Heartbreaking / ଟଙ୍କା ନ ଦେବା ଚକ୍କର୍ରେ ଟୋଲ୍ କର୍ମଚାରୀଙ୍କ ଉପରେ ଚଢ଼ାଇଦେଲେ ବସ୍
·1 day ago·2 min read

Key Points
ଟୋଲ୍ ପ୍ଲାଜାରେ ଚାକିରିର ପ୍ରଥମ ଦିନର ୨୨ ବର୍ଷୀୟ କପିଲ ଉପରେ ବସ୍ ଚଢ଼ିଯିବାରୁ ମୃତ୍ୟୁ ହୋଇଛି । ଶୁକ୍ରବାର କପିଲ ଚାକିରିରେ ଯୋଗ ଦେଇଥିଲା ଏବଂ ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଛି ।
ନୂଆଦିଲ୍ଲୀ: ପୁଅର ପ୍ରଥମ ଚାକିରି, ପୁଣି ପ୍ରଥମ ଦିନ । ଘରେ ଖୁସି କହିଲେ ନ ସରେ । ମାଆ ସାହି ପଡ଼ିଶାଙ୍କୁ କହୁଥିଲା ଆଜିଠୁ ମୋ ପୁଅ ନିଜ ଗୋଡ଼ରେ ଠିଆ ହୋଇଛି, ଚାକିରି କରିଛି । ହେଲେ ମାଆର ଖୁସି ମାତ୍ର କେଇ ଘଣ୍ଟାରେ ମିଳାଇ ଗଲା ।
ଚାକିରିର ପ୍ରଥମ ଦିନରେ ମୃତ୍ୟୁ
ପ୍ରଥମ ଚାକିରିର ଖୁସି ଆଣିଦେଲା ପରିବାର ପାଇଁ ବଡ଼ ଝଡ଼ । ଖାଲି ହୋଇଗଲା କୋଳ । ଆଶାର ବାଡ଼ିକୁ ଛଡ଼ାଇ ନେଲା କାଳ । ଟୋଲ୍ ଗେଟ୍ରେ ଚାକିରିର ପ୍ରଥମ ଦିନରେ ୨୨ ବର୍ଷୀୟ କପିଲ ଆଖି ବୁଜିଛି । ଚାକିରିର ପ୍ରଥମ ଦିନ ହୋଇ ଯାଇଛି କପିଲ ପାଇଁ ଶେଷ ଦିନ ।
ଏଥିସହ ପଢ଼ନ୍ତୁ: ଜମ୍ମୁକାଶ୍ମୀର ହାଇୱେରେ ବଡ଼ ଭୂସ୍ଖଳନ; NH44 ଠପ୍, ଯାତାୟାତ ପ୍ରଭାବିତ
ଏଭଳି ଘଟିଛି ହରିୟାଣାର ବାହାଦୂରଗଡ଼ରେ । ଯେଉଁଠି ଟୋଲ୍ ପ୍ଲାଜାରେ ଚାକିରିର ପ୍ରଥମ ଦିନର ୨୨ ବର୍ଷୀୟ କପିଲ ଉପରେ ବସ୍ ଚଢ଼ିଯିବାରୁ ମୃତ୍ୟୁ ହୋଇଛି । ଶୁକ୍ରବାର କପିଲ ଚାକିରିରେ ଯୋଗ ଦେଇଥିଲା ଏବଂ ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଛି ।
ବାହାଦୂରଗଡ଼ର ରୋହଦ ଟୋଲ୍ ପ୍ଲାଜାରେ ହରିୟାଣା ରୋଡୱେଜ୍ର ଏକ ବସ୍ ଜଣେ ଟୋଲ୍ କର୍ମଚାରୀଙ୍କୁ ଚାପି ଦେଇଛି । ଗୁରୁତର ଅବସ୍ଥାପରେ କପିଲକୁ ରୋହତକ ପିଜିଆଇ ମେଡିକାଲ୍ ନିଆ ଯାଇଥିଲା, ଯେଉଁଠି ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ସୋରରେ ଭୟଙ୍କର ସଡ଼କ ଦୁର୍ଘଟଣା; ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ
ଚାକିରିର ପ୍ରଥମ ଦିନରେ ହିଁ କପିଲର ମୃତ୍ୟୁ ଟୋଲ୍ ପ୍ଲାଜାରେ ବସ୍ ଚାପିଦେବାରୁ ହୋଇଛି । ସୂଚନା ପାଇ ପୋଲିସ ପହଞ୍ଚିବା ସହ ଛାନଭିନ୍ ଆରମ୍ଭ କରିଛି । ଏହି ଘଟଣା ଟୋଲ୍ ପ୍ଲାଜାର ଅନ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।
ବସ୍ ନେଇ ଡ୍ରାଇଭର୍ ଫେରାର୍
ହାନ୍ସୀ ଡିପୋର ରୋଡୱେଜ୍ ବସ୍ଟି ଦିଲ୍ଲୀ ଯାଉଥିଲା । ବସ୍ଟିକୁ ହାନ୍ସୀ ନିକଟସ୍ଥ ଗଢି ଗାଁର ବିଶ୍ଵଜିତ ଚଳାଉଥିଲେ । ରୋହଦ ଟୋଲ୍ ପ୍ଲାଜାରେ ବିଶ୍ଵଜିତ୍ ଟୋଲ୍ ନ ଦେଇ ବସ୍କୁ ଆଗକୁ ନେଉଥିଲେ । ବସ୍କୁ ଅଟକାଇବା ପାଇଁ କପିଲ୍ ଛିଡ଼ା ହେବାରୁ ଚକା ତଳେ ପଳାଇ ଆସିଥିଲେ । କପିଲ୍ ଉପରେ ଗାଡ଼ି ଚଢ଼ିଯିବା ପରେ ବସ୍ ନେଇ ଫେରାର୍ ହୋଇଯାଇଛି ବିଶ୍ଵଜିତ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories