Gwalior Truck Accident / ନବରାତ୍ରିରେ ଅଘଟଣ ! ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ୧୩ ଜୀବନ
·2 hours ago·2 min read

Key Points
ଗ୍ୱାଲିୟରରେ ବେକାବୁ ଟ୍ରକ୍ର ତାଣ୍ଡବ
ମନ୍ଦିର ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା
ଚାଲିଗଲା ୧୩ ଜୀବନ

ମଧ୍ୟପ୍ରଦେଶର ଗ୍ବାଲିୟରରେ ବଡ଼ ଦୁର୍ଘଟଣା । ନବରାତ୍ରି ଅବସରରେ ଶୀତଳା ମାତା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ଏକ ଟ୍ରକ୍ । ଯାହାଫଳରେ ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ୩୯ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ଡ୍ୟୁଟିରେ ନିୟୋଜିତ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି ।
ଗ୍ୱାଲିୟରର ଏସ୍ଏସ୍ପି ଧର୍ମବୀର ସିଂହଙ୍କ ସୂଚନା ଅନୁଯାୟୀ, ଛିନୋର ପଟୁ ଶୀତଳା ମାତା ମନ୍ଦିରକୁ ଯାଉଥିବା ରାସ୍ତାରେ ଏକ ଗଡ଼ାଣିଆ ଅଞ୍ଚଳ ରହିଛି । ଏହି ରାସ୍ତାରେ ଭାରୀ ଯାନ ଚଳାଚଳ ଉପରେ କଟକଣା ରହିଛି । ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ଧାନ ବୋଝେଇ ଟ୍ରକ୍ଟିକୁ ସେଠାରେ ଅଟକାଯାଇଥିଲା । କିନ୍ତୁ ଟ୍ରକ୍ଟି ପୋଲିସ ବ୍ୟାରିକେଡ୍ ଭାଙ୍ଗି ହଠାତ୍ ନିୟନ୍ତ୍ରଣ ହରାଇ ଢାଲୁ ରାସ୍ତାରେ ତଳକୁ ଖସି ଆସିଥିଲା ।
ଏହାପରେ ଟ୍ରକ୍ଟି ମନ୍ଦିରର ବାହାର ପାଚେରି ଓ ଫାଟକରେ ଧକ୍କା ଦେଇଥିଲା । ସେହି ସମୟରେ ରାସ୍ତାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ । ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।
୩୯ ଜଣ ହସ୍ପିଟାଲରେ ଭର୍ତ୍ତି, ୧୩ ମୃତ ଘୋଷିତ
ଏସ୍ଏସ୍ପି ଧର୍ମବୀର ସିଂହ କହିଛନ୍ତି ଯେ, ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୋଟ ୩୯ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ମୃତ ଘୋଷଣା କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହତଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କ ହାଡ଼ ଭାଙ୍ଗିଥିବା ମଧ୍ୟ ଜଣାପଡ଼ିଛି। ଅନ୍ୟ ଆହତମାନଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିବା ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
ଘଟଣାସ୍ଥଳକୁ ତୁରନ୍ତ ପଠାଗଲା ଆମ୍ବୁଲାନ୍ସ
ଗ୍ୱାଲିୟର ଜିଲ୍ଲାପାଳ ରୁଚିକା ଚୌହାନଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ଟ୍ରକ୍ ନିୟନ୍ତ୍ରଣ ହରାଇଥିବା ଖବର ମିଳିଥିଲା । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯାନ ପଠାଯାଇଥିଲା ।
ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଏବଂ ପ୍ରାୟ ୩୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ଶରୀରରେ ଆଘାତର ଗମ୍ଭୀରତା ଜାଣିବା ପାଇଁ ସେମାନଙ୍କର ସିଟି ସ୍କାନ୍ (CT Scan) ଓ ଏକ୍ସ-ରେ କରାଯାଉଛି, ଯାହାଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଇପାରିବ ।
ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ରାସ୍ତାରେ ପହଞ୍ଚିଲା କିପରି ଟ୍ରକ୍ ?
ନବରାତ୍ରି ଅବସରରେ ମନ୍ଦିରକୁ ଯାଉଥିବା ରାସ୍ତାରେ ବ୍ୟାରିକେଡ୍ ଏବଂ ପୋଲିସ ଚେକ୍ପଏଣ୍ଟ ରହିଥିଲା । ଏପରି ସ୍ଥିତିରେ ଟ୍ରକ୍ଟି ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ରାସ୍ତାରେ ପହଞ୍ଚିଲା କିପରି, ତାହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେହପରି ଟ୍ରକ୍ର ଯାନ୍ତ୍ରିକ ତ୍ରୁଟି ଯାଞ୍ଚ କରିବା ପାଇଁ ଆର୍ଟିଓ (RTO) ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଛି । ଟ୍ରକ୍ରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ ଏବଂ ବାମ ପଟକୁ ମୋଡ଼ିବା ସମୟରେ ଏହା କିପରି ନିୟନ୍ତ୍ରଣ ହରାଇଲା, ତାହା ଯାଞ୍ଚ କରାଯିବ ।

Related Topics
Explore more stories