Bull Attack Turns Fatal / ବାଇକ୍ରେ ଯାଉଥିଲେ ମାଆ-ପୁଅ; ଷଣ୍ଢ ଆକ୍ରମଣରେ ଚାଲିଗଲା ଜୀବନ
·1 hour ago·2 min read

Key Points
କିଛି କ୍ଷଣରେ ସବୁକିଛି ଓଲଟ ପାଲଟ ହୋଇଗଲା । ରାସ୍ତାରେ ଏକ ଷଣ୍ଢ ମାଆ-ପୁଅଙ୍କୁ ଆକ୍ରମଣ କଲା । ଉଭୟ ଗୁରୁତର ଆହତ ହୋଇଥିବା ବେଳେ ଦୁହିଁଙ୍କୁ ସ୍ଥାନୀୟ ଲୋକେ ମେଡିକାଲ୍ ନେଇ ଯାଇଥିଲେ । ଯେଉଁଠି ଉଭୟଙ୍କୁ ମୃତ ଘୋଷଣ କରିଛନ୍ତି ଡାକ୍ତର ।
ନୂଆଦିଲ୍ଲୀ: ମାଆ-ପୁଅ, ଦୁହେଁ ଦୁହିଁଙ୍କ ସାହାରା ଥିଲେ । କୌଣସି କାମରେ ଘରୁ ଉଭୟ ବାଇକ୍ରେ ବାହାରିଥିଲେ । ଆଉ କିଛି କ୍ଷଣରେ ସବୁକିଛି ଓଲଟ ପାଲଟ ହୋଇଗଲା । ରାସ୍ତାରେ ଏକ ଷଣ୍ଢ ମାଆ-ପୁଅଙ୍କୁ ଆକ୍ରମଣ କଲା । ଉଭୟ ଗୁରୁତର ଆହତ ହୋଇଥିବା ବେଳେ ଦୁହିଁଙ୍କୁ ସ୍ଥାନୀୟ ଲୋକେ ମେଡିକାଲ୍ ନେଇ ଯାଇଥିଲେ ।
ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ଡାକ୍ତର ଅନ୍ୟତ୍ର ଟ୍ରମା କେୟାର୍କୁ ସ୍ଥାନାନ୍ତର କରିଥିଲେ । ଯେଉଁଠି ଉଭୟଙ୍କୁ ମୃତ ଘୋଷଣ କରିଛନ୍ତି ଡାକ୍ତର । ସ୍ଵାମୀଙ୍କ ମୃତ୍ୟୁର ୧୦ ବର୍ଷ ପରେ ପୁଅ ସହ ଆଖି ବୁଜିଛି ମାଆ । ଷଣ୍ଢ ଆକ୍ରମଣରେ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇ ଯାଇଛି ।
ଘରେ ହସଖୁସିରେ ଫାଟି ପଡ଼ୁଥିବା ଘରେ ଆଜି କେହି ନାହାନ୍ତି । ଦଶ ବର୍ଷ ଭିତରେ ପରିବାର ନିଶ୍ଚିହ୍ନ ହୋଇ ଯାଇଛି । ଏହି ଦୁଃଖଦ ଘଟଣା ହେଉଛି ଉତ୍ତରପ୍ରଦେଶ ଭଦୋହୀ ଗୋପିଗଞ୍ଜ ଥାନା ପର୍ବତପୁର ଗାଁର । ପ୍ରିୟାଂଶୁ ସିଂହ ଓ ତାଙ୍କ ବିନୀତା ସିଂହ କୌଣସି କାମରେ ବାଇକ୍ରେ ଯାଉଥିଲେ ।
ଏଥିସହ ପଢ଼ନ୍ତୁ: ଅଶୁଭ ଶନିବାର… ପାହାଡ଼ରୁ ତଳକୁ ଖସିଲା ବସ୍; ୭ ମୃତ, ୧୧ ଆହତ
ଆଉ ରାସ୍ତାରେ ଯିବା ବାରେ ଏକ ଷଣ୍ଢ ଚାଲି ଆସିଥିଲା । ହଠାତ୍ ଷଣ୍ଢଟି ମାଆ-ପୁଅଙ୍କୁ ଆକ୍ରମଣ କରିଥିଲା । ଦୁହେଁ କ୍ଷତ ବିକ୍ଷତ ହୋଇ ଲହୁଲୁହାଣ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ଷଣ୍ଢକୁ ଘଉଡ଼ାଇବା ସହ ମାଆପୁଅଙ୍କୁ ମେଡିକାଲ୍ ନେଇଥିଲେ । ପରେ ଟ୍ରମା କେୟାର୍ରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି ।
ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି । ଗାଁ ଲୋକଙ୍କ ପାଇଁ ଏହା କେବଳ ଏକ ଅଘଟଣ ନୁହେଁ, ବରଂ ଏକ ପରିବାରର ଅନ୍ତ । ଯାହାକୁ ଗ୍ରାମବାସୀ ସେମାନଙ୍କ ଆଖି ଆଗରେ ନିଶ୍ଚିହ୍ନ ହୋଇ ଯାଇଥିବା ଦେଖିଛନ୍ତି ।
ତେବେ, ରାସ୍ତାରେ ଯାଉଥିବା ବେଳେ ଷଣ୍ଢ କିମ୍ବା କୁକୁର ଆକ୍ରମଣ କରିବା ନୂଆ କଥା ନୁହେଁ । ଅନେକ ସମୟରେ କୁକୁର କିମ୍ବା ଷଣ୍ଢ ମଝି ରାସ୍ତାକୁ ପଳାଇ ଆସନ୍ତି । ଆଉ ଭଦୋହୀରେ ସେଭଳି ଦୁଃଖଦ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ପ୍ରଶ୍ନ ଉଠାଇଛି ରାସ୍ତାରେ ବୁଲୁଥିବା ଷଣ୍ଢ ପାଇଁ ଦାୟୀ କିଏ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories