Bus Accident / ଡିଭାଇଡର୍ ଡେଇଁ ବସ୍କୁ ପିଟିଲା ଟ୍ରକ୍; ନିଆଁରେ ଜଳିଗଲେ ୧୨ ଜଣ, ୨୧ ଆହତ
·6 months ago·2 min read

Key Points
ଦ୍ରୁତଗିତରେ ଆସୁଥିବା ଟ୍ରକ୍ ଡିଭାଇଡର୍ ଡେଇଁଲା । ପୁଣି ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା । ଆଉ ଦେଖୁ ଦେଖୁ ଜଳିଗଲା ସ୍ଲିପର୍ କୋଚ୍ । ଜୀଅନ୍ତା ଜଳିଗଲେ ୧୨ ଜଣ ।
ବେଙ୍ଗାଳୁରୁ: ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା । ଦ୍ରୁତଗିତରେ ଆସୁଥିବା ଟ୍ରକ୍ ଡିଭାଇଡର୍ ଡେଇଁଲା । ପୁଣି ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା । ଆଉ ଦେଖୁ ଦେଖୁ ଜଳିଗଲା ସ୍ଲିପର୍ କୋଚ୍ । ଜୀଅନ୍ତା ଜଳିଗଲେ ୧୨ ଜଣ ।
ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଜାତୀୟ ରାଜପଥ ୪୮ରେ । କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ପରେ ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣା ପରେ ବସ୍ରେ ଭୀଷଣ ନିଆଁ ଲାଗି ଯାଇଥିଲା । ଯେଉଁଥିରେ ୧୨ ଜଣ ଜୀବନ୍ତଦଗ୍ଧ ହୋଇ ଯାଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଘାଇଲା କରୁଛି ଘନ କୁହୁଡ଼ି; ୨୮ ତାରିଖ ପର୍ଯ୍ୟନ୍ତ ୱାର୍ଣ୍ଣିଂ ଜାରି
ସୂଚନା ଅନୁସାରେ, ବେଙ୍ଗାଳୁରୁରୁ ବସ୍ଟି ଶିବମୋଗା ଯାଉଥିଲା । ବସ୍ରେ ମୋଟ ୩୨ ଜଣ ଯାତ୍ରୀ ଥିଲେ । ଅଗ୍ନିକାଣ୍ଡରେ ବସ୍ର ୧୧ ଯାତ୍ରୀଙ୍କ ସହ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହୋଇଛି । ୨୧ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଚିତ୍ରଦୁର୍ଗରେ ଘଟିଥିବା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଏହି ଦୁର୍ଘଟଣା ଗମ୍ଭୀର ଭାବେ ବ୍ୟଥିତ କରିଛି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଆହତ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।"
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିବ । ଆହତଙ୍କୁ ମିଳିବ ୫୦ ହଜାର ଟଙ୍କାର ସହାୟତା ।
ଏଥିସହ ପଢ଼ନ୍ତୁ: ପଶୁ ବୋଲି... ପ୍ରାଣୀ ଚିକିତ୍ସାଳୟରେ ରାତିରେ ବିଲେଇ ଉପରେ ଢାଳିଦେଲେ ଥଣ୍ଡା ପାଣି ! ଚାଲିଗଲା ଜୀବନ
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, "ବସ୍ଟି ଆମକୁ ଓଭରଟେକ୍ କରି ଯାଇଥିଲା । ସେହି ସମୟରେ ସାମ୍ନାରୁ ଆସୁଥିବା ଏକ କଣ୍ଟେନର ଟ୍ରକ୍ ଡିଭାଇଡର୍ ଡେଇଁ ସିଧା ଆସି ସ୍ଲିପର୍ ବସ୍ଟିକୁ ପିଟିଥିଲା । ବସ୍ର ଡିଜେଲ୍ ଟାଙ୍କି ଥିବା ସ୍ଥାନରେ ଟ୍ରକ୍ ପିଟିହେବାରୁ ତୁରନ୍ତ ନିଆଁ ଲାଗି ଯାଇଥିଲା ।"
'କାଚ ଭାଙ୍ଗି ବାହାରିଲୁ'
ବସ୍ରେ ଥିବା ଜଣେ ଯାତ୍ରୀ ଆଦିତ୍ୟ କହିଛନ୍ତି, "ଦୁର୍ଘଟଣା ହେଉ ହେଉ ତଳକୁ ଖସି ପଡ଼ିଥିଲି । ଚାରିଆଡ଼େ କେବଳ ନିଆଁ ଦେଖା ଯାଉଥିଲା । କବାଟ ଖୋଲୁ ନଥିଲା, ତେଣୁ କାଚ ଭାଙ୍ଗି କୌଣସି ପ୍ରକାରେ ବାହାରିବାକୁ ପ୍ରୟାସ କଲୁ । ଲୋକେ ଚିତ୍କାର କରୁଥିଲେ । କିନ୍ତୁ ନିଆଁ ଏତେ ମାତ୍ରାରେ ଥିଲା ଯେ ବାହାରିବା ମୁସ୍କିଲ୍ ଥିଲା ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories