|
logo
Live
Argus News App
GET APP

Argus News - ବଜାରରେ ମାଡ଼ିଗଲା ଟ୍ରକ୍; ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା, ବିଦ୍ୟୁତ୍ ଖୁଣ୍ଟ ବି ଭାଙ୍ଗିଲା

Accident

Accident / ବଜାରରେ ମାଡ଼ିଗଲା ଟ୍ରକ୍; ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା, ବିଦ୍ୟୁତ୍ ଖୁଣ୍ଟ ବି ଭାଙ୍ଗିଲା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ବଜାରରେ ମାଡ଼ିଗଲା ଟ୍ରକ୍; ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା, ବିଦ୍ୟୁତ୍ ଖୁଣ୍ଟ ବି ଭାଙ୍ଗିଲା
Speeding Truck Runs Over Bikes, Cars in Odisha Market

Key Points

ହଠାତ୍ ମାଡ଼ିଗଲା ଟ୍ରକ୍ । ଦେଖୁ ଦେଖୁ ୨ଟି ଚାରି ଚକିଆ ସହ ୮ଟି ବାଇକ୍ ଉପରେ ମାଡ଼ିଗଲା । ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ମୋଡ଼ି ଦେଇ ଭାଙ୍ଗିଦେଲା ।
କୋରାପୁଟ: ମାର୍କେଟରେ ଭିଡ଼ ଥିଲା । ଆଉ ଭିଡ଼ ଭିତରକୁ ହଠାତ୍ ମାଡ଼ିଗଲା ଟ୍ରକ୍ । ଦେଖୁ ଦେଖୁ ୨ଟି ଚାରି ଚକିଆ ସହ ୮ଟି ବାଇକ୍ ଉପରେ ମାଡ଼ିଗଲା । ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ମୋଡ଼ି ଦେଇ ଭାଙ୍ଗିଦେଲା । ବଜାର ଉପରେ ଭିଡ଼ ଭିତରେ ଏକ ଟ୍ରକ୍ ଘଟାଇଛି ଭୟଙ୍କର ଦୁର୍ଘଟଣା ।

କୋରାପୁଟ ଜିଲ୍ଲା ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଏହି ଭୟଙ୍କର ଟ୍ରକ୍ ଦୁର୍ଘଟଣା ଘଟିଛି । ଟ୍ରକ୍‌ଟି ସିରିଜ୍ ଦୁର୍ଘଟଣା ଘଟାଇ ୮ଟି ବାଇକ୍‌ ସହ ୨ଟି ଚାରି ଚକିଆ ଗାଡ଼ି ଉପରେ ମାଡ଼ା ଯାଇଛି । ସ୍ଥାନୀୟ ଲୋକ ଓ ପୋଲିସ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଛନ୍ତି ।

ଏଥିସହ ପଢ଼ନ୍ତୁ: ସିଲ୍ ହେଲା ଓଡ଼ିଶାକୁ ଲାଗି ରହିଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା

ସିରିଜ୍ ଦୁର୍ଘଟଣା ନେଇ କୋରାପୁଟ ଏସଡିପିଓ ସଞ୍ଜୟ ମଣ୍ଡଳ କହିଛନ୍ତି, "ଏକ ଗାଡ଼ି ବ୍ରେକ୍ ଫେଲ୍ କିମ୍ବା ଅନ୍ୟ କୌଣସି କାରଣରୁ ମାଡ଼ି ଆସି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ୮ଟି ବାଇକ୍ ଚୁରମାର୍ ହୋଇ ଯାଇଛି । ଜଣେ ଗୁରୁତରଙ୍କୁ କାର୍ ଭିତରୁ ଉଦ୍ଧାର କରି ମେଡିକାଲ୍ ପଠାଇଛୁ । ଅଗ୍ନିଶମ ବାହିନୀ ସହ ଟାଉନ୍ ଥାନା ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ୮ରୁ ୧୦ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବାରୁ କର୍ମଚାରୀ ଆସି ମରାମତି କରୁଛନ୍ତି ।".

ସ୍ଥାନୀୟ ଲୋକେ କହିଛନ୍ତି, "ଗୋଟେ ବଡ଼ ଟ୍ରକ୍ ଦ୍ରୁତଗତିରେ ଆସି ୮ରୁ ୯ଟି ବାଇକ୍‌କୁ ଧକ୍କା ଦେଲା । ବ୍ୟାଙ୍କ ଗାଡ଼ି ସହ ପିକଅପ୍ ଭ୍ୟାନକୁ ପିଟିଲା । ଆମେ ଦେଖି ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଛୁ । ରାସ୍ତାକୁ ଓସାର କରି ଦୁଇ ଲେନ୍ କରିବାର ଆବଶ୍ୟକତା ରହିଛି ।"

କିଛିଦିନ ତଳେ ପିପିଲା ବଜାର ଭିତରେ ସିରିଜ୍ ଦୁର୍ଘଟଣା ଘଟିଥିଲା । ଦିନ ଦ୍ଵି ପ୍ରହରରେ ମାଡ଼ିଗଲା କଳାରଙ୍ଗର କାର୍ । ପୁରୀ ଜିଲ୍ଲା ପିପିଲି ଚାନ୍ଦୁଆ ବଜାରରେ କଳାରଙ୍ଗର ଏକ ସ୍ଵିଫ୍ଟ କାର୍ ଘଟାଇଛି ସିରିଜ୍ ଦୁର୍ଘଟଣା । ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ମାଡ଼ିଗଲା କଳାରଙ୍ଗର କାର୍; ବଜାରରେ ଯାହାକୁ ପାରିଲା ତା'କୁ ପିଟିଲା, ଦୋକାନ ବି ଭାଙ୍ଗିଲା

ଶୁକ୍ରବାର ଦିନ ସାଢ଼େ ୧୨ଟା । ସବୁଦିନ ଭଳି ଚଳଚଞ୍ଚଳ ଥାଏ ପିପିଲିର ଚାନ୍ଦୁଆ ବଜାର । ବଜାରରେ ଭିଡ଼ ଭିତରେ ହଠାତ୍ ଏକ କଳାରଙ୍ଗର ସ୍ଵିଫ୍ଟ କାର୍ ଦ୍ରୁତଗତିରେ ମାଡ଼ି ଆସିଥିଲା । ଯାହାକୁ ପାରିଲା ତା'କୁ ଧକ୍କା ଦେଲା । ଶେଷରେ ଦୋକାନ ଭିତରକୁ ବି ମାଡ଼ିଗଲା ।

ପୁରୀ ପଟୁ କଳା କାର୍‌ଟି ଦ୍ରୁତଗତିରେ ଚାନ୍ଦୁଆ ବଜାର ଆଡ଼କୁ ମାଡ଼ି ଆସିଥିଲା । ପ୍ରଥମେ ବାମ ପଟେ ଯାଉଥିବା ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା । ସେମାନେ କାର୍ ଧକ୍କାରେ ଛିଟିକି ପଡ଼ୁ ପଡ଼ୁ ଗାଡ଼ିଟି ଡାହାଣ ପାର୍ଶ୍ଵରେ ପୁଣି ଥରେ ଆଉ ଦୁଇ ବାଇକ୍‌ ଆରୋହୀଙ୍କୁ ପିଟିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Accident: ବଜାରରେ ମାଡ଼ିଗଲା ଟ୍ରକ୍; ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା, ବିଦ୍ୟୁତ୍ ଖୁଣ୍ଟ ବି ଭାଙ୍ଗିଲା | Argus News