Accident / ରାତିରେ ଗୋଟିଏ ପରେ ଗୋଟିଏ ମୁହାଁମୁହିଁ ହେଲା ୪ ବାଇକ୍; ଚାଲିଗଲା ୩ ଜଣଙ୍କ ଜୀବନ
·1 hour ago·2 min read

Key Points
ଗୋଟିଏ ପରେ ଗୋଟିଏ ପରସ୍ପର ସହ ପିଟି ହେଲା ୪ ବାଇକ୍ । ଘଟଣାସ୍ଥଳରେ ଚାଲିଗଲା ୩ ଜଣ ଯୁବକଙ୍କ ଜୀବନ ।
ନୂଆଦିଲ୍ଲୀ: ରାତିରେ ଭୟଙ୍କର ଦୁର୍ଘଟଣା । ଗୋଟିଏ ପରେ ଗୋଟିଏ ପରସ୍ପର ସହ ପିଟି ହେଲା ୪ ବାଇକ୍ । ଘଟଣାସ୍ଥଳରେ ଚାଲିଗଲା ୩ ଜଣ ଯୁବକଙ୍କ ଜୀବନ । ଉତ୍ତରାଖଣ୍ଡରେ ଋଡ଼କିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି ।
ଋକଡ଼ି-କଲିୟର କାୱଡ଼ ମାର୍ଗରେ ଏହି ଭୀଷଣ ଦୁର୍ଘଟଣା ହୋଇଛି । ଗୋଟିଏ ପରେ ଗୋଟିଏ ୪ଟି ବାଇକ୍ ପରସ୍ପରକୁ ଧକ୍କା ଦେଇଛନ୍ତି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, "ରାତିରେ ପ୍ରଥମେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ୍ ମୁହାଁମୁହିଁ ହେବା ପରେ ଚାଳକ ତଳେ ଘୋଷାଡ଼ି ଦୂରକୁ ଛିଟିକି ପଡ଼ିଥିଲେ । ସଙ୍ଗେ ସଙ୍ଗେ ପଛରୁ ଆସୁଥିବା ଅନ୍ୟ ୨ଟି ବାଇକ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡ଼ିଥିବା ଚାଳକଙ୍କ ଉପରେ ପଡ଼ିଥିଲେ । ମାତ୍ର କିଛି ସେକେଣ୍ଡରେ ୨ ବାଇକ୍ ଧକ୍କା ୪ଟି ବାଇକ୍ ଦୁର୍ଘଟଣାରେ ପରିଣତ ହୋଇଥିଲା ।"
ଏଥିସହ ପଢ଼ନ୍ତୁ: ନିଜ ଦାମିକିଆ ଆଷ୍ଟନ ମାର୍ଟିନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ….ସାଂସଦଙ୍କ ପୁଅ ବିରୋଧରେ ମାମଲା ରୁଜୁ
ଯୁବକମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ । ରାସ୍ତାରେ ୪ଟା ବାଇକ୍ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ବେଳେ ମୃତାହତମାନେ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପାଟି କରୁଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।
ଖବର ପାଇ ପୋଲିସ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମେଡିକାଲ୍ ପହଞ୍ଚାଇଥିଲେ । ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୬ ଗୁରୁତରଙ୍କ ଚିକିତ୍ସା ଚାଲିଛି । ସେଥିରୁ ଜଣେ ଯୁବକଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି ।
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ମୃତକ ଓ ଆହତଙ୍କ ପରିଚୟ ଖୋଜୁଛି ପୋଲିସ । ଏଥିସହ ଘଟଣାସ୍ଥଳରେ ପୋଲିସ ତଦନ୍ତ କରିବା ସହ ସ୍ଥାନୀୟ ଲୋକଙ୍କୁ ଦୁର୍ଘଟଣା ନେଇ ପଚରାଉଚରା କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories