Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Road Accident / ନିଶାସକ୍ତ ଅବସ୍ଥାରେ ସିରିଜ୍ ଦୁର୍ଘଟଣା ଘଟାଇଲେ ପୋଲିସ ବାବୁ, ଚାଲିଗଲା ଶିକ୍ଷକଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ନିଶାସକ୍ତ ଅବସ୍ଥାରେ ସିରିଜ୍ ଦୁର୍ଘଟଣା ଘଟାଇଲେ ପୋଲିସ ବାବୁ, ଚାଲିଗଲା ଶିକ୍ଷକଙ୍କ ଜୀବନ

Key Points

ବର୍ଦ୍ଦିରେ ଥିଲେ, ହେଲେ ନିୟମକୁ ଖାତିର୍ ନ ଥିଲା । ମଦ ପିଇ ଗାଡ଼ି ଚଳାଇଲେ, ଏକାଧିକ ଗାଡ଼ିକୁ ଧକ୍କା ଦେବା ପରେ ଶିକ୍ଷକଙ୍କ ଜୀବନ ବି ନେଇଗଲେ ।
ଭୋପାଳ: ବେପରୁଆ ପୋଲିସ ବାବୁ । ବର୍ଦ୍ଦିରେ ଥିଲେ, ହେଲେ ନିୟମକୁ ଖାତିର୍ ନ ଥିଲା । ମଦ ପିଇ ଗାଡ଼ି ଚଳାଇଲେ, ଏକାଧିକ ଗାଡ଼ିକୁ ଧକ୍କା ଦେବା ପରେ ଶିକ୍ଷକଙ୍କ ଜୀବନ ବି ନେଇଗଲେ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ନୀମୁଚର ଜୱାଦ ରୋଡ୍‌ରେ ।

ଯେଉଁଠି ଶାନ୍ତ ଶୁକ୍ରବାରର ସନ୍ଧ୍ଯା ଶୋକରେ ବୁଡ଼ି ଯାଇଛି । ସମସ୍ତଙ୍କ ଆଖି ଆଗରେ ଜଣେ ପୋଲିସ ASI ମଦ୍ୟ ପିଇଥିବା ଅବସ୍ଥାରେ ଏକାଧିକ ଗାଡ଼ିକୁ ଧକ୍କା ଦେଇଛନ୍ତି । ନୀମୁଚର ଭର୍ଭାଡିଆ ଗାଁ ନିକଟରେ ASIଙ୍କ ଗାଡ଼ି ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଗୁରୁତର ଆହାତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ଭାରତୀଙ୍କର କମିଲା ପ୍ରୋଟିନ ସ୍ତର, ହେଲେ ଅସୁସ୍ଥ

ଦୁର୍ଘଟଣାକୁ ଆଖିରେ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ପୋଲିସ ASI ମନୋଜ ଯାଦବ ନିଶାରେ ଥିଲେ । ତାଙ୍କ ମୁହଁରୁ ମଦର ଦୁର୍ଗନ୍ଧ ଆସୁଥିଲା । ଦ୍ରୁତଗତିରେ ମନୋଜ ଗାଡ଼ି ଚଳାଇବା ସହ ଏଣେତେଣେ ମାଡ଼ି ଯାଉଥିଲେ । ଏକାଧିକ ବାଇକ୍‌କୁ ମନୋଜଙ୍କ ଗାଡ଼ି ଧକ୍କା ଦେଇଥିଲା ।

ସିରିଜ୍ ଦୁର୍ଘଟଣା ପରେ ASI ମନୋଜଙ୍କ ଗାଡ଼ିରୁ ପୋଲିସ ଏକ ମଦ ବୋତଲ ସହ ଖାଲି ଗିଲାସ ଜବତ କରିଛି । ମୃତ ଶିକ୍ଷକ ଜଣଙ୍କ ହେଲେ ଜ୍ଞାନଦ୍ୟୋୟ ITI କଲେଜର ଶିକ୍ଷକ ୪୨ ବର୍ଷୀୟ ଦଶରଥ । ତାଙ୍କ ସ୍ତ୍ରୀ ଲଳିତା ବାଇଙ୍କ ସହ ପୁଅ ହର୍ଷିତ ଓ ଝିଅ ଜୟା ଗୁରୁତର ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି । ଡାକ୍ତର ମେଡିକାଲ୍‌ରେ ଦଶରଥଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ୨ ଛୁଆଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସିରିଜ୍ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ମଦୁଆ ପୋଲିସ ଅଧିକାରୀଙ୍କୁ ଗିରଫ ଦାବି କରିଥିଲେ ।

ଏଥିସହ ପଢ଼ନ୍ତୁ: RBIର ବଡ଼ ଘୋଷଣା! ସୁନା ପରି ଏବେ ରୂପାରେ ବି ମିଳିବ ଲୋନ୍, ଜାଣନ୍ତୁ କେତେ ପର୍ଯ୍ୟନ୍ତ ନେଇପାରିବେ ଋଣ?

ରାସ୍ତାରୋକ ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ । ନୀମୁଚ ଏସ୍‌ପି ASI ମନୋଜ ଯାଦବଙ୍କୁ ନିଲମ୍ବିତ କରିବା ସହ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମନୋଜଙ୍କ ବିରୋଧରେ ଏକ ଏତଲା ମଧ୍ୟ ଦିଆଯାଇଛି ।

ଏହା ପୂର୍ବରୁ ଗତ ସପ୍ତାହରେ ଭୋପାଳ ଓ ଇନ୍ଦୋରରେ ପୃଥକ ପୃଥକ ସମାନ ଧରଣର ଦୁର୍ଘଟଣା ହୋଇଥିଲା । ସୋମବାର ସନ୍ଧ୍ୟାରେ ITBP ଯବାନ ଦୀପକ ତାଙ୍କ କାରକୁ ଭୋପାଳ ରେଲୱେ ଷ୍ଟେସନ ନିକଟରେ ୪ ପଥଚାରୀଙ୍କ ଉପରକୁ ଚଢ଼ାଇ ଦେଇଥିଲେ । ସେହିଭଳି ଇନ୍ଦୋରର ରାଓଜୀ ବାଜରରେ ବର୍ଦ୍ଦିରେ ଥିବା ୩ ପୋଲିସ କର୍ମଚାରୀ ଏକ ଫାର୍ମାସୀ ବାହାରେ ଦୁଇ ଜଣ ମହିଳାଙ୍କୁ ଧକ୍କା ଦେଇ ଖସି ପଳାଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Drunk Police Officer Causes Series of Accidents in Neemuch, Teacher Killed | Argus News | Argus News