Road Accident / ଗୋଟିଏ ଦିନରେ ଏକାଧିକ ଦୁର୍ଘଟଣା: ଗଲା ଅନେକ ଜୀବନ

Key Points
ସିରିଜ୍ ଦୁର୍ଘଟଣାରେ ତାଣ୍ଡବ ବଢ଼ିଲା ମୃତ୍ୟୁ ସଂଖ୍ୟା ।
ଭୁବନେଶ୍ୱରରୁ ସୁନ୍ଦରଗଡ଼ ଦୁର୍ଘଟଣା ନେଲା ଜୀବନ ।
ଗୋଟିଏ ଦିନରେ ଏକାଧିକ ଦୁର୍ଘଟଣା ରାଜ୍ୟରେ ଶୋକର ଛାୟା .
ରାଜଧାନୀରେ ସିରିଜ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉଜଣେ ଗୁରୁତର ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନ୍ୟୁ ଗମେଣ୍ଟ କଲୋନୀର ଲକ୍ଷ୍ମୀଧର ଟପୋ । ଗତକାଲି ରାତିରେ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ।
ଭୁବନେଶ୍ବରର ସୈନିକ ସ୍କୁଲ ନିକଟରେ ସିରିଜ ଦୁର୍ଘଟଣା ହୋଇଥିଲା । ଗୋଟିଏ ଅଟୋ ସହ ଏକାଧିକ ବାଇକକୁ ଧକ୍କା ଦେଲା କାର । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ସନ୍ତୋଷ ବେହେରା ଓ ଜେରମ ଏକା । ସୋମବାର ରାତିରେ ସୈନିକ ସ୍କୁଲ ନିକଟରେ ରାସ୍ତାକଡ଼ରେ ଚାହା ପିଉଥିବା ବେଳେ କାର୍ ଦ୍ରୁତଗତିରେ ମାଡିଯାଇଥିଲା ।
ଏହି ଦୁର୍ଘଟଣାରେ ଏକ ଅଟୋ ଓ ୫ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଫେରାର ଥିବା ଗାଡ଼ି ଚାଳକ ଅନିଲ କୁମାର ଗୌଡ଼ ମୈତ୍ରୀ ବିହାର ଥାନାରେ ଆତ୍ମ ସମର୍ପଣ କରିଛି । ହଠାତ୍ ଅତ୍ୟଧିକ କାଶ ହେବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିବା ଡ୍ରାଇଭର ପୋଲିସକୁ କହିଥିବା ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ଏଥିସହ ପଢ଼ନ୍ତୁ: ରଜରେ ରାଜଧାନୀରେ ସିରିଜ୍ ଦୁର୍ଘଟଣା; ଚା' ପିଉଥିବା ବେଳେ ଚାଲିଗଲା ୨ ଜଣଙ୍କ ଜୀବନ
ସେପଟେ ଜୀବନ୍ତ ଜଳି ଗଲେ ଦୁଇ ଚାଳକ । ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା କଇଁତରା ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ଦୁଇ ଟ୍ରେଲର ମୁହାଁ ମୁହିଁ ଧକ୍କା ହେବା ଫଳରେ ହଠାତ୍ ଦୁଇ ଟ୍ରେଲରରେ ନିଆଁ ଲାଗିଯାଇଥିଲା । ଏଥିରେ ଜୀବନ୍ତ ଜଳି ଯାଇଛନ୍ତି ଦୁଇ ଚାଳକ । ଝାରସୁଗୁଡ଼ାରୁ ସୁନ୍ଦରଗଡ ଆଡ଼କୁ ଆସୁଥିବା ଟ୍ରେଲରଟି ଭାରସାମ୍ୟ ହରାଇ ଡିଭାଇଡର ପାର ହୋଇ ସୁନ୍ଦରଗଡରୁ ଝାରସୁଗୁଡ଼ା ଯାଉଥିବା ଟ୍ରେଲରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଟ୍ରେଲରର ଡିଜେଲ ଟାଙ୍କି ଫାଟି ସେଥିରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଦୁଇ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଦୁଇ ଚାଳକ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲେ । ଡ୍ରାଇଭର ଦୁଇ ଜଣଙ୍କ ପରିଚୟ ମିଳିନାହିଁ ।
ଭାଇର ଜନ୍ମଦିନ ସେଲିବ୍ରେଶନରୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ବରଗଡ ଜିଲ୍ଲା ଅତାବିରା ଥାନା ସରଣ୍ଡା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ମୃତକ ହେଲେ ସମ୍ବଲପୁର ଜିଲ୍ଲାର ଗୋପବନ୍ଧୁ ପରିଡ଼ା ଓ ସୌମ୍ୟରଂଜନ ଖମାରୀ l ସେମାନେ ରେଙ୍ଗାଲିକ୍ୟାମ୍ପ ପାଖରୁ ଫେରୁଥିବା ବେଳେ ସମ୍ବଲପୁର ସରଣ୍ଡା ଛକ ପାଖରେ ତାଙ୍କ ବାଇକ୍ ପିଟି ହୋଇଯାଇଥିଲା ।
ମୟୂରଭଂଜ ବେତନଟୀରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବାରିପଦା ପିଆରଏମ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା ବେଳେ ବେତନଟୀ ଡାକ୍ତରଖାନାରେ ୪ ଆହତ ଚିକିତ୍ସିତ ହେଉଛନ୍ତି । କାଶୀବିଶ୍ଵନାଥ ଦର୍ଶନ ସାରି ଆନ୍ଧ୍ରପ୍ରଦେଶ ଫେରୁଥିବା ସମୟରେ ବେତନଟୀ ଥାନା ଅନ୍ତର୍ଗତ ପୁରୁଣାପାଣି ଛକ ନିକଟରେ ରାସ୍ତା କଡକୁ ପଶିଗଲା ବସ । ପାଖାପାଖି ଭୋର ୫ଟା ସମୟରେ ଟାୟାର ଫାଟିବା ଯୋଗୁଁ ଦୁର୍ଘଟଣା ହୋଇଛି ।
📱 Get Argus News App
✨Related Topics
Explore more stories
