Bus Accident / କଟକରେ ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ

Key Points
ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ
କଟକ ଯୋବ୍ରା ନିକଟରେ ସ୍କୁଟିକୁ ଧକ୍କା ଦେଲା ବସ୍
ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ
ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ
ଅଶୁଭ ଶନିବାର... ସକାଳୁ ସକାଳୁ ଘଟିଚାଲିଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା । ପ୍ରଥମେ ପଳାଶୁଣୀ ତା' ପରେ ଚନ୍ଦ୍ରଶେଖର ପୁର ଆଉ ବର୍ତ୍ତମାନ କଟକ । ଚାଲିଯାଉଛି ନିରୀହଙ୍କ ଜୀବନ ମୁଣ୍ଡ ପଟି କାନ୍ଦୁଛନ୍ତି ପରିବାର ଲୋକେ ।
ସୂଚନାଥାଉ କି ଘରୋଇ ବସ୍ ଧକ୍କାରେ ଚାଲିଗଲା ଏକ ଯୁବତୀଙ୍କ ଜୀବନ । କଟକ ଯୋବ୍ରା ଆଇ ଲଭ୍ କଟକ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଯୁବତୀ ଜଣଙ୍କ ତାଙ୍କ ଇଭି ଗାଡ଼ିରେ ଯାଉଥିବା ବେଳେ ସଙ୍କଟ ମୋଚନ ନାମକ ବସ୍ ଟି ଧକ୍କା ଦେଇଥିଲା ।
ଫଳରେ ବସ୍ ଧକ୍କା ଦେବା ପରେ ଯୁବତୀ ଜଣଙ୍କ କିଛି ବାଟ ଛିଟକି ପଡ଼ିଥିଲେ । ଯାହା ଦ୍ଵାରା ଜୋରେ ଆଘାତ ହୋଇଥିଲା ଆଉ ସେହି ସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୁବତୀ ଜଣଙ୍କ ନିକଟରୁ ମିଳିଥିବା ପରିଚୟ ପତ୍ରରୁ ଜଣାପଡ଼ିଛି ଯେ ଯୁବତୀଙ୍କ ନାମ ସ୍ୱାଗତିକା ମହାନ୍ତି ବୋଲି । ପୋଲିସ ଦୁଇଟି ଗାଡ଼ି ଜବତ୍ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ ପଠାଇଛି ।
ସେପଟେ ପଳାଶୁଣୀ ଓଭରବ୍ରିଜରେ ଘଟିଛି ଭୟଙ୍କର ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଦୁଇ ଜଣ । ସାମାନ୍ୟ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇନଥିଲା। ଲୋକେ ପାଟି କରିବାରୁ କାରକୁ ଘୋଷାଡ଼ି ନେଇଥିଲା । ତେବେ ବ୍ରିଜ୍ ଉପରେ ରହି ଯାଇଥିଲା କାର୍ , ଖସି ପଳାଇ ଥିଲା ଟ୍ରକ୍ । ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚିଥିଲା। ଏହାପରେ ଟ୍ରକକୁ ଗୋଡ଼ାଇ ଧରିଥିଲା ମଞ୍ଚେଶ୍ଵର ଥାନା ପୋଲିସ। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚାଲିଛି।
ଏଥିସହ ପଢ଼ନ୍ତୁ : ରାଜଧାନୀ ରାଜରାସ୍ତାରେ ଛାତିଥରା ଦୁର୍ଘଟଣା, ୫ଶହ ମିଟର ଯାଏଁ କାରକୁ ଘୋଷାଡ଼ି ନେଲା ଟ୍ରକ
ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ବେଳେ ରସୁଲଗଡ଼ ପଟୁ ଏକ ହାଇୱା କଟକ ଆଡକୁ ଯାଉଥିଲା । କୁଆଖାଇ ସେତୁ ଆରମ୍ଭ ପୂର୍ବରୁ ଏକ କାର୍ ହାଇୱାକୁ ଓଭର୍ଟେକ୍ କରିଥିଲା । କାର୍ଟି ହାଇୱା ସାମ୍ନାକୁ ଚାଲି ଆସିଥିଲା । ତେବେ ଦ୍ରୁତ ଗତିରେ ଥିବା ହାଇୱା କାରକୁ ଧକ୍କା ଦେଇଥିଲା । କାର୍ଟି ବୁଲିଯାଇଥିଲା । ହାଇୱା ଚାଳକ ଭୟରେ ଗାଡ଼ିର ବେଗ ବଢ଼ାଇ ଦେଇଥିଲା । ଫଳରେ କାରକୁ ବହୁ ଦୂରକୁ ଠେଲି ନେଇଥିଲା ।
ପୋଲ ପାର ହେବା ପରେ ହାଇୱା ଚାଳକ ଗାଡ଼ିର ଦିଗ ବଦଳାଇ ଦେବାରୁ କାର୍ ଖସି ଯାଇଥିଲା। ବାଟରେ ଯାଉଥିବା ଲୋକ ଏ ଦୃଶ୍ୟ ଦେଖି ପୁଲିସ୍କୁ ଫୋନ୍ କରିଥିଲେ । ପିସିଆର ଭ୍ୟାନ୍ ତୁରନ୍ତ ନଖରା ପୁଲିସ୍କୁ ଜଣାଇଥିଲା । ନଖରା ପୁଲିସ୍ ଉକ୍ତ ହାଇୱାକୁ ଧରିଥିଲା । ଚାଳକକୁ ପୁଲିସ ଅଟକ ରଖିଛି । କାର୍ ଭିତରେ ଥିବା ବାପା ଝିଅ ଭୟଭିତ ହୋଇଯାଇଥିଲେ । ସେମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।
ଖାଲି ସେତିକି ନୁହେଁ ଚନ୍ଦ୍ରଶେଖରପୁରରେ ବାଇକୁ ଧକ୍କା ଦେଇଛି କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରୁ କାର ଚାଳକ ଫେରାର ହୋଇ ଯାଇଛି ।
📱 Get Argus News App
✨Related Topics
Explore more stories