Road Accident / ୨ଟି କାର୍ ଓ ସ୍କୁଟି ମୁହାଁମୁହିଁ ଧକ୍କା: ୬ ଗୁରୁତର

Key Points
୨ଟି କାର୍ ଓ ସ୍କୁଟି ମୁହାଁମୁହିଁ ଧକ୍କାରେ ୬ ଗୁରୁତର ।
ବସ୍ ଓଲଟି ୭ଗୁରୁତର ।
ରାଜଧାନୀ ଉପକଣ୍ଠରେ ସିରିଜ୍ ଦୁର୍ଘଟଣା । ଦୁଇଟି କାର୍ ମଧ୍ୟରେ ଦୁର୍ଘଟଣା ପରେ ରାସ୍ତାକଡ଼ରେ ଥିବା ବିଲ ଭିତରକୁ ଖସିପଡିଲେ ଗାଡ଼ି । ଏହି ଭୟଙ୍କର ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ସମୟ ରବିବାର ସକାଳ । ଗୋହିରା ଛକରୁ ବାଗ୍ଚୀ ହସ୍ପିଟାଲରେ ରାସ୍ତାର ଉଭୟ ପଟୁ ଆସୁଥିଲା ଦୁଇଟି କାର୍ । ଏହି ସମୟରେ ହଠାତ୍ ଦୁଇଟି କାର୍ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହାପରେ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଖସି ପଡିଥିଲେ । ତେବେ ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏହାପରେ ସେହି ଗୁରୁତରମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେପଟେ OSRTC ବସ୍ ଦୁର୍ଘଟଣା ଘଟିଛି । ଏମଭି ସେଭେନ ରୁ ବିଶାଖାପାଟଣା ଯାଉଥିବା ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।ବସ୍ ରେ ୨୯ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ବସ୍ ଟି ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁତର ଆହାତ ଯାତ୍ରୀଙ୍କୁ ସାଲୁରରୁ ବିଜୟନଗରମ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଏଥିସହ ପଢ଼ନ୍ତୁ: ବ୍ରିଜ ଉପରୁ ୨୦ ଫୁଟ୍ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର
ବାଙ୍ଗିରିପୋଷିରେ ଘଟିଛି ଆଉ ଏକ ଦୁର୍ଘଟଣା । ଷଣ୍ଢ ବୋଝେଇ ବୋଲେରୋ ହେଲା ଦୁର୍ଘଟଣାଗ୍ରସ୍ତ । ବାଙ୍ଗିରିପୋଷି ଥାନା ସମୁଖ ଦେଇ ଷଣ୍ଢ ବୋଝେଇ ବୋଲେରୋ ଗାଡି ଯାଉଥିବା ବେଳେ ଇଲେକ୍ଟ୍ରି ଖୁଣ୍ଟ କୁ ଧକ୍ଳା ଦେଇ ମେଡିସିନ ଦୋକାନ ଭିତରେ ପଶି ଯାଇଥିଲା । ଦୁର୍ଘଟଣାରେ ଦୋକାନଟି ଭାଙ୍ଗି ଯାଇଛି । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଂଛି ୪ ଟି ଷଣ୍ଢକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ।
📱 Get Argus News App
✨Related Topics
Explore more stories