Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବସ୍‌ରେ ଯାତ୍ରା ବେଳେ ନିଆଁ ଲାଗିଲେ ସୁରକ୍ଷା ପାଇଁ ଏହି ୧୦ ଦିଗକୁ ଧ୍ୟାନ ଦିଅନ୍ତୁ...

National

Bus Fire / ବସ୍‌ରେ ଯାତ୍ରା ବେଳେ ନିଆଁ ଲାଗିଲେ ସୁରକ୍ଷା ପାଇଁ ଏହି ୧୦ ଦିଗକୁ ଧ୍ୟାନ ଦିଅନ୍ତୁ...

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବସ୍‌ରେ ଯାତ୍ରା ବେଳେ ନିଆଁ ଲାଗିଲେ ସୁରକ୍ଷା ପାଇଁ ଏହି ୧୦ ଦିଗକୁ ଧ୍ୟାନ ଦିଅନ୍ତୁ...

Key Points

ଆସନ୍ତୁ ୧୦ଟି ଦିଗ ଉପରେ ଧ୍ୟାନ ଦେବା ଆଉ ବସ୍ ଯାତ୍ରା ବେଳେ ନିଆଁ ଲାଗିଲେ ନିଜ ଜୀବନ ସୁରକ୍ଷିତ ରଖିବା...
ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଦୁଇଟି ବସ୍ ଦୁର୍ଘଟଣା, ଚାଲିଗଲା ୪୦ରୁ ଅଧିକ ଜୀବନ । ଭିନ୍ନ ଭିନ୍ନ ବସ୍‌ରେ ନିଆଁ ଲାଗି ମାତ୍ର ଗୋଟିଏ ସପ୍ତାହରେ ୪୦ ଜଣଙ୍କ ମୃତ୍ୟୁ ଚିନ୍ତାର ବିଷୟ ପାଲଟିଛି । ଘରୋଇ ବସ୍‌ରେ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

ଏଥିସହ ପଢ଼ନ୍ତୁ: ଦୁର୍ଘଟଣା ପରେ ଜଳିଗଲା ବସ୍, ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ

କୁର୍ଣ୍ଣୁଲରେ ବସ୍‌ରେ ନିଆଁ ଲାଗି ୨୦ ଯାତ୍ରୀଙ୍କ ମୃତ୍ୟୁ ପରେ ଘରୋଇ କାବେରୀ ଟ୍ରାଭେଲ୍ ବସ୍‌ର ସୁରକ୍ଷା କଥା ଉଠିଛି । ସେପଟେ ରାଜସ୍ଥାନରେ ମଧ୍ୟ ବସ୍ ନିଆଁ ନେଇଛି ପ୍ରାୟ ୨୦ ଯାତ୍ରୀଙ୍କ ଜୀବନ । ଆସନ୍ତୁ ୧୦ଟି ଦିଗ ଉପରେ ଧ୍ୟାନ ଦେବା ଆଉ ବସ୍ ଯାତ୍ରା ବେଳେ ନିଆଁ ଲାଗିଲେ ନିଜ ଜୀବନ ସୁରକ୍ଷିତ ରଖିବା...

ଯାତ୍ରୀଙ୍କ ସୁରକ୍ଷା ପାଇଁ ଉପାୟ

  • ନିଆଁ ଲାଗିବା ସମୟରେ ଦ୍ରୁତଗତିରେ ନଇଁକରି ପ୍ରସ୍ଥାନ ଦିଗକୁ ଯାଆନ୍ତୁ । ପ୍ରସ୍ଥାନ ବେଳେ ଧୂଆଁକୁ ଏଡ଼ାଇବା ପାଇଁ ମୁଣ୍ଡ ତଳକୁ କରନ୍ତୁ ।
  • ନିଆଁ ଲାଗିବା ମାତ୍ରେ ତୁରନ୍ତ ଜରୁରୀକାଳୀନ ପ୍ରସ୍ଥାନ ଦ୍ଵାର ସନ୍ଧାନ କରନ୍ତୁ । ଝରକା, କବାଟ ସହ ବସ୍‌ରେ ହାତୁଡ଼ିକୁ ଯଥାସମ୍ଭବ ଖୋଜନ୍ତୁ ।
  • କବାଟ ବନ୍ଦ ରହିଥିବା ଝରକାକୁ ହାତୁଡ଼ି କିମ୍ବା ଅନ୍ୟ ସାମଗ୍ରୀ ଦ୍ଵାରା ଭାଙ୍ଗି ବାହାରକୁ ବାହାରନ୍ତୁ ।
  • ନିଆଁ ଲାଗିବା ମାତ୍ରେ ଆପଣଙ୍କ ବ୍ୟାଗ, ଫୋନ୍ ଏବଂ ଅନ୍ୟ ଲଗେଜ୍ ନେବାକୁ ଅପେକ୍ଷା କରନ୍ତୁ ନାହିଁ । କାରଣ ପ୍ରତିଟି ସେକେଣ୍ଡ ଗୁରୁତ୍ଵପୂର୍ଣ୍ଣ ।
  • ନିଆଁ, ଧୂଆଁ ଭିତରେ ନାକ ଓ ପାଟିକୁ ବନ୍ଦ କରନ୍ତୁ । ସାଲ୍, ସାର୍ଟ କିମ୍ବା ଅନ୍ୟ କପଡ଼ା ନାକ ଓ ମୁହଁରେ ଦେଇ ନିଶ୍ଵାସ ନିଅନ୍ତୁ ।
  • ପ୍ରସ୍ଥାନ ଦ୍ଵାର ଚିହ୍ନ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରି ଆଗକୁ ବଢ଼ନ୍ତୁ ।
  • ଯଦି ସମ୍ଭବ ନିଜକୁ ବିପଦରେ ନ ପକାଇ ଅନ୍ୟମାନେ ବିଶେଷ କରି ଛୁଆ, ବୟସ୍କ, ଆଘାତ ଯାତ୍ରୀଙ୍କୁ ସହାୟତା କରନ୍ତୁ ।
  • ଶାନ୍ତ ରୁହନ୍ତୁ ଓ ଛାନିଆ ହୁଅନ୍ତୁ ନାହିଁ । ନିଆଁ ଲାଗିବା ପରେ ଭୟଭୀତ ହୋଇ ଦୌଡ଼ିବା ବଞ୍ଚିବାର ସୁଯୋଗ କମାଇ ପାରେ ।
  • ନିଆଁ ଲାଗିବା ପରେ ଭିଡ଼ ବଦଳରେ କମ ଲୋକ ଥିବା ପ୍ରସ୍ଥାନକୁ ଯାଆନ୍ତୁ ।
  • ଜରୁରୀକାଳୀନ ବ୍ୟବସ୍ଥା, ଫୋନ୍ କିମ୍ବା ହ୍ଵିସିଲର ବ୍ୟବହାର କରି ଉଦ୍ଧାରକାରୀ ଦଳକୁ ସୂଚିତ କରନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Over 40 Dead in Two Bus Fire Accidents: Safety Concerns Rise | Argus News | Argus News