Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Road Accident / ମହିଳା ମହାବିଦ୍ୟାଳୟ ଆଗରେ ସାଇକେଲ୍ ଆରୋହୀ ଛାତ୍ରୀଙ୍କୁ ପିଟିଲା କାର୍; ଉତ୍ତେଜନା, ରାସ୍ତାରୋକ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ମହିଳା ମହାବିଦ୍ୟାଳୟ ଆଗରେ ସାଇକେଲ୍ ଆରୋହୀ ଛାତ୍ରୀଙ୍କୁ ପିଟିଲା କାର୍; ଉତ୍ତେଜନା, ରାସ୍ତାରୋକ

Key Points

ଦୁର୍ଘଟଣା ପରେ ରାସ୍ତାକଡ଼ରେ ଛାତ୍ରୀ ଦ୍ଵୟଙ୍କ ସାଇକେଲ୍ ପଡ଼ିଥିବା ବେଳେ ଭାଙ୍ଗିରୁଜି ଯାଇଛି । ଦୁଇ ଛାତ୍ରୀଙ୍କୁ ବିଲ ଭିତରୁ ରକ୍ତ ଜୁଡୁବୁ଼ଡୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ଓ କଲେଜ ଛାତ୍ରୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦୁଇ ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି ।
ଆନନ୍ଦପୁର (କେନ୍ଦୁଝର): କାର୍ ଧକ୍କାରେ ୨ ଜଣ କଲେଜ ଛାତ୍ରୀ ମୃତ । ସାଇକେଲ୍‌ରେ କଲେଜରୁ ଫେରିବା ବେଳେ ଧକ୍କା ଦେଲା କାର୍ । କଲେଜ ଆଗରେ ଚାଲିଗଲା ଦୁଇ ଜଣ ଛାତ୍ରୀଙ୍କ ଜୀବନ । ଦୁର୍ଘଟଣା ପରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରାଯାଇଛି ।

ଘସିପୁରା ଥାନା ଶାଳପଡ଼ା ସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟରୁ ୨ ଜଣ ଛାତ୍ରୀ ପାଠପଢ଼ା ସାରି ଘରକୁ ଫେରୁଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ କାର ଛାତ୍ରୀ ଦୁଇଙ୍କ ସାଇକେଲ୍‌କୁ ଧକ୍କା ଦେଇ ପଳାଇ ଥିଲା ।

ଦୁର୍ଘଟଣା ପରେ ରାସ୍ତାକଡ଼ରେ ଛାତ୍ରୀ ଦ୍ଵୟଙ୍କ ସାଇକେଲ୍ ପଡ଼ିଥିବା ବେଳେ ଭାଙ୍ଗିରୁଜି ଯାଇଛି । ଦୁଇ ଛାତ୍ରୀଙ୍କୁ ବିଲ ଭିତରୁ ରକ୍ତ ଜୁଡୁବୁ଼ଡୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ଓ କଲେଜ ଛାତ୍ରୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

ଏଥିସହ ପଢ଼ନ୍ତୁ: ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା; ୭ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦୁଇ ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ରାସ୍ତାକଡ଼ରେ ଛାତ୍ରୀ ଦ୍ଵୟଙ୍କ ସାଇକେଲ୍ ପଡ଼ିଥିବା ବେଳେ ଭାଙ୍ଗିରୁଜି ଯାଇଛି । ଦୁଇ ଛାତ୍ରୀଙ୍କୁ ବିଲ ଭିତରୁ ରକ୍ତ ଜୁଡୁବୁ଼ଡୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ଓ କଲେଜ ଛାତ୍ରୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

ଏଥିସହ ପଢ଼ନ୍ତୁ: ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା; ୭ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦୁଇ ଛାତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ବେଲବାହାଳି ଗାଁର ଦୀପାଞ୍ଜଳି ସାହୁ ହୋଇଥିବା ବେଳେ ଅନ୍ୟ ଜଣେ ସିଆପଡ଼ା ଗାଁର ଅନ୍ନପୂର୍ଣ୍ଣା ପାତ୍ର । ଛାତ୍ରୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଲୋକେ ଜାତୀୟ ରାଜପଥ ୨୦କୁ ଅବରୋଧ କରିଛନ୍ତି ।

ଦୁର୍ଘଟଣା ପରେ ବେଲବାହାଳି ନିକଟରେ ରାସ୍ତା ଅବରୋଧ କରାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ବାପା କ୍ୟାନସରରେ ପୀଡ଼ିତ ବୋଲି କୁହାଯାଉଛି । ଟୋଲଗେଟ୍ ନିକଟରେ ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ଧରିଥିବା ସୂଚନା ମିଳିଛି ।

ତେବେ ଦୁର୍ଘଟଣା ଘଟାଇଥିବା କାରଟି କେଉଁଠୁ କେଉଁଠିକୁ ଯାଉଥିଲା । କାର ଚାଳକ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିଲେ କି ? ପୋଲିସ ତଦନ୍ତ ପରେ ହିଁ ଏସବୁ ସ୍ପଷ୍ଟ ହୋଇ ପାରିବ । କିନ୍ତୁ ପାଠ ପଢ଼ିବାକୁ ଆସି ସାଇକେଲ୍‌ରେ ଘରକୁ ଫେରୁଥିବା ୨ ଝିଅଙ୍କ ଅମୂଲ୍ୟ ଜୀବନ କିଏ ତାଙ୍କ ପରିବାରକୁ ଫେରାଇ ଦେବ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।

ଏଥିସହ ପଢ଼ନ୍ତୁ: ନିଶାସକ୍ତ ଅବସ୍ଥାରେ ସିରିଜ୍ ଦୁର୍ଘଟଣା ଘଟାଇଲେ ପୋଲିସ ବାବୁ, ଚାଲିଗଲା ଶିକ୍ଷକଙ୍କ ଜୀବନ

ଏଥିସହ ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରିଛନ୍ତି । କହିଛନ୍ତି, "ରାଜପଥ କଡ଼ରେ ମହିଳା ମହାବିଦ୍ୟାଳୟ ରହିଛି । ମହିଳା ମହାବିଦ୍ୟାଳୟ ପାଇଁ ସ୍ଵତନ୍ତ୍ର ସର୍ଭିସ୍ ରୋଡ୍ ନିର୍ମାଣ ହେଉ । ଏହି ରାସ୍ତାରେ ଗାଡ଼ିର ଗତି କମ୍ କରିବା ସହ ପ୍ରଶାସନ ତ୍ଵରିତ ପଦକ୍ଷେପ ନେଉ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
2 College Girls Killed as Car Hits Bicycle Outside Odisha Women’s College | Argus News | Argus News