Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଜରେ ରାଜଧାନୀରେ ସିରିଜ୍ ଦୁର୍ଘଟଣା; ଚା' ପିଉଥିବା ବେଳେ ଚାଲିଗଲା ୨ ଜଣଙ୍କ ଜୀବନ

Odisha

Road Accident / ରଜରେ ରାଜଧାନୀରେ ସିରିଜ୍ ଦୁର୍ଘଟଣା; ଚା' ପିଉଥିବା ବେଳେ ଚାଲିଗଲା ୨ ଜଣଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ରଜରେ ରାଜଧାନୀରେ ସିରିଜ୍ ଦୁର୍ଘଟଣା; ଚା' ପିଉଥିବା ବେଳେ ଚାଲିଗଲା ୨ ଜଣଙ୍କ ଜୀବନ
Speeding Car Runs Over Multiple People

Key Points

ସିରିଜ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ସୋମବାର ରଜର ଦ୍ଵିତୀୟ ଦିନରେ ସିରିଜ୍ ଦୁର୍ଘଟଣାରେ ରାଜଧାନୀରେ ୨ ଜଣ ଆଖି ବୁଜିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
ଭୁବନେଶ୍ଵର: ରଜ ସଂକ୍ରାନ୍ତିରେ ଭୟଙ୍କର ଦୁର୍ଘଟଣା । ସିରିଜ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ସୋମବାର ରଜର ଦ୍ଵିତୀୟ ଦିନରେ ସିରିଜ୍ ଦୁର୍ଘଟଣାରେ ରାଜଧାନୀରେ ୨ ଜଣ ଆଖି ବୁଜିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୋମବାର ସନ୍ଧ୍ୟାରେ ଏହି ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି ମୈତ୍ରୀ ବିହାର ଥାନା ଅନ୍ତର୍ଗତ ପ୍ରେସ୍ ଛକ ନ୍ୟୁ ଗଭରମେଣ୍ଟ କଲୋନୀ ସମ୍ମୁଖରେ । ସୂଚନା ଅନୁସାରେ, ଏକ ଧଳା ରଙ୍ଗର ବ୍ୟାଟେରି ଚାଳିତ କାର ଦ୍ରୁତ୍ ବେଗରେ ଆସି ଏହି ସିରିଜ୍ ଦୁର୍ଘଟଣା ଘଟାଇଛି ।

ଏଥିସହ ପଢ଼ନ୍ତୁ: ରଜ ସଂକ୍ରାନ୍ତିରେ ଅଘଟଣ; ପୁରୀ ବେଳାଭୂମିରେ ବୁଡ଼ିଗଲେ ୪ ପର୍ଯ୍ୟଟକ 

କାର୍‌ଟି ଅଟୋ ସହ ଏକାଧିକ ବାଇକ୍‌କୁ ପିଟିଛି । ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ଆହତମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଛି । ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଚା' ପିଉଥିଲେ, ଜୀବନ ଚାଲିଗଲା

ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ, ସନ୍ଧ୍ୟାରେ ଲୋକମାନେ ରାସ୍ତାକଡ଼ ଚା' ଦୋକାନରେ ଚା' ପିଉଥିଲେ । ସେହି ସମୟରେ ଧଳା ରଙ୍ଗର ଗାଡ଼଼ିଟି ବେପରୁଆ ଭାବେ ଆସି ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଯାହାକୁ ପାଇଲା ଧକ୍କା ଦେଇଥିଲା ।


ଦୁର୍ଘଟଣାରେ ଇଲେକ୍ଟ୍ରିସିଆନ୍ ସନ୍ତୋଷ ବେହେରା ଙ୍କ ସହ ଜେରମ ଏକ୍କାଙ୍କ ମୃତ୍ୟୁ ହୋଇଛି । ଜେରମ ଏକ୍କା ହେଉଛନ୍ତି ଲିଲି କୁମାରୀ କୁଲୁ ନାମକ ଜଣେ ପ୍ରଶାସନିକ ଅଧିକାରୀଙ୍କ ସ୍ବାମୀ । ଗୁରୁତର ୬ ଜଣଙ୍କ ଚିକିତ୍ସା ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ଭୟଙ୍କର ଅଗ୍ନିକାଣ୍ଡ…ବାରରେ ଜୀବନ୍ତ ଜଳିଗଲେ ୨ଜଣ, ୭ ଗୁରୁତର ଆହତ 

ସିରିଜ୍ ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଦୁର୍ଘଟଣା ପରେ ଉତ୍ତେଜନା ଲାଗି ରହିଥିଲା । ମୈତ୍ରୀ ବିହାର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored