Fog / ଘାଇଲା କରୁଛି ଘନ କୁହୁଡ଼ି; ୨୮ ତାରିଖ ପର୍ଯ୍ୟନ୍ତ ୱାର୍ଣ୍ଣିଂ ଜାରି
·3 months ago·2 min read

Key Points
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ରାସ୍ତାରେ ଗାଡ଼ି ଗଡ଼ି ପାରୁନଥିବା ବେଳେ ଉଡ଼ି ପାରୁନି ବିମାନ ।
ଭୁବନେଶ୍ଵର: ମୁହଁକୁ ମୁହଁ ଦିଶୁନି । ବାଟବଣା କରୁଛି ଘନ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ରାସ୍ତାରେ ଗାଡ଼ି ଗଡ଼ି ପାରୁନଥିବା ବେଳେ ଉଡ଼ି ପାରୁନି ବିମାନ ।
ଟ୍ଵିନ୍ ସିଟି କଟକ ଓ ଭୁବନେଶ୍ଵରରେ ଘନ କୁହୁଡ଼ି ଲାଗି ରହିଛି । କୁହୁଡ଼ି ପାଇଁ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରରେ କୌଣସି ବିମାନ ଅବତରଣ ଏବଂ ଉଡ଼ାଣ କରିବା ସମ୍ଭବ ହୋଇ ପାରୁନାହିଁ । ସମସ୍ତ ବିମାନ ବିଳମ୍ବ ରହିଛି ।
ଏଥିସହ ପଢ଼ନ୍ତୁ: ପଶୁ ବୋଲି... ପ୍ରାଣୀ ଚିକିତ୍ସାଳୟରେ ରାତିରେ ବିଲେଇ ଉପରେ ଢାଳିଦେଲେ ଥଣ୍ଡା ପାଣି ! ଚାଲିଗଲା ଜୀବନ
ସେହିଭଳି ରାସ୍ତାରେ ମଧ୍ୟ ରାଜୁତି କରୁଛି କୁହୁଡ଼ି । ୧୦୦ ମିଟର ଦୂରତା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉ ନାହିଁ । ଗାଡ଼ି ଗୁଡ଼ିକ ଲାଇଟ୍ ଦେଇ ସକାଳ ୮ଟାରେ ମଧ୍ୟ ଯିବାଆସିବା କରୁଛନ୍ତି । ସହର ବାହାର ଜାତୀୟ ରାଜପଥରେ କୁହୁଡ଼ିର ପ୍ରଭାବ ଅଧିକ ରହିଛି ।
କେବଳ ଟ୍ଵିନ୍ ସିଟି ନୁହେଁ ସକାଳ ସମୟରେ କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲା ସହ ଅନ୍ୟ ଆଭ୍ୟନ୍ତରଣ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଏଭଳି ସ୍ଥିତି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏନେଇ କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ ୭ ଦିନ ମଧ୍ୟରେ ସର୍ବନିମ୍ନ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଭୋର୍ ଓ ସକାଳ ସମୟରେ କୁହୁଡ଼ି ରହିବ । ବୁଧବାର କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରୀ ରେକର୍ଡ ହୋଇଥିଲା ।

ଭୀଷଣ #ଶୀତ ସହ #କୁହୁଡି ଦେଖିବାକୁ ମିଳୁଛି #ଜଗତସିଂପୁର #ରାହାମା ଅଞ୍ଚଳ ରେ
— Deepak (@DKWindodia) December 24, 2025
ରାତି 10 ରୁ ଜାରି ରହିଛି କୁହୁଡି@usd0705 @OdishaWeather7 #odisha #fog #WINTER pic.twitter.com/fxhopra5ms
କେବଳ ଟ୍ଵିନ୍ ସିଟି ନୁହେଁ ସକାଳ ସମୟରେ କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲା ସହ ଅନ୍ୟ ଆଭ୍ୟନ୍ତରଣ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଏଭଳି ସ୍ଥିତି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏନେଇ କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ ୭ ଦିନ ମଧ୍ୟରେ ସର୍ବନିମ୍ନ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଭୋର୍ ଓ ସକାଳ ସମୟରେ କୁହୁଡ଼ି ରହିବ । ବୁଧବାର କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରୀ ରେକର୍ଡ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: