|
logo
Live
Argus News App
GET APP

Argus News - ଜମ୍ମୁକାଶ୍ମୀର ହାଇୱେରେ ବଡ଼ ଭୂସ୍ଖଳନ; NH44 ଠପ୍‌, ଯାତାୟାତ ପ୍ରଭାବିତ

National

Jammu Landslide / ଜମ୍ମୁକାଶ୍ମୀର ହାଇୱେରେ ବଡ଼ ଭୂସ୍ଖଳନ; NH44 ଠପ୍‌, ଯାତାୟାତ ପ୍ରଭାବିତ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଜମ୍ମୁକାଶ୍ମୀର ହାଇୱେରେ ବଡ଼ ଭୂସ୍ଖଳନ; NH44 ଠପ୍‌, ଯାତାୟାତ ପ୍ରଭାବିତ
Jammu Landslide

Key Points

ଜମ୍ମୁକାଶ୍ମୀର ରାମବନ ଜିଲ୍ଲାରେ ଭୂସ୍ଖଳନ
ଜାତୀୟ ରାଜପଥ ୪୪ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ (NH-44)ରେ ରବିବାର ରାତିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଫଳରେ କାରୋଲ ସେତୁ ଏବଂ ଚନ୍ଦରକୋଟ ମଧ୍ୟରେ ପଥର ଲଗାତାର ଖସିପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉପରେ ପଥର ଏବଂ କାଦୁଅ ସମେତ ବହୁ ପରିମାଣର ଆବର୍ଜନା ପଡ଼ି ରହିଛି । ରାଜପଥର ଉଭୟ ଲେନ୍‌କୁ ସମ୍ପୂର୍ଣ୍ଣ ଅବରୋଧ ହୋଇପଡ଼ିଥିବାରୁ ସେହି ସ୍ଥାନକୁ ବିପଦ ସଙ୍କୁଳ ଘୋଷଣା ହୋଇଛି ।

  • ଚାଲିଛି ରାସ୍ତା ପୁନରୁଦ୍ଧାର କାର୍ଯ୍ୟ
ଭୂସ୍ଖଳନ ପରେ ସୁରକ୍ଷା ଦୃଷ୍ଟିରୁ, ପ୍ରଶାସନ ତୁରନ୍ତ ଏହି ରାସ୍ତାରେ ଯାତାୟାତ ବନ୍ଦ କରିଦେଇଥିଲା । ବର୍ତ୍ତମାନ ଭଗ୍ନାବଶେଷକୁ ରାସ୍ତା ଉପରୁ ହଟାଇବା କାର୍ଯ୍ୟ ଚାଲିଛି । ଯଥାଶୀଘ୍ର ରାସ୍ତାକୁ ପୁନରୁଦ୍ଧାର କରିବା ପାଇଁ ଶ୍ରମିକ ଏବଂ ଯନ୍ତ୍ରପାତି ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅତି ଆବଶ୍ୟକ ନଥିଲେ ଯାତ୍ରା ଏଡାଇବାକୁ ଏବଂ ଯାତ୍ରା କରିବା ପୂର୍ବରୁ ପାଣିପାଗ ଖବର ଯାଞ୍ଚ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

  • ଶନିବାରଠାରୁ ଜିଲ୍ଲାରେ ଖରାପ ପାଗ
ପ୍ରବଳ ବର୍ଷା ଏବଂ ଖରାପ ପାଗ ଯୋଗୁଁ ରବିବାର ରାମବନ ଜିଲ୍ଲାରେ ଭୂସ୍ଖଳନ ହୋଇଥିଲା । ଯାହା ଫଳରେ ହିଙ୍ଗନି, ଶାଗଡି ଟନେଲ ସମେତ ଅନେକ ଅଞ୍ଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା । ଶନିବାରଠାରୁ ଜିଲ୍ଲାରେ ଖରାପ ପାଗ ଜାରି ରହିଛି, ଏଥିଯୋଗୁଁ ଯାତାୟାତ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା । ସେହିପରି ଟନେଲ ଅଞ୍ଚଳ ପାଖରେ ମାଟି ଧସି ପଥର ଖସିବା ଘଟଣା ମଧ୍ୟ ରିପୋର୍ଟ ହୋଇଛି । ଅନେକ ଟ୍ରକ ଏବଂ ଯାନବାହନ ରାସ୍ତାରେ ଫସିରହିଥିବାବେଳେ ପ୍ରଶାସନ ରାସ୍ତା ପୁନରୁଦ୍ଧାର ପାଇଁ ଭଗ୍ନାବଶେଷ ହଟାଉଛି । କିନ୍ତୁ ଲଗାତାର ବର୍ଷା ଏବଂ ପଥର ଖସିବା ଯୋଗୁଁ ଏଥିରେ ସମସ୍ୟା ଦେଖାଦେଉଛି ।

ପଢନ୍ତୁ ଏହି ଖବର: ସୋରରେ ଭୟଙ୍କର ସଡ଼କ ଦୁର୍ଘଟଣା; ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ

  • ସିକିମରେ ଭୁଶୁଡ଼ି ପଡ଼ିଛି ରାସ୍ତା
ସେହିପରି ସିକିମରେ ମଧ୍ୟ ଖରାପ ପାଗ ବିପର୍ଯ୍ୟୟ ସୃଷ୍ଟି କରିଛି । ରାଜ୍ୟର ମାଙ୍ଗାନ ଜିଲ୍ଲାର ଲାଚେନ-ଚୁଙ୍ଗଥାଙ୍ଗ ରାସ୍ତା ଭୁଶୁଡ଼ି ପଡ଼ିବା ଯୋଗୁଁ ଯାତାୟାତ ବନ୍ଦ ହୋଇଯାଇଛି । ଏହି କାରଣରୁ ପ୍ରାୟ ୮୦୦ରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି । ତାରୁମ ଚୁ ସେତୁ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରଶାସନ ରାସ୍ତାକୁ ବନ୍ଦ କରିଦେଇଛି । ଖରାପ ପାଗ ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୋଲିସ, ITBP, BRO ଏବଂ ସେନା ମିଳିତ ଭାବରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jammu Landslide: ଜମ୍ମୁକାଶ୍ମୀର ହାଇୱେରେ ବଡ଼ ଭୂସ୍ଖଳନ; NH44 ଠପ୍‌, ଯାତାୟାତ ପ୍ରଭାବିତ | Argus News