହା ପରେ ଭୂମିକମ୍ପ ରୂପରେ ବାହାରକୁ ଆସିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories