Bus Accident / ଅଶୁଭ ଶନିବାର… ପାହାଡ଼ରୁ ତଳକୁ ଖସିଲା ବସ୍; ୭ ମୃତ, ୧୧ ଆହତ
·50 mins ago·2 min read

Key Points
ପାହାଡ଼ରୁ ଯାତ୍ରୀବାହୀ ଖସିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ୧୧ରୁ ଅଧିକ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: ସକାଳୁ ସକାଳୁ ବଡ଼ ଦୁର୍ଘଟଣା । ପାହାଡ଼ରୁ ଯାତ୍ରୀବାହୀ ଖସିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ୧୧ରୁ ଅଧିକ ଆହତ ହୋଇଛନ୍ତି । ଶନିବାର ସକାଳୁ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ଦୁର୍ଘଟଣା କେତେ ଯେ ଭୟଙ୍କର ଥିଲା ତାହା ଏହି ଚିତ୍ର ଦେଖିଲେ ଜଣାପଡ଼ୁଛି । ବସ୍ଟି ହଠାତ୍ ପାହାଡ଼ରୁ ତଳକୁ ଖସି ପଡ଼ିବା ପରେ ବସ୍ର ସମସ୍ତ ଚକ ଉପରକୁ ରହିଛି । ଯେତେବେଳେ ବସ୍ର ଉପରି ଭାଗ ଛାତ ରାସ୍ତାକୁ ଲାଗି ରହିଛି । ଅର୍ଥାତ୍ ବସ୍ଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଛି ।
ଏଥିସହ ପଢ଼ନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣାରେ ପୂର୍ବତନ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦଙ୍କ ପୁଅ ମୃତ
ବସ୍ ଦୁର୍ଘଟଣା ପରେ ଯାତ୍ରୀମାନେ ସେଥିରେ ଫସି ରହିଥିଲେ । ବହୁ ପ୍ରୟାସ ପରେ ବସ୍ରୁ ଆହତ ଯାତ୍ରୀଙ୍କ ସହ ମୃତଦେହ ଉଦ୍ଧାର କରାଯାଇଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନ ଅନୁସାରେ, ତୀସା-ବୈରାଗଡ଼ ରାସ୍ତାର ଚାଲୁଜ ମୋଡ଼଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବସ୍ଟି ଶର୍ମା ଟ୍ରାଭେଲ୍ସର ବୋଲି ଜଣାପଡ଼ିଛି । ବସ୍ରେ ପ୍ରାୟ ୧୫ରୁ ୨୦ ଜଣ ଯାତ୍ରୀଥିବା ବେଳେ ଏବେ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି ।
ବସ୍ଟି ବୈରାଗଡ଼ରୁ ଚମ୍ବା ଆଡ଼କୁ ଯାଉଥିଲା । ଚାଲୁଜ ବୁଲାଣିରେ ବସ୍ଟି ଭାରସାମ୍ୟ ହରାଇ ପାହାଡ଼ରୁ ତଳକୁ ଖସି ପଡ଼ଥିଲା । ଏହି ଦୁର୍ଘଟଣାରେ ବସ୍ ଚାଳକଙ୍କ ସହ ହେଲପରର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ, କିଭଳି ହେଲା ଜଣାପଡ଼ିନାହିଁ ।
ଦୁର୍ଘଟଣା ଖବର ପରେ ସ୍ଥାନୀୟ ଲୋକ ଓ ପୋଲିସ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିନାହିଁ । ପ୍ରଶାସନ ମୃତକଙ୍କ ପରିଚୟ ଚିହ୍ନଟ କରୁଛି । ପୋଲିସ ଦୁର୍ଘଟଣାର କାରଣ ଖୋଜୁଛି ।
ଏଥିସହ ପଢ଼ନ୍ତୁ: ସାବଧାନ...ରାଜପଥରେ ଜଗିଛି ଯମ, ୬ ମାସରେ ଗଲାଣି ୧୩୦ ଜୀବନ
ବର୍ଷା ବିପଦ ଭିତରେ ଦୁର୍ଘଟଣା
ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷା ଲାଗି ରହିଛି । ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ଆଲର୍ଟ ମଧ୍ୟ ଜାରି ରହିଛି । ପାଣିପାଗ ଖରାପ ରହିଥିବାରୁ ଲୋକଙ୍କୁ ଅନାବଶ୍ୟକ ଯାତ୍ରା ନ କରିବାକୁ ପ୍ରଶାନ ପରାମର୍ଶ ଦେଇଛି । ଏଥିସହ ଭୂ-ସ୍ଖଳନ କ୍ଷେତ୍ର ଠାରୁ ଦୂରେଇ ରହିବାକୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories