Highway Accident / ହଠାତ୍ ଭୟଙ୍କର ଶବ୍ଦ; ପଛକୁ ପଛ ପିଟିହେଲା ଅନେକ ଗାଡ଼ି, ୬ ମୃତ
·2 hours ago·2 min read

Key Points
ଦେଖୁ ଦେଖୁ ଆଖି ଆଗରେ ଛାରଖାର ଏକାଧିକ ଯାନ
ହାଇୱେରେ ପଛକୁ ପଛ ପିଟିହେଲା ଅନେକ ଗାଡ଼ି
ଅକାଳରେ ଚାଲିଗଲା ୬ଜଣଙ୍କ ଜୀବନ, ଅନେକ ଆହତ
ହାଇୱେରେ ପଛକୁ ପଛ ପିଟିହେଲା ଅନେକ ଗାଡ଼ି
ଅକାଳରେ ଚାଲିଗଲା ୬ଜଣଙ୍କ ଜୀବନ, ଅନେକ ଆହତ
ଆଜି ମହାରାଷ୍ଟ୍ରର ଧୁଲେ ନିକଟ ମୁମ୍ବାଇ-ଆଗ୍ରା ହାଇୱେରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ହଠାତ୍ ପଛକୁ ପଛ ପିଟି ହେଲା ଏକାଧିକ ଯାନ । ଦୁର୍ଘଟଣାରେ ଏଯାବତ ୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଲଲିଙ୍ଗ ଘାଟ ନିକଟରେ ଏକ ଡମ୍ପର ଟ୍ରକ୍ ପ୍ରଥମେ ମାଲବାହୀ ଟ୍ରକକୁ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଥିଲା । ଜାତୀୟ ରାଜପଥରେ ଯାଉଥିବା ଏକାଧିକ ଗାଡ଼ି ହଠାତ୍ ଭାରସାମ୍ୟ ହରାଇ ପଛକୁ ପଛ ଧକ୍କା ହୋଇଥିଲେ । ଏହାସହିତ ଏକ ଯାତ୍ରୀବାହୀ ବସ୍ ମଧ୍ୟ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛି ।
ପୋଲିସ ଓ ଉଦ୍ଧାରକାରୀ ଟିମ ମଧ୍ୟ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ଯୋଗୁଁ ହାଇୱେରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାରେ ଭାଙ୍ଗିଯାଇଥିବା ଗାଡ଼ିଗୁଡ଼ିକ ରାସ୍ତା ଉପରୁ ହଟାଯାଉଛି । ପୋଲିସ ଦୁର୍ଘଟଣାର କାରଣ ଖୋଜୁଥିବା କହିଛି । ପ୍ରାଥମିକତା ଭାବେ ରାସ୍ତାରେ ଭିଡ଼ ହଟାଇବାକୁ ଗୁରୁତ୍ଵ ଦିଆଯାଇଛି ।
- ୬ ମୃତ, ୨୬ ଆହତ
Dhule, Maharashtra: A triple accident at Laling Ghat on the Mumbai-Agra Highway near Dhule killed six people, including a toll worker, and injured 26 others after a bus lost control and hit already crashed vehicles during rescue operations pic.twitter.com/9tNIdBR8c1
— IANS (@ians_india) May 25, 2026
ପୋଲିସ ଓ ଉଦ୍ଧାରକାରୀ ଟିମ ମଧ୍ୟ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ଯୋଗୁଁ ହାଇୱେରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାରେ ଭାଙ୍ଗିଯାଇଥିବା ଗାଡ଼ିଗୁଡ଼ିକ ରାସ୍ତା ଉପରୁ ହଟାଯାଉଛି । ପୋଲିସ ଦୁର୍ଘଟଣାର କାରଣ ଖୋଜୁଥିବା କହିଛି । ପ୍ରାଥମିକତା ଭାବେ ରାସ୍ତାରେ ଭିଡ଼ ହଟାଇବାକୁ ଗୁରୁତ୍ଵ ଦିଆଯାଇଛି ।
- ପୃଥକ ଦୁର୍ଘଟଣାରେ ୮ ମୃତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories