Accident News / ହୁତୁହୁତୁ ହୋଇ ଜଳିଗଲା ମାଲକାନଗିରି ଯାଉଥିବା ଘରୋଇ ବସ୍; ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ ଓ ଯାତ୍ରୀ
·3 months ago·2 min read

Key Points
ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାଉଥିବା ଅରେଞ୍ଜ ବସ୍ ଜଳି ଯାଇଛି । ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ରାତି ପ୍ରାୟ ୩ଟାରେ ଏହି ଅଘଟଣ ଘଟିଛି । ଉକ୍ତ ବସ୍ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ଯାତ୍ରା କରୁଥିଲେ ।
ମାଲକାନଗିରି: ରାତି ପ୍ରାୟ ୩ଟା । ଆନ୍ଧ୍ରପ୍ରଦେଶ ଦେଇ ମାଲକାନଗିରି ଆଡ଼କୁ ବଢ଼ୁଥାଏ ଅରେଞ୍ଜ ବସ୍ । ବସ୍ରେ ଥିବା ପ୍ରାୟ ଯାତ୍ରୀ ଶୋଇଥିଲେ । ଆଉ ସେହି ସମୟରେ ହଠାତ୍ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଗଲା । ଦେଖୁ ଦେଖୁ ବସ୍ଟି ନିଆଁ ଓ ଧୂଆଁରେ ଭରିଗଲା ।
ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାଉଥିବା ଅରେଞ୍ଜ ବସ୍ ଜଳି ଯାଇଛି । ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ରାତି ପ୍ରାୟ ୩ଟାରେ ଏହି ଅଘଟଣ ଘଟିଛି । ବସ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ ।
ଏଥିସହ ପଢ଼ନ୍ତୁ: ଇନ୍ଦୋର ଅଗ୍ନିକାଣ୍ଡରେ ନୂଆ ଟ୍ବିଷ୍ଟ.... ଇଭି ଚାର୍ଜିଂ ନୁହେଁ, ବିଦ୍ୟୁତ୍ ଖୁଣ୍ଟର ସ୍ପାର୍କିଂରୁ ଲାଗିଥିଲା ନିଆଁ
ସୂଚନା ଅନୁସାରେ, ଅରେଞ୍ଜ ବସ୍ଟି ଭୁବନେଶ୍ଵରରୁ ସନ୍ଧ୍ୟା ୭ଟାରେ ଛାଡ଼ିଥିଲା । ଆନ୍ଧ୍ରର ରାମଭଦ୍ରପୁରମ ଠାରେ ବସ୍ରେ ହଠାତ୍ ରାତି ୩ଟାରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ଓ କର୍ମଚାରୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଉକ୍ତ ବସ୍ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ଯାତ୍ରା କରୁଥିଲେ ।
କେମିତି ଅଛନ୍ତି ବିଧାୟକ ?
ବସ୍ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଥିଲେ । ସେ ମଧ୍ୟ ସୁରକ୍ଷିତ ଭାବେ ବସ୍ରୁ ଓହ୍ଲାଇଛନ୍ତି । ବସ୍ଟି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ।
ବିଧାୟକ ମଙ୍ଗୁ ଖିଲ କହିଛନ୍ତି, "ବସ୍ରେ ହଠାତ୍ ନିଆଁ ଲାଗିଥିଲା । ଡ୍ରାଇଭର ଚତୁରତାର ସହ ବସ୍ ଅଟକାଇ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାର କରିଥିଲେ । ଫଳରେ ସମସ୍ତେ ସୁରକ୍ଷିତ ଅଛନ୍ତି । ତେବେ, ଜଙ୍ଗଲ ରାସ୍ତାରେ ନିଆଁ ଲାଗିବାରୁ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ ନିଆଁକୁ ଆୟତ୍ତ କରିପାରି ନାହିଁ ।"
ଏଥିସହ ପଢ଼ନ୍ତୁ: ବସ୍ରେ ଯାତ୍ରା ବେଳେ ନିଆଁ ଲାଗିଲେ ସୁରକ୍ଷା ପାଇଁ ଏହି ୧୦ ଦିଗକୁ ଧ୍ୟାନ ଦିଅନ୍ତୁ...

ଯାତ୍ରୀଙ୍କ ସୁରକ୍ଷା ପାଇଁ ଉପାୟ
- ନିଆଁ ଲାଗିବା ସମୟରେ ଦ୍ରୁତଗତିରେ ନଇଁକରି ପ୍ରସ୍ଥାନ ଦିଗକୁ ଯାଆନ୍ତୁ ।
- ପ୍ରସ୍ଥାନ ବେଳେ ଧୂଆଁକୁ ଏଡ଼ାଇବା ପାଇଁ ମୁଣ୍ଡ ତଳକୁ କରନ୍ତୁ ।
- ନିଆଁ ଲାଗିବା ମାତ୍ରେ ତୁରନ୍ତ ଜରୁରୀକାଳୀନ ପ୍ରସ୍ଥାନ ଦ୍ଵାର ସନ୍ଧାନ କରନ୍ତୁ ।
- ଝରକା, କବାଟ ସହ ବସ୍ରେ ହାତୁଡ଼ିକୁ ଯଥାସମ୍ଭବ ଖୋଜନ୍ତୁ ।
- କବାଟ ବନ୍ଦ ରହିଥିବା ଝରକାକୁ ହାତୁଡ଼ି କିମ୍ବା ଅନ୍ୟ ସାମଗ୍ରୀ ଦ୍ଵାରା ଭାଙ୍ଗି ବାହାରକୁ ବାହାରନ୍ତୁ ।
- ନିଆଁ ଲାଗିବା ମାତ୍ରେ ଆପଣଙ୍କ ବ୍ୟାଗ, ଫୋନ୍ ଏବଂ ଅନ୍ୟ ଲଗେଜ୍ ନେବାକୁ ଅପେକ୍ଷା କରନ୍ତୁ ନାହିଁ ।
- କାରଣ ପ୍ରତିଟି ସେକେଣ୍ଡ ଗୁରୁତ୍ଵପୂର୍ଣ୍ଣ ।ନିଆଁ, ଧୂଆଁ ଭିତରେ ନାକ ଓ ପାଟିକୁ ବନ୍ଦ କରନ୍ତୁ ।
- ସାଲ୍, ସାର୍ଟ କିମ୍ବା ଅନ୍ୟ କପଡ଼ା ନାକ ଓ ମୁହଁରେ ଦେଇ ନିଶ୍ଵାସ ନିଅନ୍ତୁ ।
- ପ୍ରସ୍ଥାନ ଦ୍ଵାର ଚିହ୍ନ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରି ଆଗକୁ ବଢ଼ନ୍ତୁ ।
- ଯଦି ସମ୍ଭବ ନିଜକୁ ବିପଦରେ ନ ପକାଇ ଅନ୍ୟମାନେ ବିଶେଷ କରି ଛୁଆ, ବୟସ୍କ, ଆଘାତ ଯାତ୍ରୀଙ୍କୁ ସହାୟତା କରନ୍ତୁ ।
- ଶାନ୍ତ ରୁହନ୍ତୁ ଓ ଛାନିଆ ହୁଅନ୍ତୁ ନାହିଁ । ନିଆଁ ଲାଗିବା ପରେ ଭୟଭୀତ ହୋଇ ଦୌଡ଼ିବା ବଞ୍ଚିବାର ସୁଯୋଗ କମାଇ ପାରେ ।
- ନିଆଁ ଲାଗିବା ପରେ ଭିଡ଼ ବଦଳରେ କମ ଲୋକ ଥିବା ପ୍ରସ୍ଥାନକୁ ଯାଆନ୍ତୁ ।
- ଜରୁରୀକାଳୀନ ବ୍ୟବସ୍ଥା, ଫୋନ୍ କିମ୍ବା ହ୍ଵିସିଲର ବ୍ୟବହାର କରି ଉଦ୍ଧାରକାରୀ ଦଳକୁ ସୂଚିତ କରନ୍ତୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories