Rajasthan Road Accident / ରାସ୍ତାରେ ଛକିଥିଲା ମୃତ୍ୟୁ...ଖାଟୁ ଶ୍ୟାମଙ୍କ ଦର୍ଶନ କରି ଫେରୁଥିଲେ, ବାଟରେ ଚାଲିଗଲା ୯ ଜୀବନ !
·47 mins ago·2 min read

Key Points
କୋଟାରେ ଭୟଙ୍କର ସଡ଼କ ଦୁର୍ଘଟଣା
ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ଫେରୁଥିବା ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ

ରାଜସ୍ଥାନର କୋଟାରେ ରବିବାର ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । କୋଟା-ଉଦୟପୁର ଜାତୀୟ ରାଜପଥର ଶମ୍ଭୁପୁରା ଗାଁ ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କ୍ରୁଜର ଭ୍ୟାନ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, କ୍ରୁଜର ଭ୍ୟାନ୍ରେ ମୋଟ ୧୬ ଜଣ ଯାତ୍ରା କରୁଥିଲେ । ସମସ୍ତେ ମହାରାଷ୍ଟ୍ରର ବାସିନ୍ଦା । ସେମାନେ ରାଜସ୍ଥାନର ସିକର ଜିଲ୍ଲାରେ ଥିବା ଖାଟୁ ଶ୍ୟାମ ମନ୍ଦିର ଦର୍ଶନ କରି ମହାରାଷ୍ଟ୍ର ଫେରୁଥିଲେ । ଏହି ସମୟରେ ନାତା ଥାନା ଅଞ୍ଚଳର ଶମ୍ଭୁପୁରା ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
ରାସ୍ତାକଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍
ସୂଚନା ମୁତାବକ, ଟ୍ରକ୍ରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଚାଳକ ଏହାକୁ ରାସ୍ତାକଡ଼ରେ ଛିଡ଼ା କରିଥିଲେ । ମଧ୍ୟପ୍ରଦେଶର ବାସିନ୍ଦା ଟ୍ରକ୍ ଚାଳକ ମହମ୍ମଦ ହାରୁନ୍ ଗାଡ଼ିର ଯାଞ୍ଚ କରୁଥିଲେ । ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା କ୍ରୁଜର ଭ୍ୟାନ୍ ପ୍ରଥମେ ତାଙ୍କୁ ଧକ୍କା ଦେଇଥିଲା ଏବଂ ପରେ ଟ୍ରକ୍ ଭିତରକୁ ପଶିଯାଇଥିଲା । ଫଳରେ ଭ୍ୟାନ୍ରେ ଥିବା ୯ ଜଣଙ୍କ ଜୀବନ ଚାଲିଯାଇଥିଲା । ଟ୍ରକ୍ ଚାଳକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଆହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି ।
ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଏସ୍ପି ତେଜସ୍ୱିନୀ ଗୌତମଙ୍କ ସମେତ ପୋଲିସ ଓ ପ୍ରଶାସନର ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ପରିବାରର ୧୬ ଜଣ ଯାଉଥିଲେ ଯାତ୍ରାରେ
ଏଡିଏମ୍ ରାଜେଶ ଯୋଶୀଙ୍କ ସୂଚନା ଅନୁଯାୟୀ, ମଧ୍ୟରାତ୍ରି ସମୟରେ ୧୬ ଜଣଙ୍କୁ ନେଇ ଯାଉଥିବା ଗାଡ଼ିଟି ଶମ୍ଭୁପୁରା ନିକଟରେ ଟ୍ରକ୍ ସହ ଧକ୍କା ହୋଇଥିଲା । ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଖାଟୁ ଶ୍ୟାମଙ୍କ ଦର୍ଶନ ସାରି ମହାରାଷ୍ଟ୍ର ଫେରୁଥିଲେ ଏବଂ ଗୋଟିଏ ପରିବାରର ସଦସ୍ୟ ଥିଲେ ।

Related Topics
Explore more stories